Advertisment

ନବୀନଙ୍କୁ ଆଉ କେତେ ବଦନାମ କଲେ ଶାନ୍ତ ହେବେ ବିଜୟ

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି।

author-image
Manoj Swain

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ ପୁଲିସ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଛି।  ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଗତମାସ ୨୧ ତାରିଖରେ କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ ଆବେଦନ କରିଛନ୍ତି। ଯାହାକୁ ନେଇ ବିଜୟଶଙ୍କରଙ୍କ ପୁରୁଣା ପ୍ରେମିକା ସୋମାଲିକା ଦାଶ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଶନିବାର କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଲିଖିତ ଆପତ୍ତି ଓ ପୁଲିସର ବରିଷ୍ଠ ଅଧିକାରୀଙ୍କ ପାଖରେ ପୁଣିଥରେ ଏଫଆଇଆର ରୁଜୁ କରିଛନ୍ତି। 

Advertisment
Odisha BjD Tirtol Mla