Advertisment

ବିକାଶ ନାଁରେ ୩ଟି ପରିବାର ଯାଜପୁରକୁ ଲୁଟିଛନ୍ତି: ମୁଖ୍ୟମନ୍ତ୍ରୀ

‘ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ। ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।’

ଅଦ୍ୟତନ ହୋଇଛି
CM Mohan Charan Majhi

CM Mohan Charan Majhi

Advertisment

ବିକାଶ ନାଁରେ ୩ଟି ପରିବାର ଯାଜପୁରକୁ ଲୁଟିଛନ୍ତି। ଆଜି ଯାଜପୁରର ବଡ଼ଚଣାରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ନାଁ ନନେଇ ବିଜେଡିର ୩ ଜଣ ନେତାଙ୍କୁ ଟାର୍ଗେଟ କରି ଏ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ସେ କହିଛନ୍ତି, ସେମାନେ (୩ ବିଜେଡି ନେତା) ନିଜକୁ କ୍ରୀତଦାସ କହିବାକୁ ବି ପଛାଉ ନଥିଲେ। ନିଜକୁ ନବୀନଙ୍କ କ୍ରୀତଦାସ କହୁଥିଲେ। ଯାଜପୁରକୁ ସମୃଦ୍ଧ କରିଦେବେ ବୋଲି କହୁଥିଲେ। କିନ୍ତୁ କୁଆଡ଼େ ଗଲା ସମୃଦ୍ଧ ଜିଲ୍ଲା। ଆପଣମାନେ ସେମାନଙ୍କୁ ଉଚିତ୍ ଜବାବ ଦେଲେ। ଗୋଟିଏ ନୁହେଁ, ୩ଟି ପରିବାର ଯାଜପୁର ଜିଲ୍ଲାକୁ ବିକାଶ ନାଁରେ ବିନାଶ କରିଛନ୍ତି। କାହାକୁ ନ୍ୟାୟ ଦେଇନାହାନ୍ତି। 

ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ। ଏହି ଜିଲ୍ଲାର ଯେତିକି ଉନ୍ନତି ହେବା କଥା ସେତିକି ହୋଇନି। ଲୋକେ ଗରିବ। ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। 

Advertisment

ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବିଜେଡିର ଗାଁକୁ କାମ, ନାରୀକୁ ସମ୍ମାନ ନାରା କେତେ କାର୍ଯ୍ୟକାରୀ ହୋଇଛି। ଗାଁକୁ ଭଲ ରାସ୍ତା ନାହିଁ। ବିକାଶମୂଳକ କାମ ନାଁରେ ଦୁର୍ନୀତି ହୋଇଛି। ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ୨/୩ ବର୍ଷ ତଳୁ ଆମେ ଦେଖିଛୁ। ଧର୍ମଶାଳ ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଯେଉଁମାନେ ମାଆଙ୍କୁ ସମ୍ମାନ ଦେବା କଥା କହୁଥିଲେ,ସେମାନେ ସ୍ମିତାରାଣୀକୁ ହତ୍ୟା କରିଥିଲେ।ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଲେ। ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ। ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। 

ଯାଜପୁରର ନଗଡ଼ା ଅପପୃଷ୍ଟି କଥା କେବଳ ରାଜ୍ୟ ନୁହେଁ, ପୂରା ଦେଶରେ ଚର୍ଚ୍ଚାରେ ଥିଲା। ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା।ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ। ୨୪ ବର୍ଷ ଭିତରେ କି ବିକାଶ ହୋଇଛି? ଆହୁରି ସମୟ ମାଗୁଥିଲେ। ୨୪ ବର୍ଷର ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜୁ ଜନତା ଦଳ।

Bjp CM Mohan Charan Majhi BjD Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe