Advertisment

ପାଣ୍ଡିଆନଙ୍କୁ ପଛଦ୍ୱାରରେ ଶାସନଭାର ଟେକିଦେବାକୁ ଦୁଇଟି ଆସନରେ ଛିଡ଼ା ହୋଇଛନ୍ତିି ନବୀନ: ବିଜେପି

ବିଜେପିର ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବାର ପ୍ରକୃତ ଉଦ୍ଦେଶ୍ୟ ଏବେ ପଦାକୁ ଆସିଛି।

BJP

BJP

Advertisment

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବାକୁ ନେଇ ବିଜେପି ଏକ ନୂଆ ଖୁଲାସା କରିଛି। ପଛଦ୍ୱାରରେ ଭୈରବ ପାଣ୍ଡିଆନଙ୍କୁ ବିଧାନସଭାକୁ ଆଣି ନିଜର ଉତ୍ତରାଧିକାରୀ ଭାବେ ଓଡ଼ିଶାର ଶାସନଭାର ତାଙ୍କ ହାତରେ ଟେକି ଦେବାକୁ ନବୀନ ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ତେବେ ଜଣେ ଅଣଓଡ଼ିଆଙ୍କୁ ଓଡ଼ିଶାର ଶାସନଭାର ଟେକି ଦେବାକୁ ନବୀନଙ୍କ ଏଭଳି ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ବିଜେପି କହିଛି।

Advertisment

ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବାର ପ୍ରକୃତ ଉଦ୍ଦେଶ୍ୟ ଏବେ ପଦାକୁ ଆସିଛି। ପାଣ୍ଡିଆନଙ୍କ ହାତରେ ଓଡ଼ିଶା ଶାସନ ଭାର ଟେକି ଦେବା ପାଇଁ ଷଡ଼ଯନ୍ତ୍ର ନିଜେ ନବୀନ ପଟ୍ଟନାୟକ କରିଛନ୍ତି। ପଛଦ୍ୱାରରେ ପାଣ୍ଡିଆନଙ୍କୁ ବିଧାନସଭାରେ ପୁରାଇ ଓଡ଼ିଶା ଶାସନ ଭାର ଦେବାର ଯୋଜନାକୁ ଓଡ଼ିଶା ଲୋକେ ପ୍ରତ୍ୟାଖ୍ୟାନ କରିବେ। ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପରେ ଦୁଇଟି ଆସନରୁ ଗୋଟିଏ ଆସନ ବିଜେଡିର ୨ ନମ୍ବର ଷ୍ଟାର ପ୍ରଚାରକଙ୍କ ପାଇଁ ଛାଡ଼ିଦେବେ। ସେଠାରେ ଉପନିର୍ବାଚନ ହେବ ଓ ପାଣ୍ଡିଆନଙ୍କୁ ଲୋକଙ୍କ ଆଗକୁ ଆଣି ଶାସନ ଦାୟିତ୍ୱକୁ ତାଙ୍କୁ ଟେକି ଦେବେ ବୋଲି ଜଣାପଡ଼ୁଛି।

ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନକୁ ଆଧାର କରି ବିଜେପି ଚଳିତଥର ନିର୍ବାଚନ ଲଢ଼ୁଛି। ଏଥର ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ପାଣ୍ଡିଆନଙ୍କୁ ଓଡ଼ିଶା ବିଧାନସଭାକୁ ଆଣିବା ଓ ତାଙ୍କ ହାତରେ ଓଡ଼ିଶା ଶାସନ ଟେକିଦେବା। ଏହା ଓଡ଼ିଆ ସ୍ୱାଭିମାନ ପ୍ରତି ଅପମାନ। ଓଡ଼ିଆ ଅସ୍ମିତା ଉପରେ କୁଠାରଘାତ। ବିଗତ ଦିନମାନଙ୍କରେ ଫାଇଭ-ଟି ନାଁରେ ଯେଭଳି ଭାବେ ଗଣତନ୍ତ୍ରର ହତ୍ୟା କରାଗଲା ତାହା ଓଡ଼ିଶା ଲୋକେ ଭୁଲିନାହାନ୍ତି। ଯେଉଁଭଳି ଭାବରେ ବିଧାୟକ, ସାଂସଦମାନଙ୍କୁ ଅସମ୍ମାନିତ କରାଗଲା, ଟେଂଟ ବାନ୍ଧିବା ପାଇଁ କୁହାଗଲା, ଜଳଖିଆ କଥା ବୁଝିବା ପାଇଁ ଦାୟିତ୍ୱ ଦିଆଗଲା ତାହା ଦୁର୍ଭାଗ୍ୟଜନକ ଥିଲା। ଓଡ଼ିଶାର ଲୋକେ ଏଥର ଓଡ଼ିଆଙ୍କ ପ୍ରତି ହୋଇଥିବା ଅପମାନର ଉଚିତ ଜବାବ ଦେବେ। ତେଣୁ ନବୀନ ପଟ୍ଟନାୟକଙ୍କ ଏହି ସୁଚିନ୍ତିତ ଯୋଜନା ଓ ଉଦ୍ଦେଶ୍ୟକୁ କଦାପି ରାଜ୍ୟବାସୀ ସଫଳ କରାଇ ଦେବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Advertisment

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟର କିଛି ମୁଷ୍ଟିମେୟ ଅଫିସରଙ୍କ ହାତରେ ଶାସନଭାର ରହିଛି। ଓଡ଼ିଶାରେ ଗଣତନ୍ତ୍ର ବିପଦରେ। ଜନ ପ୍ରତିନିଧିମାନଙ୍କର କୌଣସି କ୍ଷମତା ନାହିଁ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭିଡିଓ ମାଧ୍ୟମରେ ଶାସନ କରୁଛନ୍ତି। କିନ୍ତୁ ସଭାରେ ଗୁମାସ୍ତା ପାଣ୍ଡିଆନଙ୍କ ଉପସ୍ଥିତି ରହୁଛି। ଫାଇଭ-ଟି ନାଁରେ ଯେଉଁ ୪୦ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି, ଲୋକେ ତାକୁ ଭୁଲିନାହାନ୍ତି। ଲୋକ ପିଇବାକୁ ପାଣି ପାଉନାହାନ୍ତି। ଶ୍ରେୟ ନେବା ପାଇଁ ବିଜେଡି ସବୁବେଳେ ଚାହେଁ। ପ୍ରତି କ୍ଷେତ୍ରରେ ଦୁର୍ନୀତି ହେଉଛି। ଓଡ଼ିଆ ସ୍ୱାଭିମାନ ଉପରେ ବାରମ୍ବାର ଆଘାତ କରାଯାଉଛି। ଜଗନ୍ନାଥ ସଂସ୍କୃତିକୁ ବିଜେଡି ସରକାର ଅପମାନିତ କରୁଛି। ପରିକ୍ରମ ପ୍ରକଳ୍ପ ନାଁରେ ୪୫୦୦କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସଜ୍ଜନ ଶର୍ମା, ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ ଓ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe