Advertisment

ସଂଘାତିକ ଗୁମର ଖୋଲିଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଏକାମ୍ର କ୍ଷେତ୍ରରେ ଐତିହ୍ୟକୁ ନେଇ ଅପରାଜିତା ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇ ଥିବା ବେଳେ ଥମୁନି ବିବାଦ। ଉଭୟ ଆକ୍ଷେପ-ପ୍ରତିଆକ୍ଷେପ ଜାରି ରହିଥିବା ବେଳେ ଆଜି ପୁଣି ଥରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା। ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟସରକାରଙ୍କୁ ଚିଠି ଲେଖି ଐତିହ୍ୟକୁ ଧ୍ୱଂସ କରି ଐତିହ୍ୟ ରକ୍ଷା କରାଯାଉଛି ବୋଲି ପ୍ରଶ୍ନ ଉଠାଇଥିବା ବେଳେ ଆଜି ନିଜେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏନେଇ ଅପରାଜିତା ଏକ […]

ଅଦ୍ୟତନ ହୋଇଛି
ସଂଘାତିକ ଗୁମର ଖୋଲିଲେ ଅପରାଜିତା

5bn

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଏକାମ୍ର କ୍ଷେତ୍ରରେ ଐତିହ୍ୟକୁ ନେଇ ଅପରାଜିତା ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇ ଥିବା ବେଳେ ଥମୁନି ବିବାଦ। ଉଭୟ ଆକ୍ଷେପ-ପ୍ରତିଆକ୍ଷେପ ଜାରି ରହିଥିବା ବେଳେ ଆଜି ପୁଣି ଥରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା। ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟସରକାରଙ୍କୁ ଚିଠି ଲେଖି ଐତିହ୍ୟକୁ ଧ୍ୱଂସ କରି ଐତିହ୍ୟ ରକ୍ଷା କରାଯାଉଛି ବୋଲି ପ୍ରଶ୍ନ ଉଠାଇଥିବା ବେଳେ ଆଜି ନିଜେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏନେଇ ଅପରାଜିତା ଏକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ଆଜି ଲିଙ୍ଗରାଜ ନିକଟରେ ପ୍ରତ୍ନତତ୍ୱ ପକ୍ଷରୁ ହେଉଥିବା ଖନନସ୍ଥଳ ପରିଦର୍ଶନ କରିଛନ୍ତି। ଏସ୍‌ଆଇ ଏବଂ ସେବାୟତଙ୍କ ସହ ଆଲୋଚନା ବେଳେ ସେଠାରେ ୩ଟି ପୁରାତନ ମଠ ଏବଂ ଅନେକ ଗୁଡ଼ିଏ କୀର୍ତ୍ତିରାଜିକୁ ସୌନ୍ଦର୍ଯ୍ୟକରଣ ନାମରେ ଭାଙ୍ଗିଦିଆ ଯାଇଥିବା ଜଣାପଡ଼ିଛି।
https://twitter.com/AprajitaSarangi/status/1366295113102553090?s=20
ଏହା ଅତ୍ୟନ୍ତ ବୁଦ୍ଧିହୀନ କାମ। ସରକାର କେଉଁ ଐତିହ୍ୟର ସୁରକ୍ଷା କଥା କହୁଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଐତିହ୍ୟକୁ ଧ୍ୱଂସ କରି କଣ ଐତିହ୍ୟ ରକ୍ଷା କରାଯାଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଗତକାଲି ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବାବଦରେ ଏକ ଚିଠି ଲେଖିଥିଲେ। ସୌନ୍ଦର୍ଯ୍ୟକରଣ ଆଳରେ ଐତିହ୍ୟ ସ୍ଥଳୀରେ ଭଙ୍ଗାରୁଜା ପ୍ରସଙ୍ଗରେ ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଓ ପ୍ରମାଣ ସହ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଐତିହ୍ୟକୁ ଧ୍ୱଂସ କରି ସଂରକ୍ଷଣ ବିଶ୍ୱରେ ବିରଳ ଉଦାହରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ସୌନ୍ଦର୍ଯ୍ୟକରଣ ନାଁରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପୁରୀର ପୁରୁଣା ମଠକୁ ଭଙ୍ଗାଯାଇଛି। ଏହି କାଯ୍ୟର ପୁରୋଧା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।
https://twitter.com/AprajitaSarangi/status/1366289527363358722?s=20

Advertisment

ସେ ଆହୁରି ଲେଖିଛନ୍ତି ଯେ, ‘ଐତିହ୍ୟ ବିକାଶ’ ପଦକ୍ଷେପ ବିଶ୍ୱରେ ଏକ ଅଦ୍ୱିତୀୟ ପଦକ୍ଷେପ। ଯେଉଁଥିରେ କି ଐତିହ୍ୟକୁ ଧ୍ୱଂସ କରାଯାଇ ସଂରକ୍ଷଣ କରାଯାଉଛି। ସୌନ୍ଦର୍ଯ୍ୟକରଣ ନାଁରେ ପୁରୀରେ ପବିତ୍ର ମଠଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଛି। ଜଗନ୍ନାଥ ସଂସ୍କୃତିର କ୍ରମବିକାଶରେ ଓତଃପ୍ରୋତ ଭାବେ ଜଡ଼ିତ ଥିବା ଏହି କୀର୍ତ୍ତିରାଜିଗୁଡ଼ିକୁ ଉଚ୍ଛେଦ କରିବା ପାଇଁ କେଉଁ ଐତିହ୍ୟ ସଂରକ୍ଷଣ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ? ଏହି ଦୁର୍ମୁଲ୍ୟ କୀର୍ତ୍ତିରାଜିକୁ ଭାଙ୍ଗି ତାହା ସ୍ଥାନରେ ଲନ୍, ଫାଉଣ୍ଟେନ୍ ଓ ଟଏଲେଟ୍‌ ନିର୍ମାଣ କରାଯାଉଛି। ଲୋକଙ୍କ ଭାବପ୍ରବଣତା ଓ ଧାର୍ମିକ ଭାବନା ସହ ଜଡ଼ିତ ଥିବା ମଠ ଉପରେ ବୁଲ୍‌ଡୋଜର୍‌ ଚଳାଇବା ପରି କାର୍ଯ୍ୟକୁ କେଉଁ ବି‌ଶେଷଜ୍ଞ ତଦାରଖ କରୁଛନ୍ତି  ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe