Advertisment

ଅଖିଲେଶଙ୍କ ପରେ ଦିଲ୍ଲୀ ନିର୍ବାଚନରେ AAPକୁ ସମର୍ଥନ ଘୋଷଣା କଲେ ମମତା

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମେ ଆପକୁ ସମର୍ଥନ ଘୋଷଣା କରିଥିଲା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଆଜି ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Arvind Kejriwal and Mamata Banerjee

Arvind Kejriwal and Mamata Banerjee

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା। ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଫେବୃଆରୀ ୫ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିକୁ ଏହାର ସମର୍ଥନ ଘୋଷଣା କରିଛି। ଏନେଇ ନିଜେ କେଜ୍ରିୱାଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

Advertisment

ଏହି ସମର୍ଥନ ପାଇଁ କେଜ୍ରିୱାଲ୍ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି ଯେ ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ତୃଣମୂଳ କଂଗ୍ରେସ ସମର୍ଥନ ଘୋଷଣା କରିଛି। ବ୍ୟକ୍ତିଗତ ଭାବରେ ମୁଁ ମମତା ଦିଦିଙ୍କ ନିକଟରେ କୃତଜ୍ଞ। ଧନ୍ୟବାଦ ଦିଦି। ଆମର ଉଭୟ ଖରାପ ଓ ଭଲ ସମୟରେ ସବୁବେଳେ ଆପଣ ଆମକୁ ସମର୍ଥନ ଓ ଆଶୀର୍ବାଦ କରିଛନ୍ତି ବୋଲି ଲେଖି ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍ରିୱାଲ।

Advertisment

ଏହା ପୂର୍ବରୁ ମଙ୍ଗଳବାର ଦିଲ୍ଲୀ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଥିଲା ସମାଜବାଦୀ ପାର୍ଟି। ଏଥିପାଇଁ କେଜ୍ରିୱାଲ ମଧ୍ୟ ଏକ୍ସରେ ଏକ ପୋଷ୍ଟ କରି ସପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଧନ୍ୟବାଦ ଜଣାଇଥିଲେ। ଉଲ୍ଲେଖ ଯୋଗ୍ୟ, ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସ ସମେତ ଅନ୍ୟ ବିଜେପି ବିରୋଧୀ ଦଳମାନେ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ଲୋକସଭାରେ ଆଶାତୀତ ଫଳ ନମିଳିବା ପରେ ବିଭିନ୍ନ ରାଜ୍ୟ ବିଧାନସଭାରେ ମଧ୍ୟ କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା।

ଏହାପରେ ଦିଲ୍ଲୀରେ କିନ୍ତୁ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲା ଆପ୍। ଏଠାରେ ଆପ୍-ବିଜେପି-କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳୁଥିବାବେଳେ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ଦଳମାନେ ଆପକୁ ସମର୍ଥନ ଘୋଷଣା କରିବା ଏକପ୍ରକାର କଂଗ୍ରେସକୁ ଝଟକା ବୋଲି କୁହାଯାଇପାରେ। 

Bjp Akhilesh Yadav Congress Mamata Banerjee TMC Arvind Kejriwal Trinamool Congress Delhi Election