Advertisment

ଇସ୍ତଫା ଦେଲେ ସାଂସଦ ମିମି ଚକ୍ରବର୍ତ୍ତୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।

ଅଦ୍ୟତନ ହୋଇଛି
Mimi Chakraborty

Mimi Chakraborty

Advertisment

ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ନିଜ ଆସନରେ ସେ ଟିଏମ୍‌ସିର ସ୍ଥାନୀୟ ନେତୃତ୍ୱ ନା ଖୁସ ଥିବା କହିଛନ୍ତି।

Advertisment

୨୦୧୯ ଲୋକସଭା ନିର୍ବାଚନରେ ମିମି ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ଯାଦବପୁର ଆସନରୁ ବିଜୟୀ ହୋଇଥିଲେ। ବର୍ତ୍ତମାନ ନିଜ ଆସନରେ ଟିଏମ୍‌ସିର ସ୍ଥାନୀୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା କହିଛନ୍ତି। ତେବେ ସେ ନିଜ ଇସ୍ତଫା ପତ୍ରକୁ ଲୋକସଭା ଅଧ୍ୟକ୍ଷକୁ ଦେଇ ନାହାନ୍ତି। ତେଣୁ ବୈଷୟିକ ଦୃଷ୍ଟିରୁ ସେ କେବଳ ତାଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହାକୁ ଏକ ଆନୁଷ୍ଠାନିକ ଇସ୍ତଫା ଭାବରେ ବିବେଚନା କରାଯିବ ନାହିଁ।

ମିମି ଚକ୍ରବର୍ତ୍ତୀ ସାଂସଦ ହେବା ସହ ଜଣେ ଅଭିନେତ୍ରୀ ମଧ୍ୟ। ସେ ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହାରା। ୨୦୧୨ରେ ଫିଲ୍ମ ଚାମ୍ପିଅନ୍‌ ଜରିଆରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ମିମି। ସେ ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୫ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଲୋକପ୍ରିୟତାକୁ ଦେଖି ୨୦୧୯ରେ ଟିଏମ୍‌ସି ତାଙ୍କ ନିବାଚର୍ନୀ ଟିକେଟ ଦେଇଥିଲା। ପାଖାପଖି ୨ ଲକ୍ଷ ୯୫ ହଜାର ଭୋଟ୍‌ରେ ବିଜେପି ପ୍ରାର୍ଥୀକୁ ହରାଇ ଥିଲେ। 

Advertisment
TMC Resigns Mimi Chakraborty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe