Advertisment

ଆଜି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ; ଦିଗପହଣ୍ଡି ବାସୀ ବାଛିବେ ନେତା

ଗତ ଅଗଷ୍ଟ ୩୧ରେ ପ୍ରବଳ ଗଣ୍ଡଗୋଳ ଓ ହିଂସା ପରେ ବାତିଲ ହୋଇଥିଲା ଭୋଟିଂ।

author-image
Tapaswini Nayak
Election

Election

ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ। ଗତ ଥର ନିର୍ବାଚନ ବେଳେ ପ୍ରବଳ ହିଂସା ହୋଇଥିବାରୁ ଅଧାରୁ ନିର୍ବାଚନକୁ ବାତିଲ କରାଯାଇଥିଲା। ତେଣୁ ଏଥର କଡ଼ା ସୁରକ୍ଷା ଭିତରେ ନିର୍ବାଚନ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି।

Advertisment

ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗୋଟିଏ ଗୋଷ୍ଠୀର ସମିତି ସଭ୍ୟ ସୁରକ୍ଷା ମାଗିବା ପ୍ରସଙ୍ଗରେ ବି ଗୁରୁତ୍ୱ ଦିଆଯାଇଛିା ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀମାନେ ସେଠାକୁ ଯିବେ ବୋଲି ଏସପି କହିଛନ୍ତି।

ଗତ ଅଗଷ୍ଟ ୩୧ ତାରିଖରେ ପ୍ରବଳ ଗଣ୍ଡଗୋଳ ଓ ହିଂସା ପରେ ବାତିଲ ହୋଇଥିଲା ଭୋଟିଂ। ଆଉ ଏବେ ପୁଣି ଥରେ ଉପନିର୍ବାଚନ ହେବାକୁ ଯାଉଛି।।ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ।ଏହାପରେ ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ଦିନ ସାଢ଼େ ୧୨ଟାରୁ ୨ଟା ଯାଏଁ ଭୋଟିଂ ପରେ ନିର୍ବାଚନ ଫଳାଫଳ ଘୋଷଣା ହେବ।

Advertisment
Digapahandi Election