Advertisment

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିବାଦରେ ଓଡ଼ିଶା ଲିଙ୍କ୍: ଚର୍ଚ୍ଚାରେ ବିଜେଡି ସାଂସଦ

ଦି ହକ୍ ଆଇ ନିଜର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରରେ ଉଲ୍ଲେଖ କରିଛି ଯେ, ଆଡଭୋକେଟ୍ ଜୟ ଅନନ୍ତ ଯାହା କହିଥିଲେ ସମାନ କଥା ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ନିଜ  ସତ୍ୟପାଠରେ ଦର୍ଶାଇଛନ୍ତି ।

ଅଦ୍ୟତନ ହୋଇଛି
TMC MP Mahua Moitra

TMC MP Mahua Moitra

Advertisment

ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ବିରୁଦ୍ଧରେ ‘ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ’ କରିବା ଅଭିଯୋଗରେ ତାଙ୍କର ଓଡ଼ିଶା ଲିଙ୍କ୍ ପଦାକୁ ଆସିଛି। ମହୁଆଙ୍କୁ ସହାୟତା ଯୋଗାଇ ଦେବାରେ ଓଡ଼ିଶାର ଜଣେ ସାଂସଦଙ୍କ ଭୂମିକାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠ ଓ ଆଡଭୋକେଟ୍ ଜୟ ଅନନ୍ତ ଦେହାଦ୍ରୀ କରିଥିବା ଅଭିଯୋଗରେ ମଧ୍ୟ ଓଡ଼ିଶାର ଏହି ସାଂସଦଙ୍କ ନାଁ ଉଲ୍ଲେଖ ରହିଛି। ସମ୍ପୃକ୍ତ ସାଂସଦଙ୍କର ମହୁଆଙ୍କ ସହ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ଥିବା ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶିତ ବିଭିନ୍ନ ଦସ୍ତାବିଜରୁ ଜଣାପଡ଼ିଛି । ଓଡ଼ିଶାର ସମ୍ପୃକ୍ତ ସାଂସଦ ବିଜେଡିରୁ ପ୍ରତିନିଧିତ୍ୱ କରୁଥିବା ଚର୍ଚ୍ଚା ହେଉଛି ।

Advertisment

ଦି ହକ୍ ଆଇ ନିଜର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରରେ ଉଲ୍ଲେଖ କରିଛି ଯେ, ଆଡଭୋକେଟ୍ ଜୟ ଅନନ୍ତ ଯାହା କହିଥିଲେ ସମାନ କଥା ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ନିଜ  ସତ୍ୟପାଠରେ ଦର୍ଶାଇଛନ୍ତି । ମହୁଆ ମୋଇତ୍ରା ପକ୍ଷରୁ ପ୍ରଶ୍ନ ସଂସଦରେ ପଚାରିବା ପାଇଁ ହୀରାନନ୍ଦାନୀଙ୍କ ସହ ନିଜର ବ୍ୟକ୍ତିଗତ ଲଗଇନ୍ ଓ ପାସୱାର୍ଡକୁ ମହୁଆ ଶେୟାର କରିଥିଲେ । ଏହାବଦଳରେ ମହୁଆ ଏକାଧିକ ଥର ମୂଲ୍ୟବାନ ଉପହାର ଦାବି କରୁଥିଲେ । କଂଗ୍ରେସର ୨ଜଣ ସାଂସଦଙ୍କ ସମେତ ବିଜେଡିର ଜଣେ ସାଂସଦଙ୍କର ମହୁଆଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ନେଇ ଶ୍ରୀ ହୀରାନନ୍ଦାନୀ ତାଙ୍କ ସତ୍ୟପାଠରେ ନାଁ ସହ ଉଲ୍ଲେଖ କରିଛନ୍ତି । ମହୁଆ ଖୁବକମ୍ ସମୟ ମଧ୍ୟରେ ଖ୍ୟାତି ପାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ଗୌତମ ଅଦାନୀଙ୍କୁ ବ୍ୟକ୍ତିଗତ ଭାବେ ଟାଗେଟ୍ କରୁଥିଲେ ବୋଲି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ।

‘ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ’ ପଚାରିବା ନେଇ ମହୁଆଙ୍କ ବିରୁଦ୍ଧରେ ସିବିଆଇରେ ଦାଖଲ ସତ୍ୟପାଠରେ ସୁପ୍ରିମକୋର୍ଟ ଆଡଭୋକେଟ୍ ଜୟ ଅନନ୍ତ ଦର୍ଶାଇଛନ୍ତି ଯେ, ୨୦୨୧ ମେ’ ମାସରେ ହୀରାନନ୍ଦାନୀଙ୍କଠୁ ମିଳିଥିବା ନଗଦ ୨କୋଟି ଟଙ୍କାକୁ ମହୁଆ ହାୱାଲା ମାଧ୍ୟମରେ ନିଜର ଅତ୍ୟନ୍ତ ଘନିଷ୍ଠ ଓଡ଼ିଶାର ଏହି ସାଂସଦଙ୍କ ପାଖରେ ସୁରକ୍ଷିତ କରି ରଖିଥିଲେ । କେବଳ ସେତିକି ନୁହେଁ ମହୁଆଙ୍କ ତରଫରୁ ଓଡ଼ିଶାର ସମ୍ପୃକ୍ତ ସାଂସଦ ମୂଲ୍ୟବାନ ଫର୍ଣ୍ଣିଚର କ୍ରୟ କରିଥିଲେ ଓ ଯାହାର ବିଲ୍ ମଧ୍ୟ ସେ ପୈଠ କରିଥିବା ଜଣାପଡ଼ିଛି ।

Advertisment

ଏପଟେ ଆଡଭୋକେଟ୍ ଜୟଅନନ୍ତ ଆଜି ଦିଲ୍ଲୀ ପୁଲିସ କମିଶନରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ମହୁଆ ତାଙ୍କର ପୋଷା କୁକୁର ହେନରୀକୁ ବେଆଇନ ଭାବେ ଲୁଚାଇ ରଖିବା ଓ ଚୋରାଇ ନେଇଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଏକ ହ୍ୱାଟସଅପ୍ ଚାର୍ଟକୁ ଜୟ ଅନନ୍ତ ଶେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବନ୍ଧୁ ବିକ୍ରମ(କମନ ଫ୍ରେଣ୍ଡ)ଙ୍କ ସହ କରିଥିବା କଥାବାର୍ତ୍ତାରେ କହିଛନ୍ତି ଯେ, ଯଦି ମହୁଆ ତାଙ୍କ ପୋଷାକୁକୁର ହେନରୀକୁ ଫେରାଇ ଦେବେ, ସେ ମଧ୍ୟ ଲିଖିତ ଅଭିଯୋଗକୁ ପ୍ରତ୍ୟାହାର କରିନେବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଓଡ଼ିଶାର ଏହି ସାଂସଦଙ୍କ ପ୍ରଭାବ ବଳରେ ତାଙ୍କୁ ଧମକାଇବାକୁ ପ୍ରୟାସ ନହେଉ ବୋଲି ଜୟଅନନ୍ତଙ୍କ ହ୍ୱାଟସଅପ୍ ଚାର୍ଟରେ ଉଲ୍ଲେଖ ରହିଛି ।

ଉଲ୍ଲେଖଯୋଗ୍ୟ, ସାଂସଦ ମହୁଆ ମୋଇତ୍ରାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ବାଚସ୍ପତି ଓମ୍ ବିର୍ଲା ଏଥିକ୍ସ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୬ତାରିଖରେ ଏଥିକ୍ସ କମିଟି ଆଗରେ ଉପସ୍ଥିତ ହୋଇ ନିଜର ମତ ରଖିବାକୁ ବିଜେପି ସାଂସଦ ନିଶୀକାନ୍ତ ଦୁବେ ଓ ଆଡଭୋକେଟ୍ ଜୟ ଅନନ୍ତ ଦେହାଦ୍ରୀଙ୍କୁ କୁହାଯାଇଛି । ମହୁଆଙ୍କ ବିରୁଦ୍ଧରେ ଏହି ଦୁଇଜଣ ‘ଟଙ୍କା ବଦଳରେ ପ୍ରଶ୍ନ ପଚାରିବାର’ ଅଭିଯୋଗ ଆଣିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ମହୁଆ ମୋଇତ୍ରା ମାମଲାରେ ଓଡ଼ିଶାର ସାଂସଦଙ୍କ ନାଁ ଆସୁଥିବାରୁ ରାଜ୍ୟରେ ରାଜନୀତିକ କାଦୁଅଫିଙ୍ଗା ଆରମ୍ଭ ହେବାର ଆଶଙ୍କା ରହିଛି ।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦକି ସମ୍ମିଳନୀ କରି କହିଛନ୍ତି ଯେ, ସଂସଦରେ ପ୍ରଶ୍ନ ପଚାରିବା ପାଇଁ ନିର୍ବାଚିତ ଲୋକପ୍ରତିନିଧି ଟଙ୍କା ନେବା ଘଟଣା ସଂସଦୀୟ ଗଣତନ୍ତ୍ର ପ୍ରତି ଅପମାନ । ଏହି ସମସ୍ତ ଘଟଣାକ୍ରମରେ ଓଡ଼ିଶାର ଜଣେ ସାଂସଦଙ୍କ ନାଁ ଆସିବା ରାଜ୍ୟର ଭାବମୂର୍ତ୍ତିକୁ ଧୂମିଳ କରିଛି । ଲୋକସଭା ଏଥିକ୍ସ କମିଟି ଏହି ଘଟଣାର ତଦନ୍ତ କରୁଥିବାରୁ ସମ୍ପୃକ୍ତ ସାଂସଦଙ୍କ ନାଁ ଉନ୍ମୋଚନ କରିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଠିକ୍ ହେବ ନାହିଁ । ଏହି ଘଟଣାରେ ଚର୍ଚ୍ଚାରେ ରହିଥିବା ଓଡ଼ିଶା ସାଂସଦଙ୍କ ନାଁ କ’ଣ ଓଡ଼ିଶାର ଲୋକମାନେ ନିଶ୍ଚିତ ଜାଣିବାକୁ ଚାହୁଁଛନ୍ତି ବୋଲି ବିଜେପି କହିଛି ।

BjD TMC TMC MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe