Advertisment

ବିବାଦ ଭିତରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଲେ ମହୁଆ

ନୂଆ ଦାୟିତ୍ୱ ମିଳିବା ପରେ ଟିଏମ୍‌ସି ସାଂସଦ ଖୁସି ହୋଇଛନ୍ତି।

Mahua Moitra

Mahua Moitra

Advertisment

ବିବାଦ ଭିତରେ ସାଂସଦ ମହୁଆ ମୋଇତ୍ରାଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଫସିଥିବା ମହୁଆଙ୍କୁ ଟିଏମ୍‌ସି କୃଷ୍ଣନଗର(ନଦିଆ ନର୍ଥ)ର ଜିଲ୍ଲା ସଭାପତି ଦାୟିତ୍ୱ ଦେଇଛି। କୃଷ୍ଣନଗର ହେଉଛି ତାଙ୍କ ଲୋଭସଭା ନିର୍ବାଚନ ମଣ୍ଡଳୀ।

Advertisment

ଏହି ନୂଆ ଦାୟିତ୍ୱ ମିଳିବା ପରେ ଟିଏମ୍‌ସି ସାଂସଦ ଖୁସି ହୋଇଛନ୍ତି। ନୂଆ ପଦବୀ ମିଳିବା ପରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସୋଶାଲ ମିଡିଆ ସାଇଟ୍‌ 'X'ରେ ଲେଖିଛନ୍ତି, 'ମୋତେ କୃଷ୍ଣନଗରର ଜିଲ୍ଲା ସଭାପତି କରିଥିବା ଯୋଗୁ ମୁଁ ମମତା ବାନାର୍ଜୀ ଓ ଟିଏମ୍‌ସିକୁ ଧନ୍ୟବାଦ ଜଣାଉଛି। ଦଳରେ ରହି ସର୍ବଦା କୃଷ୍ଣନଗରର ଲୋକଙ୍କ ପାଇଁ କାମ କରିବି।'

ଆଗକୁ ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏହାକୁ ନେଇ ସମସ୍ତ ଦଳ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏହାକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ଏଭଳି ବଡ଼ ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି।

Advertisment

ଉଲ୍ଲେଖଯୋଗ୍ୟ, ଲାଞ୍ଚ ନେଇ ସାଂସଦରେ ପ୍ରଶ୍ନ ପଚାରିବା ମାମଲାର ଯାଞ୍ଚ ଲୋକସଭା ଏଥିକ୍ସ କମିଟି କରିଛି।  ଏଥିକ୍ସ କମିଟି ଏହାର ଯାଞ୍ଚ କରିବା ପରେ ଗତ ୧୦ ତାରିଖରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ଏହାର ରିପୋର୍ଟ ପଠାଇ ଦେଇଛି। ଏଥିହସ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବା ପାଇଁ ସୁପାରିଶ କରାଯାଇଛି। ତେବେ ଏହି ମାମଲାରେ ଆଗକୁ ମହୁଆଙ୍କ ବିରୋଧରେ କ'ଣ ବଡ଼ ପଦକ୍ଷେପ ନିଆଯିବ ତାହାର ନିଷ୍ପତ୍ତି ବାଚସ୍ପତି ନେବେ।

TMC TMC MP Mahua Moitra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe