Advertisment

ଦିନକ ପରେ ଦେଶରେ ଚତୁର୍ଥ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଆଜି ସରିବ ପ୍ରଚାର

ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ଏଥିପାଇଁ ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର ।

Vote

Vote

Advertisment

ସାତ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପାଖେଇ ଆସୁଛି ସମୟ। ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ଏଥିପାଇଁ ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର ।

Advertisment

କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ। ଦିନକ ପରେ ହେବ ମତଦାନ । ଆଉ ଏଥିପାଇଁ ନେତା ତରତର ଜନତା ବି ଉତ୍ସାହିତ । ଭୋଟ୍ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବେ ଜନତା । ସେଥିପାଇଁ ଜନତାଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡି ଭୋଟ୍ ମାଗୁଛନ୍ତି ନେତା ଓ ପ୍ରାର୍ଥୀ ।

ଏହି ପର୍ଯ୍ୟାୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ । ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଆସନରେ ମତଦାନ ହେବ । ସେହିଭଳି ତେଲଙ୍କାନାର ୧୭, ଉତ୍ତର ପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ୪ଟି ଲେଖାଏ ଆସନରେ ହେବ ମତଦାନ ।

Advertisment

ସେହିପରି ଏହି ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ । ତେବେ ୪ ଲୋକସଭା କ୍ଷେତ୍ର ପାଇଁ ୩୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୪ ଲୋକସଭା କ୍ଷେତ୍ରରେ ୨୮ ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Election Campaign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe