Advertisment

ଆଇଏଏସ୍‌ ସ୍ତରରେ ଅଦଳବଦଳ; ଭୂପେନ୍ଦ୍ର ସିଂ ପୁନିଆଁଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ

ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ତାଙ୍କ ସ୍ଥାନରେ କିଏ ଏହି ପଦ ସମ୍ଭାଳିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।

author-image
Niharika Rout
lokaseba bhawan odisha

lokaseba bhawan odisha

ନୂଆ ବର୍ଷ ଆରମ୍ଭରୁ ପାୱାର କରିଡରରେ ହେଲାଣି ହଲଚଲ। ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ତାଙ୍କ ସ୍ଥାନରେ କିଏ ଏହି ପଦ ସମ୍ଭାଳିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।

Advertisment

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଅରିନ୍ଦମ ଡାକୁଆ ପୌର ପ୍ରଶାସକ ହେଲେ । ତାଙ୍କୁ ପୌର ପ୍ରଶାସକ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି ।

ଏନବିଏସ୍ ରାଜପୁତ ହେଲେ ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ । ଟି. ଆଓ ହେଲେ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବ । ଭୂପେନ୍ଦ୍ର ସିଂ ପୁନିଆଁଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଥିସହ ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ।

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ୍ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଗତ ଜୁଲାଇ ମାସରେ ନିଯୁକ୍ତି ମିଳିଥିଲା। ଶ୍ରୀ ଡାକୁଆ ୨୦୧୩ ଜୁଲାଇରୁ ୨୦୧୪ ଅଗଷ୍ଟ ମାସ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଜିଲ୍ଲାପାଳ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ବଲାଙ୍ଗୀର, ନୟାଗଡ଼ ଓ କଟକ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ପରେ ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କ ବଦଳି ପରେ କିଏ ଉକ୍ତ ପଦବୀରେ ବସିବ ତାହା ଉପରେ ସମସ୍ତଙ୍କ ନଜର।

Bhubaneswar Ias Officer Loka Seva Bhavan