ଗତକାଲି ବାଲେଶ୍ୱରରେ ଦେଖିବାକୁ ମିଳିଥିଲା ବିଜେପିର ହେଭିୱେଟ ନେତାଙ୍କ ରୋଡ ଶୋ’ । ରାଜ୍ୟ ବିଜେପିର ୫ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ ସହ କରିଥିଲେ ବିଶାଳ ରୋଡ୍ ଶୋ’ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ରାଜରାସ୍ତାରେ ଦେଖାଇଥିଲେ ଫୁଲ୍ ଦମ୍ । ବିଜେପିର ଏହି ହେଭିୱେଟ ନେତାଙ୍କ ବିଶାଳ ରୋଡ୍ ଶୋ’ ଦେଖିବାକୁ ପ୍ରବଳ ଲୋକଙ୍କ ଭିଡ଼ ହୋଇଥିଲା। । ଦେଖନ୍ତୁ ପୂରା ରିିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’; ଜାଣି ନିଅନ୍ତୁ ସବିଶେଷ ତଥ୍ୟ
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବାରେ "ଶକ୍ତିଶ୍ରୀ କାର୍ଯ୍ୟକ୍ରମ" ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Guest Column
ମୁଖ୍ୟମନ୍ତ୍ରୀଙ୍କ ଆତ୍ମବିଶ୍ୱାସ ଭାଙ୍ଗିବାକୁ ଚକ୍ରାନ୍ତ
ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରୁ ଲୋକମାନଙ୍କର ମୁଖ୍ୟମନ୍ତ୍ରୀ ହେବା ପାଇଁ ଲୋକମାନଙ୍କୁ ସିଧାସଳଖ ଭେଟିବା ଓ ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଲୋକମାନଙ୍କର ଆପତି ଅଭିଯୋଗର ସମାଧାନ କରିବା ପ୍ରକ୍ରିୟା ଦ୍ୱାରା ସରକାରଙ୍କର ଏକ ଭାବମୂର୍ତି ସୃଷ୍ଟି ହୋଇଥିଲା । କିନ୍ତୁ ଏହି ସରକାର ଶାସନ କରିବାରେ କେତେଗୁଡ଼ିଏ ଦୁର୍ବଳତା ବାରମ୍ବାର ପ୍ରକାଶ ପାଇଛି ।

Politics
ପ୍ରଶାନ୍ତ କିଶୋରଙ୍କୁ ପିଟିଦେଲା ଗାଡ଼ି
ଆଗାମୀ ବିହାର ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ସମସ୍ତ ୨୪୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି।

Politics
‘ହାଇସ୍ପିଡ୍’ ଚିକିତ୍ସା: ‘ଆଇସିୟୁ’ରୁ ସିଧା ଘରକୁ ସିଫ୍ଟ ହେଲେ ୩ ବିଜେଡି ନେତା, ଧରାପଡ଼ିଗଲା ନାଟକବାଜି
‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ବିଜେଡିର ଏହି ୩ ନେତାଙ୍କୁ କଡ଼ା ଭାଷାରେ ସାଧାରଣ ଲୋକେ ସମାଲୋଚନା କରିବାରେ ଲାଗିଲେ । ଏହାସହିତ ହସ୍ପିଟାଲ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଲା । ହସ୍ପିଟାଲ ନିଜର ବିଶ୍ୱସନୀୟତା ହରାଇବାର ଆଶଙ୍କା କରି ଏହି ନେତାମାନଙ୍କୁ ମଧ୍ୟ ବେଶୀଦିନ ରଖିବାକୁ କୁଣ୍ଠାବୋଧ କଲା । ଏପଟେ ରାଜ୍ୟ ସରକାର ମଧ୍ୟ ସୁଲତାଙ୍କ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସେମାନଙ୍କର ଚିକିତ୍ସା ସଂକ୍ରାନ୍ତରେ ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରାରମ୍ଭିକ ରିପୋର୍ଟ ମାଗିବା ପରେ ଏହି ବିଜେଡି ନେତାମାନଙ୍କର ଚେତା ପଶିଥିଲା ।

Politics
ଇଣ୍ଡିଆ ବ୍ଲକରେ ଫାଟ, ମେଣ୍ଟରୁ ଓହରିଲା ଆପ୍
ଆପ୍ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକରୁ ଓହରି ଯାଇଛି। ସେହିପରି ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଇଣ୍ଡିଆ ବ୍ଲକ ଡାକିଥିବା ବୈଠକରେ ମଧ୍ୟ ଆପ ଯୋଗ ଦେବ ନାହିଁ।