Advertisment

ରାମ ମନ୍ଦିର ଓ ବାବ୍ରୀ ତାଲା କଥା କହି ୪୦୦ ପାର ନାରା ଦେଲେ ମୋଦି

ମଧ୍ୟପ୍ରଦେଶର ଧରରେ ଆୟୋଜିତ ରାଲିରେ ମୋଦି କହିଛନ୍ତି ଯେ କାହିଁକି ସେ ୪୦୦ ସିଟ୍‌ ମାଗୁଛନ୍ତି, ସେକଥା ଦେଶବାସୀ ଜାଣିବା ଦରକାର।

author-image
Hemant Lenka
PM Modi

PM Modi

ପୁଣିଥରେ ୪୦୦ ପାର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ରାମ ମନ୍ଦିର ଓ ବାବ୍ରୀ ତାଲା କଥା କହି ୪୦୦ରୁ ଅଧିକ ସିଟ୍‌ରେ ଜିତେଇବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଅଯୋଧ୍ୟାର ରାମ ମନ୍ଦିରରେ କଂଗ୍ରେସର ବାବ୍ରୀ ତାଲାକୁ ରୋକିବା ପାଇଁ ଏନଡିଏକୁ ୪୦୦ ସିଟରେ ଲୋକମାନେ ଜିତେଇବା ଦରକାର ବୋଲି ମୋଦି କହିଛନ୍ତି।

Advertisment

ମଧ୍ୟପ୍ରଦେଶର ଧରରେ ଆୟୋଜିତ ରାଲିରେ ମୋଦି କହିଛନ୍ତି ଯେ କାହିଁକି ସେ ୪୦୦ ସିଟ୍‌ ମାଗୁଛନ୍ତି, ସେକଥା ଦେଶବାସୀ ଜାଣିବା ଦରକାର। ସେ କହିଛନ୍ତି, “କଂଗ୍ରେସ ଓ ଇଣ୍ଡି ମେଣ୍ଟ(ଇଣ୍ଡିଆ ମେଣ୍ଟ)ର ଷଡ଼ଯନ୍ତ୍ରକୁ ରୋକିବା ପାଇଁ ମୋଦି ୪୦୦ ସିଟ ଚାହୁଁଛନ୍ତି।

ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରି ଖେଳ ବିଗାଡ଼ି ପାଇଁ ପାଇଁ କଂଗ୍ରେସ କରୁଥିବା ଉଦ୍ୟମକୁ ରୋକିବା ପାଇଁ ୪୦୦ ସିଟ ଦରକାର। ଅଯୋଧ୍ୟାର ରାମ ମନ୍ଦିରରେ କଂଗ୍ରେସ ଯେମିତି ବାବ୍ରୀ ତାଲା ନ ପକାଇ ପାରିବ, ସେଥିପାଇଁ ମୋଦି ୪୦୦ ସିଟ୍‌ ଚାହୁଁଛନ୍ତି। କଂଗ୍ରେସ ଦେଶର ଖାଲି ପଡ଼ିଥିବା ଜମି ଓ ଦ୍ୱୀପପୁଞ୍ଜ ଅନ୍ୟ ଦେଶକୁ ଯେମିତି ନ ଦେଇ ପାରିବ, ସେଥିପାଇଁ ୪୦୦ ସିଟ୍‌ ଆବଶ୍ୟକ।”

Advertisment

ଉକ୍ତ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ମୁସଲିମ ସଂରକ୍ଷଣ ସମ୍ପର୍କରେ ଦେଇଥିବା ବୟାନକୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “କଂଗ୍ରେସ ଯେମିତି ଏସ୍‌ସି,ଏସ୍‌ଟି ଓ ଓବିସି ମାନଙ୍କ ସଂରକ୍ଷଣକୁ ନେଇ ନ ଯିବ ଓ ନିଜର ଭୋଟ ବ୍ୟାଙ୍କକୁ ନ ଦେଇ ପାରିବ, ସେଥିପାଇଁ ମୋଦି ଚାହୁଁଛନ୍ତି ୪୦୦ ସିଟ।”

PM Modi Lok Sabha Election 2024