Advertisment

କେନ୍ଦୁଝରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: କହିଲେ- କାହାକୁ ବି ଛଡ଼ା ଯିବ ନାହିଁ

ସାଧାରଣ ସଭାରେ ସେ ରାଜ୍ୟରେ ୨୪ ବର୍ଷ ହେଲା ପୂର୍ବରୁ କ୍ଷମତାରେ ରହିଥିବା ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି।

Mohan Charan Majhi

Mohan Charan Majhi

Advertisment

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମ ମାଟି କେନ୍ଦୁଝରକୁ ଯାଇଥିବା ମୋହନ ମାଝୀ ଆଜି ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। କେନ୍ଦୁଝରର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ସେ ରାଜ୍ୟରେ ୨୪ ବର୍ଷ ହେଲା ପୂର୍ବରୁ କ୍ଷମତାରେ ରହିଥିବା ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି। ପୂର୍ବ ସରକାରରେ କେନ୍ଦୁଝରକୁ ଲୁଟ୍ କରାଯାଉଥିଲା ମୋହନ ମାଝୀ କହିଛନ୍ତି।

Advertisment

ସେ ସାଧାରଣ ସମ୍ବର୍ଦ୍ଧନା ସଭାରେ କହିଛନ୍ତି, “କେନ୍ଦୁଝର ଖଣି ଲୁଟ୍‌ରେ ସେତେବେଳର ରାଜ୍ୟ ସରକାର ସମ୍ପୃକ୍ତ ରହିଛନ୍ତି। ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େଇ ହୋଇଥିଲା। କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍ କରିଛନ୍ତି, ସେମାନେ ମୋ ନଜରରେ ଅଛନ୍ତି। କେହି ବି ବର୍ତ୍ତି ପାରିବେ ନାହିଁ। ସମସ୍ତଙ୍କୁ ଜେଲ୍ ପଠାଇବୁ।

ମୋହନ ମାଝୀ କାହାକୁ ଛାଡ଼ିବ ନାହିଁ। ସମସ୍ତଙ୍କ ଠାରୁ ହିସାବ ଆଦାୟ କରାଯିବ। ଅଣଓଡ଼ିଆଙ୍କୁ କେନ୍ଦୁଝରରୁ ବିଦା କରାଯିବ। ମୁଁ ପୂର୍ବ ସରକାରଙ୍କୁ ବିରୋଧ କରିବାରୁ ମୋତେ ଲୋଭ ଦେଇ ବିଜେଡିରେ ସାମିଲ କରିବାକୁ ଚାହୁଁଥିଲେ। ହେଲେ ମୋହନ ଭାଇ ବିକାଉ ନୁହଁ, ଟିକାଉ ଥିଲେ। ଏଣୁ ଲୋକମାନେ ତାଙ୍କୁ ଆଜି ମୁଖ୍ୟ ସେବକ କରିଛନ୍ତି।

Advertisment

ପୂର୍ବରୁ ବିରୋଧୀ ଦଳରେ ଥାଇ ଲଢ଼ୁଥିଲି। ଏଥିପାଇଁ ସରକାର ଡରୁଥିଲେ। ମନ୍ତ୍ରୀ ପଦ ଓ ଖଣି ଦେବାକୁ ମଧ୍ୟ ସେତେବେଳେ ଯାଚୁଥିଲେ। ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ନେତ୍ୱତ୍ୱ ମିଳିଛି। ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୁହଁ ମୋହନ ଭାଇ। ଲୋକଙ୍କ ଭଲ ପାଇବା ପାଇ ମୁଁ ମୋହନ ଭାଇ ହୋଇ ରହିବି।”

ମୋହନ ମାଝୀ ଆଜି ତାଙ୍କ ଭାଷଣରେ ସୁପର ଚିଫ୍‌ ମିନିଷ୍ଟର ପ୍ରସଙ୍ଗ ଉଠାଇ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ଯେତେ ସଭାରେ ସୁପର ଚିପ ମିନିଷ୍ଟର ଭାଷଣ ଦେବେ ଭୋଟ ସେତେ କମିବ ବୋଲି ଗୁଇନ୍ଦା ରିପୋର୍ଟ ମିଳିଥିଲା। ଗୋଡ଼ ତଳୁ ମାଟୁ ଖସୁଛି ବୋଲି ସୁପର ଚିଫ୍‌ ମିନିଷ୍ଟର ଜାଣି ପାରି ନ ଥିଲେ।” ୨୪ ବର୍ଷ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମୋହନ ପରୋକ୍ଷରେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପୂର୍ବତମ ମୁଖ୍ୟମନ୍ତ୍ରୀ ନଂ-୧। ମାତ୍ର ରାଜ୍ୟ କାହିଁକି ନଂ୧ ନୁହେଁ ବୋଲି ସେ ପଚାରିଛନ୍ତି।

Odisha Kendujhar Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe