Advertisment

ଅଳକା ନା ଦୀପାଳି, କାହାକୁ ବାଛିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ଖାଲି ପଡ଼ିଛି ବ୍ରଜରାଜନଗର ବିଧାନସଭା ଆସନ। କିଶୋର ମହାନ୍ତି ବିଜେଡି ଟିକେଟ୍‌ରେ ଏଠାରୁ ଜିତିଥିଲେ। ଏଣୁ ଦଳ ଉପନିର୍ବାଚନ ପାଇଁ ଏଠାରୁ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। ବିଜେଡିର ନିର୍ବାଚନ ଷ୍ଟ୍ରାଟେଜିକୁ ତର୍ଜମା କଲେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଏଠାରୁ ଟିକେଟ୍‌ ପାଇବାର ସମ୍ଭାବନା ଅଧିକ। କିନ୍ତୁ ବ୍ରଜରାଜନଗରରେ ରାଜନୀତିକ ଘଟଣା ଗୁଡ଼ିକୁ ଅନୁଧ୍ୟାନ […]

ଅଳକା ନା ଦୀପାଳି, କାହାକୁ ବାଛିବେ ମୁଖ୍ୟମନ୍ତ୍ରୀ

Alaka and Deepali

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ଖାଲି ପଡ଼ିଛି ବ୍ରଜରାଜନଗର ବିଧାନସଭା ଆସନ। କିଶୋର ମହାନ୍ତି ବିଜେଡି ଟିକେଟ୍‌ରେ ଏଠାରୁ ଜିତିଥିଲେ। ଏଣୁ ଦଳ ଉପନିର୍ବାଚନ ପାଇଁ ଏଠାରୁ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି।

Advertisment

ବିଜେଡିର ନିର୍ବାଚନ ଷ୍ଟ୍ରାଟେଜିକୁ ତର୍ଜମା କଲେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଏଠାରୁ ଟିକେଟ୍‌ ପାଇବାର ସମ୍ଭାବନା ଅଧିକ। କିନ୍ତୁ ବ୍ରଜରାଜନଗରରେ ରାଜନୀତିକ ଘଟଣା ଗୁଡ଼ିକୁ ଅନୁଧ୍ୟାନ କଲେ ଲାଗୁଛି ଏଠାରୁ ଟିକେଟ୍ ପାଇବାକୁ ଆଶା ବାନ୍ଧିଛନ୍ତି ଦୀପାଳି ଦାସ। ସେ ହେଉଛନ୍ତି ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ।

ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନେକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଦୀପାଳିଙ୍କୁ ଦେଖିବାକୁ ମିଳୁଛି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲଖନପୁରରେ ମହିଳା ଦିବସ କାର୍ଯ୍ୟକ୍ରମ ସହିତ ଏକ ଆମ୍ବୁଲାନ୍ସ ଲୋକାର୍ପଣ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଚର୍ଚ୍ଚା ହେଉଛି ବ୍ରଜରାନଗର ଅଞ୍ଚଳରେ ପରିଚିତ ହେବା ପାଇଁ ଫିଲ୍ଡ ୱାର୍କରେ ଲାଗି ପଡ଼ିଛନ୍ତି ଦୀପାଳି।

Advertisment

ଅନ୍ୟପକ୍ଷରେ ପୌର ନିର୍ବାଚନ ସମୟରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ଉପ-ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା କହି ସାରିଛନ୍ତି। ସେତେବେଳେ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ ଯେ ସେ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବାକୁ ଆଶା ରଖିଛନ୍ତି। ଦଳ ଟିକେଟ୍‌ ଦେଲେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ।

ଅଳକା ଓ ଦୀପାଳିଙ୍କୁ ନେଇ କେବଳ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉ ନାହିଁ, ବିଜେଡି କର୍ମୀଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହେଉଛି। କିଶୋରଙ୍କ ଅନୁଗତମାନେ ଅଳକାଙ୍କୁ ଟିକେଟ୍‌ ଦିଆଯାଉ ବୋଲି ମତ ରଖୁଥିବା ବେଳେ ଆଉ ଏକ ଗୋଷ୍ଠୀ ଦୀପାଳିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛି। ଲଖନପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗୌତମ ପ୍ରଧାନ କହିଛନ୍ତି ଯେ ବ୍ରଜରାଜନଗରବାସୀ ଦୀପାଳିଙ୍କୁ ଟିକେଟ୍ ମିଳୁ ବୋଲି ଚାହୁଁଛନ୍ତି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଦୀପାଳିଙ୍କ ବାପା ନବ ଦାସ କହିଛନ୍ତି ଯେ ଏହା ସଂପୂର୍ଣ୍ଣ ଭାବେ ଦଳୀୟ ବ୍ୟାପାର। ଏହି ପ୍ରସଙ୍ଗରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କ ପରଲୋକ ହୋଇଥିଲା। ନିୟମ ଅନୁସାରେ ୬ ମାସ ଭିତରେ ହେବ ଉପନିର୍ବାଚନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe