Advertisment

ଓଡ଼ିଶାରେ ଜବତ ହେଲାଣି ୭୩ କୋଟି ଟଙ୍କାର ନିଶାଦ୍ରବ୍ୟ ସମେତ ୨୫୪ କୋଟି ଟଙ୍କା

ଆସନ୍ତା ସୋମବାର ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ହେଲେ ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି।

author-image
Niharika Rout
ଅଦ୍ୟତନ ହୋଇଛି
CEO Nikunja Dhal

CEO Nikunja Dhal

ଆସନ୍ତା ସୋମବାର ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ହେଲେ ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି। ସେହିପରି ୭୩ କୋଟି ଟଙ୍କାର ଗଞ୍ଜେଇ, ବ୍ରାଉନସୁଗର ଆଦି ଡ୍ରଗସ୍ ଜବତ ହୋଇଥିବା ବେଳେ ୧୪ କୋଟି ୩୫ ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଛି। ସମୁଦାୟ ଜବତ ଜନିଷର ମୂଲ୍ୟ ୨୫୪ କୋଟି ଟଙ୍କା।

Advertisment

ସବୁଠାରୁ ଅଧିକ ବରଗଡ଼ରେ ୧ କୋଟି ୨୬ ଲକ୍ଷ ଟଙ୍କା, ସୁନ୍ଦରଗଡ଼ରେ ୪୦ ଲକ୍ଷ, ବଲାଙ୍ଗୀରରେ ୩୫ ଲକ୍ଷ, କନ୍ଧମାଳ ୩୬ ଲକ୍ଷ ଓ ଆସ୍କାରୁ ୧୩ ଲକ୍ଷ ଟଙ୍କାର କ୍ୟାସ ଜବତ ହୋଇଛି । ବରଗଡ଼ରୁ କେବଳ ୮୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି।

ରାଜ୍ୟର ୯,୧୬୯ ମତଦାନ କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ।

Advertisment

୧୦୪୧ଟି ବୁଥରେ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ୨୫ଟି ବୁଥ PWD କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ଏଥର ୧୫୪୧ ଆଦର୍ଶ ବୁଥ କରାଯାଇଛି । ତେବେ ଏହି ପର୍ଯ୍ୟାୟରେ ୨୦% ସମ୍ବେଦନଶୀଳ ବୁଥ ରହିଛି । ଏହିଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ।

ସବୁଠାରୁ ଅଧିକ କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡରେ ୧୬, ବଲାଙ୍ଗୀର ଓ ବରଗଡ଼ରେ ୧୪ ଲେଖାଏଁ । ଝାରସୁଗୁଡା ଓ ବୌଦ୍ଧ ୫ ଲେଖାଏଁ, ସୁବର୍ଣ୍ଣପୁରରେ ୪, ନୟାଗଡ଼ରେ ୨ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପ୍ରାର୍ଥୀ ରହିଛନ୍ତି । ସେଥି ମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।

୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପ୍ରାର୍ଥୀ ରହିଛନ୍ତି। ସେଥି ମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ । ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।

2024 General Election Loksabha Election 2024 Odisha Assembly Election 2024