Advertisment

'ରାଜନୀତିର ଶିକାର ହୋଇଛନ୍ତି ମହୁଆ'

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚୁପ୍‌ ରହିଥିବା ବେଳେ ତାଙ୍କ ପୁତୁରା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ମହୁଆଙ୍କ ସପକ୍ଷରେ ବାହାରିଛନ୍ତି।

Abhishek Banerjee and Mahua Moitra

Abhishek Banerjee and Mahua Moitra

Advertisment

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲରେ ଘେରି ହୋଇ ରହିଛନ୍ତି ପଶ୍ଚିମବଙ୍ଗ ସାଂସଦ ମହୁଆ ମୋଇତ୍ରା। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ମହୁଆଙ୍କ ସପକ୍ଷରେ ବାହାରିଛନ୍ତି। ଏହି ମାମଲାରେ ମମତା ବାନାର୍ଜୀ ଚୁପ୍‌ ରହିଥିବା ବେଳେ ମହୁଆ ରାଜନୀତିର ଶିକାର ହୋଇଥିବା କହିଛନ୍ତି ଅଭିଷେକ ବାନାର୍ଜୀ।

Advertisment

ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ କହିଛନ୍ତି, ମହୁଆ ଜଣେ ଫାୟରବ୍ରାଣ୍ଡ ନେତା। ସେ ନିଜ ଲଢ଼େଇ ନିଜେ ଲଢ଼ିବାକୁ ସକ୍ଷମ ଅଟନ୍ତି। ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଏହା କେନ୍ଦ୍ର ସରକାରଙ୍କ ପଦକ୍ଷେପ। ମୁଁ ଏଥିକ୍ସ କମିଟିର ରିପୋର୍ଟ ବିଷୟରେ ପଢ଼ିଛି। ଏହା ଏକ ତଦନ୍ତର ବିଷୟତ। ତେବେ ତାଙ୍କୁ ବହିଷ୍କାର କରିବା ପାଇଁ କାହିଁକି ସୁପାରିଶ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କୁ ମଧ୍ୟ ୪ ବର୍ଷ ଧରି ଏଭଳି ହଇରାଣ କରାଯାଇଥିଲା। ସେ ଏଥିରେ ଅଭ୍ୟସ୍ତ ଥିବା କହିଛନ୍ତି ଟିଏମ୍‌ସି ନେତା।

ମହୁଆ ପ୍ରସଙ୍ଗରେ ଅଭିଷେକ ବାନାର୍ଜୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଦଳ କିଛି କହିବାକୁ ଏଡ଼ାଇ ଦେଇଛି। ମମତା ବାନାର୍ଜୀ ବାରମ୍ବାର ଶାସକ ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଓ ଅନ୍ୟ ସଂସ୍ଥାର ଅପବ୍ୟବହାର କରାଯାଉଥିବା ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ସେ ଏବେ ମହୁଆ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ଅଛନ୍ତି।

Advertisment

ସୂଚନାଯୋଗ୍ୟ, ମହୁଆ ମୋଇତ୍ରାଙ୍କ ବିରୋଧରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଭଳି ଗୁରୁତର ଅଭିଯୋଗ ରହିଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ତାଙ୍କ ବିରୋଧରେ ଲୋକସଭା ଏଥିକ୍ସ କମିଟିରେ ଅଭିଯୋଗ କରିଛନ୍ତି। ଏଥିକ୍ସ କମିଟି ଏବେ ଏହି ମାମଲାରେ ୫୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ମଧ୍ୟ ଦେଇଛି।

TMC Mahua Moitra TMC MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe