Advertisment

TMC ସାଂସଦ ଜବାହର ସରକାରଙ୍କ ଇସ୍ତଫା, ଅପରାଧ ଓ ଦୁର୍ନୀତି ପ୍ରସଙ୍ଗ ଉଠାଇ ବର୍ଷିଲେ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦଳରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇ କ୍ଷୋଭବ୍ୟକ୍ତ କରିଛନ୍ତି ଜବାହର ସରକାର।

author-image
Debibandita Barick
ଅଦ୍ୟତନ ହୋଇଛି
Jawhar Sircar

Jawhar Sircar

କୋଲକାତାର ଆର.ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ଜବାହର ସରକାର। ସେ ଆଜି ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି। ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କଡ଼ା ନିନ୍ଦା କରିବା ସହ ନିଜ ଦଳରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମଧ୍ୟ ସ୍ୱର ଉଠାଇଛନ୍ତି ଜବାହର ସରକାର। 

Advertisment

ସେ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଆରଜି କର ହସ୍ପିଟାଲରେ ଘଟିଥିବା ଜଘନ୍ୟ କାଣ୍ଡ ବିରୁଦ୍ଧରେ ଆପଣ କିଛି କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୁଁ ଆଶାବାଦୀ ଥିଲି। ଆପଣ ପୁରୁଣା ମମତା ବାନାର୍ଜୀ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କିନ୍ତୁ ଆପଣ କିଛି ଠୋସ୍ ପଦକ୍ଷେପ ନେଲେ ନାହିଁ।

ଯେଉଁ ବି କାର୍ଯ୍ୟାନୁଷ୍ଠାନ ନେଲେ, ସେତେବଳକୁ ବିଳମ୍ବ ହୋଇ ଯାଇଥିଲା। ରାଜ୍ୟରେ ଖୁବ୍ ଶୀଘ୍ର ଶାନ୍ତି ଫେରି ଆସିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ଆଶାବାଦୀ ଥିବା କହିଛନ୍ତି ଜବାହର ସରକାର। 

Advertisment

ସେ ଆହୁରି କହିଛନ୍ତି, "ଆରଜି କର ହସ୍ପିଟାଲରେ ଘଟିଥିବା ଏହି ଭୟଙ୍କର ଘଟଣା ମୋତେ ଯନ୍ତ୍ରଣା ଦେଇଛି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରଙ୍କ ସହ ଆପଣଙ୍କର (ମମତା ବାନାର୍ଜୀ) ପ୍ରତ୍ୟକ୍ଷ ହସ୍ତକ୍ଷେପ ଆଶା କରୁଥିଲି। କିନ୍ତୁ ଏପରି କିଛି ହେଲା ନାହିଁ।" ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ମମତାଙ୍କୁ ସେ ଲେଖିଥିବା ଚିଠିରେ ମଧ୍ୟ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି।

ସେ କହିଛନ୍ତି, "ପଞ୍ଚାୟତ ଏବଂ ପୌରସଂସ୍ଥାଗୁଡ଼ିକରେ ଦଳର ନେତାମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି, ଯାହା ବଙ୍ଗଳାବାସୀଙ୍କୁ କ୍ଷତି ପହଞ୍ଚାଇଛି। ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନ ଟିଏମସି ସରକାରଙ୍କ ଅନିୟନ୍ତ୍ରିତ ପ୍ରାଧାନ୍ୟବାଦୀ ମନୋଭାବ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ ଜନସାଧାରଣଙ୍କ କ୍ରୋଧର ପ୍ରତିଫଳନ।"

TMC TMC MP Rajya Sabha Jawhar Sircar Jawhar Sircar Resigns