Advertisment

ଆଉ ୨ ଦିନ ପରେ ଜି-୨୦ ସମ୍ମିଳନୀ; ଦିଲ୍ଲୀରେ ଚେକିଂ ସହ ବ୍ଲକିଂ ଜୋରଦାର, ଆକାଶ ମାର୍ଗରୁ କଡ଼ା ନଜର

ଆସନ୍ତା ୯ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବା ବେଳେ ଏ ନେଇ ଚାଲିଛି ବ୍ୟାପକ ଆୟୋଜନ। ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ ସଜେଇ ହେଲାଣି। ସେହିପରି ସୁରକ୍ଷା ବନ୍ଦୋବସ୍ତକୁ ମଧ୍ୟ କଡ଼ା କରାଯାଇଛି।

ଅଦ୍ୟତନ ହୋଇଛି
Police

Police

Advertisment

ଜି-୨୦ ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଜୋରଦାର ଚାଲିଛି । ଆସନ୍ତା ୯ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବା ବେଳେ ଏ ନେଇ ଚାଲିଛି ବ୍ୟାପକ ଆୟୋଜନ। ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ ସଜେଇ ହେଲାଣି। ସେହିପରି ସୁରକ୍ଷା ବନ୍ଦୋବସ୍ତକୁ ମଧ୍ୟ କଡ଼ା କରାଯାଇଛି।

Advertisment

ଜି-୨୦ ସମ୍ମିଳନୀକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ପୁଲିସ ପକ୍ଷରୁ ଛକ ଛକରେ ଜୋରଦାର ଚେକିଂ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଉଛି। ଅତିଥିମାନଙ୍କ ସୁରକ୍ଷା ଦିଗରେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ମଧ୍ୟ ତୀକ୍ଷ୍ମ ନଜର ରଖିଛି। ଖୋଲାଯାଇଛି ୨୪ ଘଣ୍ଟିଆ କମାଣ୍ଡ ସେଣ୍ଟର୍। ୪୪୧ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ଅଞ୍ଚଳରେ ୧୬ ଶହ ସ୍ମାର୍ଟ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି।

ଆକାଶରୁ ଦିଲ୍ଲୀର ରାସ୍ତାଘାଟ ଉପରେ କଡ଼ା ନଜର ରଖିଛି ଡ୍ରୋନ୍ । ସେହିପରି ଜିପିଏସ୍ ମାଧ୍ୟମରେ ଯାନଗୁଡିକର ଟ୍ରାକିଂ ବ୍ୟବସ୍ଥା କରାଯାଇଛି।

Advertisment

ଦିଲ୍ଲୀ ବାୟୁସୀମା ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ଯୁଦ୍ଧବିମାନ ମୁତୟନ କରିଛି। ରାଫେଲ, ମିରେଜ୍-୨୦୦୦ ଏବଂ ସୁଖୋଇ -୩୦ ଏମ୍ କେଆଇ ସମେତ ସର୍ଫେସ୍ ଟୁ ଏୟାର ମିଜାଇଲ୍ ସିଷ୍ଟମ୍ ବି ସକ୍ରିୟ ରଖାଯାଇଛି।

ସୁରକ୍ଷା ଦୃଷ୍ଟିରେ ଦିଲ୍ଲୀରେ ୫୦ହଜାର ପୁଲିସ ଫୋର୍ସ ସହିତ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ମୁତୟନ ରହିଛି । ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ଷ୍ଟେସନର କିଛି ଗେଟ୍, ସରକାର ଅଫିସ୍, ସ୍କୁଲ କଲେଜ ଓ ଅନଲାଇନ ଡେଲିଭରି ବ୍ୟବସ୍ଥାକୁ ମଧ୍ୟ କିଛି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍‌ ୯ ତାରିଖରୁ ୧୧ ତାରିଖ ଯାଏଁ ୨୦୭ଟି ଟ୍ରେନ୍ ବାତିଲ କରାଯାଇଛି ।

ଏହାବାଦ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀରରେ ସମସ୍ତ ବାୟୁସେନା ଘାଟି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବାୟୁସେନା ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଏବଂ ଏହାର ପଡ଼ୋଶୀ ଅଞ୍ଚଳର ବାୟୁସୀମାକୁ ମୁଖ୍ୟତଃ ବାୟୁସେନାର ୱେଷ୍ଟର୍ଣ୍ଣ କମାଣ୍ଡ ସୁରକ୍ଷା ଦେଉଛି। ଅତିଥିଙ୍କ ରହିବା  ନିମନ୍ତେ ପ୍ରସ୍ତୁତ ହୋଇ ଥିବା ହୋଟେଲଗୁଡିକର ସମସ୍ତ ୱିଣ୍ଡୋରେ ବୁଲେଟ ପ୍ରୁଫ ଗ୍ଲାସ ଲଗାଯାଇଛି। ଏହା ବ୍ୟତୀତ ସେହି ଅଞ୍ଚଳର କିଛି ଅଂଶ ବୁଲେଟ ପ୍ରୁଫ ଗ୍ଲାସ ସହିତ ଆଚ୍ଛାଦିତ ରହିଛି।

ଦିଲ୍ଲୀ ପୁଲିସର ସୁରକ୍ଷା ୟୁନିଟ ସମସ୍ତ କେନ୍ଦ୍ରୀୟ ଏଜେନ୍ସିଗୁଡିକର ସହଯୋଗରେ ପୂର୍ଣ୍ଣ କ୍ଷମତା ସହିତ ରିହର୍ସାଲ କରିଛନ୍ତି।

Delhi G20 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe