କର୍ମଚାରୀଙ୍କ ବଦଳି ନୀତି: ପାରଦର୍ଶିତା ଆଣିବାରେ ବିଭାଗ ବିଫଳ, ୧୫ରୁ ଅଧିକ ସୁପାରିଶ କରିପାରିବେନି ବିଧାୟକ-ସାଂସଦ

ବିଧାୟକ ଓ ସାଂସଦ ଏଣିକି ସ୍କୁଲ ଶିକ୍ଷକମାନଙ୍କ ବଦଳି ନିମନ୍ତେ ଆଉ ମନଇଚ୍ଛା ସୁପାରିଶ କରିପାରିବେ ନାହିଁ । ସେମାନେ ନିଜର ସ୍ୱତନ୍ତ୍ର ଅଧିକାର ବଳରେ ନିଜ ନିର୍ବାଚନମଣ୍ଡଳୀର ସର୍ବାଧିକ ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ନିମନ୍ତେ ନିର୍ଦ୍ଦିଷ୍ଟ ସର୍ତ୍ତ ଓ ପ୍ରକ୍ରିୟାରେ ଜିଲ୍ଲାପାଳଙ୍କୁ ସୁପାରିଶ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Lokaseva Bhaban PhotoOR

ଲୋକସେବା ଭବନ

Ordigital Desk
  • Published: Wednesday, 14 May 2025
  • Updated: 14 May 2025, 08:53 AM IST

Sports

Latest News

ସରକାରୀ କର୍ମଚାରୀମାନଙ୍କ ବଦଳି ପ୍ରକ୍ରିୟାକୁ ନ୍ୟାୟପୂର୍ଣ୍ଣ ଓ ପାରଦର୍ଶୀ କରିବା ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ ସତ୍ତ୍ୱେ ଅଧିକାଂଶ ବିଭାଗ ଆବଶ୍ୟକ ନିଜସ୍ୱ ବଦଳି ନୀତି ପ୍ରଣୟନ କରିବାରେ ବିଫଳ ହୋଇଛନ୍ତି । ହାତଗଣତି ୪-୫ଟି ବିଭାଗକୁ ବାଦ୍ ଦେଲେ ଅନ୍ୟ ବିଭାଗଗୁଡ଼ିକରେ କର୍ମଚାରୀଙ୍କ ବଦଳି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତାର ଅଭିଯୋଗ ହେଉଛି । ଏପଟେ ମଙ୍ଗଳବାର ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ସାଂସଦ ଓ ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀରେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କ ପ୍ରତିବର୍ଷ ସର୍ବାଧିକ ୧୫ଟି ଯୋଗ୍ୟ ବଦଳି ମାମଲାର ସୁପାରିଶ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଅବଧି ମଧ୍ୟରେ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ବ୍ୟାପକ ବଦଳି କରିଥାନ୍ତି ।

ସାଧାରଣ ପ୍ରଶାସନ ବିଭାଗର ତାଗିଦ୍ ଓ ନିଜସ୍ୱ ବଦଳି ନୀତିର ଅଭାବ

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଗତମାସ ୧୬ତାରିଖରେ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଏପ୍ରିଲ ୧୫ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ବାର୍ଷିକ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ପରାମର୍ଶ ଦେଇଥିଲେ । ଏହାସହିତ  ନିଜସ୍ୱ ବଦଳି ନୀତି ପ୍ରଣୟନ କରି କର୍ମଚାରୀମାନଙ୍କ ବଦଳିକୁ ନ୍ୟାୟପୂର୍ଣ୍ଣ ଓ ପାରଦର୍ଶୀ କରିବା ସହ ଅନଲାଇନ ମାଧ୍ୟମରେ ବଦଳି ପାଇଁ କର୍ମଚାରୀଙ୍କ ଆବେଦନ ଉପରେ ଗୁରୁତ୍ୱ ଦେଇଥିଲେ । ତେବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୂର୍ତ୍ତ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସମେତ ଓଡ଼ିଶା ପୁଲିସ, ରେଜିଷ୍ଟ୍ରେସନ ଅଫିସ ଓ ନନଗେଜେଟେଡ୍ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବଦଳି ନୀତି ରହିଥିବାବେଳେ ଅନ୍ୟ ବିଭାଗଗୁଡ଼ିକ ଏପର୍ଯ୍ୟନ୍ତ ନିଜସ୍ୱ ବଦଳି ନୀତି ଆଣିବାରେ ସକ୍ଷମ ହୋଇପାରିନାହାନ୍ତି । ସ୍ୱତନ୍ତ୍ର ବଦଳି ନୀତି ଅଭାବରୁ କର୍ମଚାରୀମାନଙ୍କ ବଦଳି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତାର ଅଭିଯୋଗ ଓ ମାତ୍ରାଧିକ ରାଜନୀତିକ ହସ୍ତକ୍ଷେପର ଅଭିଯୋଗ ହୋଇଥାଏ ।

ବିଧାୟକ-ସାଂସଦଙ୍କ ପାଇଁ ସର୍ତ୍ତ

ବିଧାୟକ ଓ ସାଂସଦ ଏଣିକି ସ୍କୁଲ ଶିକ୍ଷକମାନଙ୍କ ବଦଳି ନିମନ୍ତେ ଆଉ ମନଇଚ୍ଛା ସୁପାରିଶ କରିପାରିବେ ନାହିଁ । ସେମାନେ ନିଜର ସ୍ୱତନ୍ତ୍ର ଅଧିକାର ବଳରେ ନିଜ ନିର୍ବାଚନମଣ୍ଡଳୀର ସର୍ବାଧିକ ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ନିମନ୍ତେ ନିର୍ଦ୍ଦିଷ୍ଟ ସର୍ତ୍ତ ଓ ପ୍ରକ୍ରିୟାରେ ଜିଲ୍ଲାପାଳଙ୍କୁ ସୁପାରିଶ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବଦଳି ଋତୁରେ ଜିଲ୍ଲାସ୍ତରୀୟ ବଦଳି କମିଟି ଏହି ସୁପାରିଶ ଉପରେ ନିଷ୍ପତ୍ତି ନେବ । ତେବେ ଏଥିପାଇଁ ମଧ୍ୟ ରାଜ୍ୟ ସରକାର ୭ଟି ସର୍ତ୍ତ ଧାର୍ଯ୍ୟ କରିଛନ୍ତି । ବିଧାୟକ ଓ ସାଂସଦମାନେ ନିଜ ନିର୍ବାଚନମଣ୍ଡଳୀର ଯେଉଁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ଶିକ୍ଷକଙ୍କ ବଦଳି ନିମନ୍ତେ ସୁପାରିଶ କରିବେ ତାହା ଯେଭଳି ସରକାରଙ୍କ ଧାର୍ଯ୍ୟ ୭ଟି ସର୍ତ୍ତକୁ ଉଲ୍ଲଘଂନ କରୁନଥିବ ବୋଲି ମଙ୍ଗଳବାର ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଏହି ୭ଟି ସର୍ତ୍ତ ହେଉଛି-

୧-ଜରୁରୀ ଆବଶ୍ୟକତା ଥିବା ଶିକ୍ଷକଙ୍କୁ ଅଗ୍ରାଧିକାର ଦିଆଯିବ ।

୨- ଯୁକ୍ତିସଙ୍ଗତ ନୀତିର ଉଲ୍ଲଘଂନ ହେଉନଥିବ ।

୩- ଗ୍ରାମାଂଚଳରୁ ସହରାଂଚଳକୁ କୌଣସି ବଦଳି ହେବ ନାହିଁ ।

୪- କେବଳ ଜିଲ୍ଲା ମଧ୍ୟରେ ବଦଳି ପାଇଁ ଏହା ପ୍ରଯୁଜ୍ୟ

୫- ସଂସଦୀୟ ନିର୍ବର୍ାଚନମଣ୍ଡଳୀ ଏକାଧିକ ଜିଲ୍ଲା ଅଂଚଳରେ ଥିଲେ, ସୁପାରିଶ ନୋଡାଲ ଅଧିକାରୀଙ୍କୁ ଦିଆଯିବ । ରାଜ୍ୟସଭା ସାଂସଦଙ୍କ ସୁପାରିଶ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ମାଧ୍ୟମରେ ଜିଲ୍ଲା ନୋଡାଲ ଅଫିସରଙ୍କ ନିକଟକୁ ପଠାଯିବ ।

୬- ସମସ୍ତ ପ୍ରସ୍ତାବ ମେ’ ୧୫ରୁ ଜୁନ୍ ୧୫ମଧ୍ୟରେ ଦାଖଲ ଓ ନିଷ୍ପତ୍ତି ହେବ ।

୭- ଏହି ବ୍ୟବସ୍ଥା ଚଳିତ ଶିକ୍ଷାବର୍ଷ ପାଇଁ ମାତ୍ର ଏକକ ପଦକ୍ଷେପ ଭାବେ ପ୍ରଯୁଜ୍ୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story