Advertisment

ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ; କରିବେ ନିର୍ବାଚନୀ ପ୍ରଚାର

୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ଧମାଳ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।

author-image
Tapaswini Nayak
CMO

CMO

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ। ସେଠାରେ ନବୀନ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ ୧୨ଟାରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ ଏବଂ ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ସଭାରେ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କ ସହ ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ଭୋଟ ଭିକ୍ଷା କରିବେ।  ଏଥିସହ ସାଧାରଣ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।  

Advertisment

ସେହିପରି ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ଧମାଳ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ କନ୍ଧମାଳରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ମୋଦିଙ୍କ ଗସ୍ତକୁ ନେଇ ବିଜେପି ମହଲରେ ଉତ୍ସାହର ଲହରି ଖେଳିଯାଇଛି।  କନ୍ଧମାଳ ଜିଲ୍ଲାର
ନେତା ଓ କର୍ମୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାର ଆୟୋଜନ ଆରମ୍ଭ କରିଦେଇଛନ୍ତି ।

BjD Cmo Of Odisha