Advertisment

କଂଗ୍ରେସ ପ୍ରଗମନ୍‌ର ଆଜି ଶେଷ ତାରିଖ

କଂଗ୍ରେସ ପ୍ରଗମନ୍ ମାଧ୍ୟମରେ ବିଧାନସଭା ନିର୍ବାଚନ ପାଇଁ ଏବେ ଯାଏଁ ୨୫ ଶହରୁ ଅଧିକ ଆବେଦନ ହୋଇଛି।

ଅଦ୍ୟତନ ହୋଇଛି
undefined

congress

Advertisment

କଂଗ୍ରେସ ପ୍ରଗମନ୍ ମାଧ୍ୟମରେ ବିଧାନସଭା ନିର୍ବାଚନ ପାଇଁ ଏବେ ଯାଏଁ ୨୫ ଶହରୁ ଅଧିକ ଆବେଦନ ହୋଇଛି। ସେହିପରି ଲୋକସଭା ଆସନ ପାଇଁ ୬୭୦ ରୁ ଅଧିକ ଆବେଦନ ହୋଇଛି। ଏନେଇ ପିସିସି ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପ୍ରଗମନର ଶେଷ ତାରିଖ। ଆବେଦନ ଶେଷ ପରେ ଆସନ୍ତା ୧୨ ଏବଂ ୧୩ ତାରିଖରେ ସ୍କୃଟିନି କରାଯିବ।

Advertisment

ପୁନର୍ବାର ୧୪ ଏବଂ ୧୫ ତାରିଖରେ ପ୍ରଗମନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ୧୯ ରେ ପ୍ରଦେଶ କଂଗ୍ରେସ କମିଟିର ବୈଠକ ପରେ ତାଲିକା ଏଆଇସିସିକୁ ପଠାଯିବ। ପ୍ରଗମନ ମାଧ୍ୟମରେ ଉଚିତ୍ ନେତୃତ୍ୱ ଚୟନରେ ସୁବିଧା ହେବା ନେଇ ଆଶା ରଖିଛି କଂଗ୍ରେସ। ପୂର୍ବରୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଗ୍ୱାଲିୟର ମେୟର ପଦବୀ ପାଇଁ ପ୍ରଗମନର ଆରମ୍ଭ ହୋଇଥିଲା।

ସ୍ୱାଧୀନତାର ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ କଂଗ୍ରେସ ମେୟର ଆସନ ବିଜୟ ହାସଲ କରିଥିଲା। ବିନା କୌଣସି ନେତୃତ୍ୱଙ୍କ ସୁପାରିଶରେ ସିଧାସଳଖ ପ୍ରାର୍ଥୀ ଚୟନ ହେଉଥିବାରୁ ନିର୍ବାଚନରେ ବିରାଟ ପରିବର୍ତ୍ତନ ଆଶା କରିଛି ଦଳ।

Advertisment
Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe