Advertisment

ତିର୍ତ୍ତୋଲ ଯୁବ ବିଧାୟକଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଏବେ ସୋଶାଲ ମିଡ଼ିଆ ଭାଇରାଲ ହେବାକୁ ନେଇ ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇଛି। ଯୁବ ବିଧାୟକ ଶ୍ରୀ ଦାସଙ୍କର ଜଣେ ଯୁବତୀଙ୍କ ସହ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋଗୁଡ଼ିକ ଗତ କିଛିଦିନ ଧରି ଭାଇରାଲ ହେଉଛି। ତେବେ ବିଧାୟକ ଶ୍ରୀ ଦାସ ଏଭଳି ଫଟୋ ତାଙ୍କର ନୁହେଁ ବୋଲି ସିଧାସଳଖ ଫାଙ୍କି ଦେବା ପରୋକ୍ଷରେ ଆଉ ଏକ ମମିତା ମେହେର […]

ତିର୍ତ୍ତୋଲ ଯୁବ ବିଧାୟକଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ

Das

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଏବେ ସୋଶାଲ ମିଡ଼ିଆ ଭାଇରାଲ ହେବାକୁ ନେଇ ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇଛି। ଯୁବ ବିଧାୟକ ଶ୍ରୀ ଦାସଙ୍କର ଜଣେ ଯୁବତୀଙ୍କ ସହ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋଗୁଡ଼ିକ ଗତ କିଛିଦିନ ଧରି ଭାଇରାଲ ହେଉଛି। ତେବେ ବିଧାୟକ ଶ୍ରୀ ଦାସ ଏଭଳି ଫଟୋ ତାଙ୍କର ନୁହେଁ ବୋଲି ସିଧାସଳଖ ଫାଙ୍କି ଦେବା ପରୋକ୍ଷରେ ଆଉ ଏକ ମମିତା ମେହେର ମାମଲାର ପୁନରାବୃତ୍ତି ହେବାର ଆଶଙ୍କା ସୃଷ୍ଟି କରିଛି। ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଯୁବ ବିଧାୟକ ଶ୍ରୀ ଦାସଙ୍କ ପ୍ରେମ, ପ୍ରତାରଣା ଓ ଧୋକାର ଏକ ନୂଆ ଦିଗ ଶାସକ ବିଜେଡିର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଜଣାପଡ଼ିଛି।

Advertisment

ମିିଳିଥିବା ସୂଚନା ଅନୁସାରେ, ତିର୍ତ୍ତୋଲର ଯୁବ ବିଜେଡି ବିଧାୟକ ଶ୍ରୀ ଦାସଙ୍କର ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଗତ କିଛିଦିନ ଧରି ଫେସବୁକରେ ଭାଇରାଲ ହେଉଛି। ଜଗତସିଂହପୁର ଟାଉନର ଜଣେ ଯୁବତୀ ନିଜ ଫେସବୁକ ଆକାଉଣ୍ଟ ମାଧ୍ୟମରେ ବିଧାୟକଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରୁଛନ୍ତି। ତେବେ ସମ୍ପୃକ୍ତ ଯୁବତୀ କିଏ ଓ ଏସବୁ ଫଟୋ ସେ କେଉଁଠୁ ପାଇଲେ, ତାଙ୍କର ବିଧାୟକଙ୍କ ସହ କି ସମ୍ପର୍କ ରହିଛି ସେ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନି।

ବିଧାୟକଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ, ଫଟୋ ଭାଇରାଲ କରୁଥିବା ଯୁବତୀଙ୍କ ସହ ବିଧାୟକଙ୍କର ଦୀର୍ଘ ୪ ବର୍ଷ ଧରି ପ୍ରେମ ସମ୍ପର୍କ ରହି ଆସିଛି। ସମ୍ପୃକ୍ତ ଯୁବତୀ ଅନେକ ସମୟରେ ଶ୍ରୀ ଦାସଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଆସି ରହିଥାନ୍ତି। ଉକ୍ତ ଯୁବତୀଙ୍କୁ ସେ ବିବାହ କରିବେ ବୋଲି ତାଙ୍କ ନିର୍ବାଚନମଣ୍ଡଳୀର ବହୁ କର୍ମୀ ମଧ୍ୟ ଜାଣିଥିଲେ। ଏବେ ପଂଚାୟତ ନିର୍ବାଚନବେଳେ ଏଭଳି ଫଟୋ ଭାଇରାଲର ପ୍ରତିକୂଳ ପ୍ରଭାବ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଅନୁଭୂତ ହେବାର ଆଶଙ୍କା ଥିବାରୁ ଏସବୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚାଲିଛି।

Advertisment

ଅନ୍ୟପକ୍ଷରେ ବିଧାୟକ ଶ୍ରୀ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ଏଭଳି ଫଟୋ ଭାଇରାଲ ହେବା ନେଇ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ସିଧାସଳଖ ଏହି ସମ୍ପର୍କକୁ ସେ ଫାଙ୍କି ଦେବାକୁ ଉଦ୍ୟମ କରିଛନ୍ତି।

ସୂଚନାଯୋଗ୍ୟ, ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ଆସନରୁ ବିଜେଡି ଟିକେଟରେ ବିଧାୟକ ଭାବେ ତାଙ୍କ ପୁଅ ବିଜୟଶଙ୍କର ନିର୍ବାଚିତ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe