Advertisment

ଟିକେଟ୍ ଘୋଷଣାକୁ ନେଇ ଦୋଛକିରେ ତିନି ଦଳ

ତେଣେ ଦଳରେ ବଢୁଥିବା ଅସନ୍ତୋଷକୁ ନେଇ ଟେନସନରେ ବିଜେଡି ଦଳପତି। କୁହାଯାଉଛି ଏଣିକି ବିଜେପି ତାଲିକାକୁ ଦେଖି ଦଳ ତାର ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା କରିବ।

author-image
Biswajit Samal
BJD, BJP, Congress

BJD, BJP, Congress

ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା। ଆଉ ପ୍ରାୟ ସମସ୍ତେ ସିଧା ମାରୁଛନ୍ତି ପଦ୍ମ ପୋଖରୀକୁ ଡିଆଁ। ଏଇ ଯେମିତି କାଲି ଶଙ୍ଖ ଛାଡୁ ଛାଡୁ ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପଦ୍ମ ଧରିଥିଲେ। ଆଉ ଆଜି ପଦ୍ମ ଗାମୁଛା ବେକରେ ପକେଇଛନ୍ତି କାଲି ବିଜେଡି ଛାଡ଼ିଥିବା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ।

Advertisment

ତେଣେ ଦଳରେ ବଢୁଥିବା ଅସନ୍ତୋଷକୁ ନେଇ ଟେନସନରେ ବିଜେଡି ଦଳପତି। କୁହାଯାଉଛି ଏଣିକି ବିଜେପି ତାଲିକାକୁ ଦେଖି ଦଳ ତାର ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା କରିବ। ସେଇଥିପାଇଁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୨୮ ବିଧାନସଭା ଆସନ ମଧ୍ୟରୁ ୯ଟି ସିଟ୍ ପାଇଁ ଯଦିଓ ଅଙ୍କକଷା ଶେଷ ହୋଇଛି ହେଲେ ତାଲିକା ପ୍ରକାଶ କରାଯାଉନି। ଏବେ ବି ବିବାଦ ଥିବା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଡାକି ନବୀନ ନିବାସରେ ଘନ ଘନ ବୁଝାସୁଝା ଚାଲିଛି।

ସେହିପରି ବିଜେପି ଏହା ଭିତରେ ଦୁଇ ଦଫାରେ ସମସ୍ତ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ବି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣାକୁ ଝୁଲାଇ ରଖିଛି। କୁହାଯାଉଛି ପାଖାପାଖି ଶହେ ନାଁ ଚୂ଼ଡ଼ାନ୍ତ ହୋଇଥିଲା ବେଳେ ବାକି ଆସନକୁ ନେଇ ଅଙ୍କକଷା ଜାରି ରହିଛି।

Advertisment

ଅନ୍ୟପଟେ ମାର୍ଚ୍ଚ ପ୍ରଥମ ସପ୍ତାହରେ ୬୦ନାଁ ଘୋଷଣା କରିବାକୁ କହିଥିବା କଂଗ୍ରେସ କିନ୍ତୁ ମାସ ପୂରିଗଲା ସିନା ଜଣେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପାରିଲାନି। ଏସବୁ ଭିତରେ ଟିକେଟ୍ ଘୋଷଣାକୁ ନେଇ ତିନି ଦଳରେ ରାଜନୈତିକ ବୟାନବାଜି ବି ତେଜିଛି।

ସସ୍ମିତ ପାତ୍ର ବିଜେଡି ସାଂସଦ କହିଛନ୍ତି, ପ୍ରାର୍ଥୀ ନଥିବାରୁ ପଦ୍ମଦଳ ଏଯାଏଁ ଗୋଟିଏ ବି ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ପାରିନି।

ସମୀର ମହାନ୍ତି ପୂର୍ବତନ ରାଜ୍ୟ ସଭାପତି ବିଜେପି କହିଛନ୍ତି, କାହାର ସାର୍ଟିଫିକେଟ୍ ଆମର ଦରକାର ନାହିଁ। ସରକାରକୁ କ୍ଷମତାରୁ ହଟାଇବାକୁ ଦଳ ପାଖରେ ବଛାବଛା ପ୍ରାର୍ଥୀ ଅଛନ୍ତି।

ଶରତ ପଟ୍ଟନାୟକ ପିସିସି ସଭାପତି କହିଛନ୍ତି, ସେଇ ଘୋଷା, ନାଁ ପଠେଇଛୁ, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ।

BjD Bjp Congress