ଟାଇମ୍ସନାଓ ସର୍ଭେ : ଓଡ଼ିଶାରେ ପୁଣି ଭୋଟ୍ ବିଭାଜନ, ବିଜେପିକୁ ଯିବ ୬ରୁ ୮ ଲୋକସଭା ସିଟ୍‌

ସର୍ଭେ ଅନୁସାରେ ଏବେ ଯଦି ଲୋକସଭା ନିର୍ବାଚନ ହୁଏ ତା’ହେଲେ ଓଡ଼ିଶାରେ ମୋଟ ୨୧ଟି ଆସନ ମଧ୍ୟରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଶାସକ ବିଜେଡି ସପକ୍ଷରେ ୧୨ରୁ ୧୪ଟି ସିଟ୍‌, ବିଜେପିକୁ ୬ରୁ ୮ଟି ଓ କଂଗ୍ରେସରୁ ୦ରୁ ୧ଟି ସିଟ୍ ମିଳିବାର ଆକଳନ କରାଯାଇଛି ।

BJD

ବାମରୁ ବିଜେଡି ପାର୍ଟି ଅଫିସ୍‌ ଓ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Saturday, 01 July 2023
  • Updated: 02 July 2023, 09:22 AM IST

Sports

Latest News

ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଶାସକ ବିଜେଡିକୁ  ଲୋକସଭା ନିର୍ବାଚନରେ ବିଶେଷ ଫାଇଦା ମିଳିବ ନାହିଁ । ରାଜ୍ୟରେ ପୁଣିଥରେ ନରେନ୍ଦ୍ର ମୋଦି ଲହର କାମ ଦେବ ଓ ୨୦୧୯ ନିର୍ବାଚନ ଭଳି ଏଥର ବି ଭୋଟ ବିଭାଜନ ହୋଇ ବିଜେପିକୁ ୬ରୁ ୮ଟି ଲୋକସଭା ସିଟ୍ ଯିବ । ସବୁ ପ୍ରୟାସ ସତ୍ତ୍ୱେ ବିଜେଡିକୁ ସେହି ୧୨ରୁ ୧୪ ସିଟ୍ ମଧ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିବ।  ଟାଇମ୍ସନାଓ ନବଭାରତ-ଇଟିଜି ଦ୍ୱାରା ହୋଇଥିବା ସର୍ଭେରୁ ଏଭଳି ତଥ୍ୟ ପଦାକୁ ଆସିଛି ।

ସର୍ଭେ ଅନୁସାରେ ଏବେ ଯଦି ଲୋକସଭା ନିର୍ବାଚନ ହୁଏ ତା’ହେଲେ ଓଡ଼ିଶାରେ ମୋଟ ୨୧ଟି ଆସନ ମଧ୍ୟରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଶାସକ ବିଜେଡି ସପକ୍ଷରେ ୧୨ରୁ ୧୪ଟି ସିଟ୍‌, ବିଜେପିକୁ ୬ରୁ ୮ଟି ଓ କଂଗ୍ରେସରୁ ୦ରୁ ୧ଟି ସିଟ୍ ମିଳିବାର ଆକଳନ କରାଯାଇଛି । ସେହିପରି ଲୋକସଭା ନିର୍ବାଚନରେ ଭୋଟ୍ ହାର ବିଜେଡିର ୪୪.୬୦% , ବିଜେପିକୁ ୪୦.୫୦% ଓ କଂଗ୍ରେସକୁ ୯.୧୦ ପ୍ରତିଶତ ରହିବ ।

ଏହି ସର୍ଭେ ରିପୋର୍ଟ ଶାସକ ବିଜେଡି ପାଇଁ ଚିନ୍ତା ବଢ଼ାଇ ଦେଇଛି । କାରଣ ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟରେ ଭୋଟ୍ ବିଭାଜନ ହୋଇଥିଲା । ଆଉ ବିଜେଡିକୁ ୧୨ଟି ସିଟ୍ ସହ ମୋଟ ୪୨.୮% ଭୋଟ୍ (୨୦୧୪ରେ ୪୪.୮% ଭୋଟ୍‌) , ବିଜେପିକୁ ୮ଟି ସିଟ୍ ସହ ୩୮.୪% ଭୋଟ (୨୦୧୪ରେ ୨୧.୮%) ଓ କଂଗ୍ରେସକୁ ଗୋଟିଏ ସିଟ୍ ସହ ୧୩.୮% (୨୦୧୪ରେ ୨୬.୪% ଭୋଟ୍ ) ମିଳିଥିଲା।

Also Read

ମାତ୍ର ଆଗାମୀ ଲୋକସଭା ନିର୍ବାଚନରେ ବିଜେଡିର ଭୋଟ୍ ହାର ବୃଦ୍ଧି ପାଉଥିଲେ ମଧ୍ୟ ସିଟ୍ ସଂଖ୍ୟାରେ ବିଶେଷ ଫାଇଦା ଦେଖିବାକୁ ମିଳୁନି । ସେହିପରି ବିଜେପିର ଭୋଟ୍ ହାରରେ ସାମାନ୍ୟ ବୃଦ୍ଧି ହେଉଥିଲେ ମଧ୍ୟ ସିଟ୍ ସଂଖ୍ୟା ଅପରିବର୍ତ୍ତିତ ରହିବା ଭଳି ଆକଳନ ହୋଇଛି । ଅବଶ୍ୟ କଂଗ୍ରେସକୁ ନିଜର ଅଧିକ ପରିମାଣର ଭୋଟ୍ ହରାଇବାକୁ ପଡ଼ିବ ବୋଲି ସର୍ଭେରେ ଆକଳନ ହୋଇଛି ।

ସୂଚନା ଅନୁସାରେ, ବିଜେଡିରେ ଏବେ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାବେଳେ ପଶ୍ଚିମଓଡ଼ିଶାରେ ଦଳ ନେତୃତ୍ୱବିହୀନ ପାଲଟିଛି । ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ କିମ୍ବା ତାଙ୍କ ଦୁଇ ଖାସ୍ ଅନୁଗତ ବିବାଦୀୟ ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଭରସା କରି ପଶ୍ଚିମଓଡ଼ିଶାର ମୋଟ ୫ଟି ବିଧାନସଭା ଆସନକୁ ପୁଣିଥରେ ଦଖଲ କରିବା ବିଜେଡି ପାଇଁ ସହଜ ନୁହେଁ ବୋଲି ଦଳ ଅନୁଭବ କରିଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାଙ୍କୁ ଆଗକୁ ଆଣିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ପଶ୍ଚିମଓଡ଼ିଶାର ଏହି ପ୍ରଭାବଶାଳୀ ଗୋଷ୍ଠୀଙ୍କ ବିରୋଧ ଯୋଗୁ ତାହା ସଫଳ ହୋଇପାରିନି ।

ପଶ୍ଚିମଓଡ଼ିଶାର ସମସ୍ତ ୫ଟି ଲୋକସଭା ଆସନ ଯଥା-ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଏବେ ବିଜେପି ଦଖଲରେ ରହିଥିବାବେଳେ ଏହା ଅନ୍ତର୍ଗତ ମୋଟ ୩୫ଟି ବିଧାନସଭା ଆସନରୁ ୨୩ଟି ବିଜେଡି ଦଖଲରେ ରହିଛି । ଯଦିଓ ନବୀନ ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇ ପଶ୍ଚିମଓଡ଼ିଶା ଭୋଟକୁ ହାତେଇବାକୁ ପ୍ରୟାସ କରିଥିଲେ କିନ୍ତୁ ସମସ୍ତ ୫ଟି ଲୋକସଭା ସିଟ୍ ବିଜେପି କବଜାକୁ ଯାଇଥିଲା ।

୨୦୧୯ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ଆସନରେ ବିଜେଡିର ଭୋଟ୍ ହାର ହାରାହାରି ୫୧% ଥିବାବେଳେ ଲୋକସଭା ନିର୍ବାଚନରେ ବିଜେଡିକୁ ୪୧.୪୫ ପ୍ରତିଶତ ଭୋଟ୍ ମିଳିଥିଲା । ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିଜେଡିର ଭୋଟ ହାର ୪୨.୮% ଥିବାବେଳେ ୨୦୧୪ରେ ଏହା ୪୪.୮% ପ୍ରତିଶତ ଥିଲା।

ଅର୍ଥାତ ଲୋକସଭା ନିର୍ବାଚନରେ ପ୍ରାୟ ୨ ପ୍ରତିଶତ ଭୋଟ୍ ବିଜେଡିର ହ୍ରାସ ପାଇଥିଲା ଓ ବିଜେପିକୁ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୧୬.୫% ଭୋଟ୍ ଅଧିକ ଭୋଟ(୨୦୧୪ ଲୋକସଭା ନିର୍ବାଚନ ତୁଳନାରେ) ପାଇଥିଲା । ଅବଶ୍ୟ କଂଗ୍ରେସର ପ୍ରାୟ ୧୩ ପ୍ରତିଶତ ଭୋଟ୍ ହ୍ରାସ ପାଇଥିଲା, ଯାହାକି ବିଜେଡିକୁ ଯିବା ପରିବର୍ତ୍ତେ ଲୋକସଭା ନିର୍ବାଚନରେ ବିଜେପିକୁ ଯାଇଥିଲା । ଆଉ ତା’ର ଫଳସ୍ୱରୂପ ପଶ୍ଚିମଓଡ଼ିଶାର ସମସ୍ତ ୫ଟି ଲୋକସଭା ଆସନରେ ବିଜେପି କବଜା କରିଥିଲା ।

ଉଲ୍ଲେଖଯୋଗ୍ୟ, ସର୍ଭେ ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହୋଇ ମୋର୍ଚ୍ଚା ଗଢ଼ିବା ସତ୍ତ୍ୱେ ଆଗାମୀ ସାଧାରଣ ନିର୍ବାଚନରେ ମୋଦିଙ୍କ ନେତୃତ୍ୱରେ ଏନଡିଏ ୨୮୫ରୁ ୩୨୫ଟି ସିଟ୍ ସହ ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବ । ସେହିପରି କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳକୁ ୧୧୧-୧୪୯ଟି ସିଟ୍ ମଧ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story