Advertisment

ବିଜେଡିରେ ଅସନ୍ତୋଷ ତେଜିଲା: ଅପରାଜିତାଙ୍କ ଅଫିସରେ ବାୟାଁଙ୍କ ସମର୍ଥକ!

ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ବରିଷ୍ଠ ନେତା ଅମରେଶ ଜେନା ଓରଫ ବାୟାଁଙ୍କୁ ନେଇ ଦଳର ହାଇକମାଣ୍ଡ ଚିନ୍ତାରେ।

BJD

BJD

Advertisment

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁନୁ-ବାୟାଁ କଳି ତୀବ୍ର ହେବାରେ ଲାଗଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ବରିଷ୍ଠ ନେତା ଅମରେଶ ଜେନା ଓରଫ ବାୟାଁଙ୍କୁ ନେଇ ଦଳର ହାଇକମାଣ୍ଡ ଚିନ୍ତାରେ।

Advertisment

ଦୁଇ ଜଣ ଯାକ ଟିକେଟ ଆଶାରେ ଥିବାରୁ ଦଳ ଏଯାଏ ଏଠାରୁ କିଏ ପ୍ରାର୍ଥୀ ହେବେ, ତା’ର ନିଷ୍ପତ୍ତି ନେଇ ପାରୁନି। ଉଭୟ ବିଭିନ୍ନ ମଞ୍ଚରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଏବେ ପୂରା ବିବାଦରେ ନୂଆ ମୋଡ଼ ଆସିଛି।

ସାଂସଦ ଅପରାଜିତାଙ୍କୁ ଭେଟିଛନ୍ତି ବିଜେଡିର କିଛି ପୂର୍ବତନ କର୍ପୋରେଟର ତଥା ଅମରେଶଙ୍କ ସମର୍ଥକ। ବିଜେଡିର ପ୍ରାୟ ୧୫ ଜଣ ବରିଷ୍ଠ କର୍ମକର୍ତ୍ତା ଅପରାଜିତାଙ୍କୁ ଭେଟିଛନ୍ତି। ବର୍ତ୍ତମାନର ବିଧାୟକ ବୁନୁଙ୍କ ଉପରେ ସେମାନେ ଅସନ୍ତୋଷ ଜାହିର କରି ସାଂସଦଙ୍କୁ ଭେଟିଥିବା ଜଣାପଡ଼ିଛି। ସେମାନେ ଅପରାଜିତାଙ୍କ ସହ ତାଙ୍କ ଅଫିସରେ ଆଲୋଚନା କରୁଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ପୁଣି ଟିକେଟ ଦେଲେ ବାୟାଁଙ୍କ ସମର୍ଥକମାନେ ଦଳ ଛାଡ଼ି ବିଜେପିକୁ ସମର୍ଥନ ଜଣାଇବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ବିଜେଡିରୁ ୪୦ରୁ ଅଧିକ ପୂର୍ବତନ କର୍ପୋରେଟର ଓ ଛାମୁଆ ସାଂଗଠନିକ ନେତା ଦଳ ଛାଡ଼ିବାର ଚେତାବନୀ ଦେଇଛନ୍ତି। ମଧ୍ୟ ନିର୍ବାଚନ ମଣ୍ଡଳୀକୁ ନେଇ ଏବେ ଯାଏ ଦ୍ଵନ୍ଦ ଦୂର ହୋଇନଥିବା ବେଳେ ଟିକେଟ ଲବିରେ ଉଭୟ ଅନନ୍ତ ନାରାୟଣ ଜେନା ଓ ଅମରେଶ ଜେନା ଅଛନ୍ତି। ଏସବୁ ଭିତରେ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି ପୂର୍ବତନ କର୍ପୋରେଟର କିଶୋର କୁମାର ମହାନ୍ତି।

ସେ କହିଛନ୍ତି, “ ଭେଟିବାର କାରଣ ହେଉଛି ଯେ ଆମକୁ ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ କ୍ରମାଗତ ଭାବେ ହଇରାଣ କରି ଚାଲିଛନ୍ତି। ୮ରୁ ୧୦ ବର୍ଷ ହେଲାଣି ସେ ଆମକୁ ନିର୍ଯାତନା ଦେଉଛନ୍ତି। ଯଦି ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ବିଜେଡି ଟିକେଟ ମିଳିବ, ତା’ହେଲେ ଆମେ ୩୫ରୁ ୪୦ ଜଣ ପୂର୍ବତନ କର୍ପୋରେଟରମାନେ ବିଜେପିରେ ମିଶିବୁ।

ଏ ସମ୍ପର୍କରେ ଅପରାଜିତାଙ୍କ ସହ କଥାବାର୍ତ୍ତା ହୋଇଛି। ଆମେ ଏବେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ଆମେ ବିଜେଡିରେ ଥିଲୁ ଓ ବିଜେଡିରେ ରହିଛୁ। ବିଜେଡି ସୁପ୍ରିମୋ ନିଜ ଲୋକଙ୍କୁ ଟିକେଟ ଦେବା ଦରକାର। ବେପାରୀ ଓ ଆମଦାନୀ ନେତାଙ୍କୁ ଟିକେଟ ଦେଇ ଆମକୁ ସାଇଡ୍‌ କରିବାକୁ ଚେଷ୍ଟା କରାଯାଉଛି। ଯଦି ଏଥର ଆମକୁ ଦୂରେଇ ଦିଆଯାଏ, ତା’ହେଲେ ଆମ ହାତରେ ଥିବା ୪୦ରୁ ୪୫ ହଜାର ଭୋଟ ବିଜେପିକୁ ଯିବ। ଆମେ କ’ଣ କରିପାରୁ, ସେକଥା ସମସ୍ତେ ଦେଖିବେ।”

Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe