ଆଦିବାସୀ ତୁଷ୍ଟୀକରଣ ନା ନେତାଙ୍କ ଥଇଥାନ ଚିନ୍ତା: ୨୪କୁ ବଢ଼ିବ ଏସଡିସି ଜିଲ୍ଲା, ୧୪ରେ ମେଗା ଶୋ’

ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ଆଦିବାସୀ ବର୍ଗର ଲୋକେ ରହୁଥିବାବେଳେ ଏବେ ଅଧିକ ସଂଖ୍ୟକ ଏସଡିସି ଜିଲ୍ଲା ଗଠନ ପାଇଁ ମନଇଚ୍ଛା ନିଷ୍ପତ୍ତି ନେବାକୁ ପଛାଇ ନାହାନ୍ତି ।

BJD PhotoOR

ବିଜେଡି

Ordigital Desk
  • Published: Wednesday, 10 May 2023
  • Updated: 10 May 2023, 07:16 PM IST

Sports

Latest News

ଦୀର୍ଘ ୫ ବର୍ଷ ଧରି ଆଦିବାସୀ ଉପଦେଷ୍ଟା ପରିଷଦକୁ ପଙ୍ଗୁ କରି ପକାଇ ରଖିଥିବା ଶାସକ ବିଜେଡି ଆସନ୍ତା ସାଧାରଣ ନିର୍ବାଚନକୁ ଆଖିରେ ରଖି ସ୍ୱତନ୍ତ୍ର ବିକାଶ ପରିଷଦ ବା ସ୍ପେଶାଲ ଡେଭଲପମେଂଟ କାଉନସିଲ(ଏସଡିସି) ଜିଲ୍ଲା ସଂଖ୍ୟାକୁ ୯ରୁ ୨୪କୁ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଦିବାସୀ ଭୋଟରକୁ ଭୂଆଁ ବୁଲାଇବାକୁ ଏହି ଏସଡିସି ଜିଲ୍ଲା ସଂଖ୍ୟା ୨୪କୁ ବୃଦ୍ଧି କରାଇ ସମ୍ପୃକ୍ତ ଜିଲ୍ଲାର ବିଜେଡି ସମର୍ଥିତ ଆଦିବାସୀ ନେତାମାନଙ୍କୁ ଥଇଥାନ କରି ଦଳୀୟ ଭୋଟବ୍ୟାଙ୍କକୁ ବଢ଼ାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

ତେବେ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ଆଦିବାସୀ ବର୍ଗର ଲୋକେ ରହୁଥିବାବେଳେ ଏବେ ଅଧିକ ସଂଖ୍ୟକ ଏସଡିସି ଜିଲ୍ଲା ଗଠନ ପାଇଁ ମନଇଚ୍ଛା ନିଷ୍ପତ୍ତି ନେବାକୁ ପଛାଇ ନାହାନ୍ତି । ପୂର୍ବରୁ ୫୦ ପ୍ରତିଶତରୁ ଅଧିକ ଆଦିବାସୀ ବସବାସ କରୁଥିବା ଜିଲ୍ଲାରେ ‘ଏସଡିସି’ ଗଠନ ହୋଇଥିବାବେଳେ ଏବେ ୫ ପ୍ରତିଶତ ଆଦିବାସୀ ରହୁଥିବା ଉପକୂଳ ଜିଲ୍ଲାଗୁଡ଼ିକରେ ବି ଏସଡିସି ଗଠନ ହେବ ବୋଲି ଜଣାପଡ଼ିଛି । ଯଦିଓ ସବୁ ଜିଳ୍ଲାରେ ଅଳ୍ପବହୁତ ଆଦିବାସୀ ଅଛନ୍ତି ତଥାପି ସରକାର କାହିଁକି ବାକି ୬ଟି ଜିଲ୍ଲାକୁ ବାଦ୍ ଦେଲେ ଓ କେଉଁ ଆଧାରରେ ଏସଡିସି ଜିଲ୍ଲାଗୁଡ଼ିକର ସମ୍ପ୍ରସାରଣ କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୪ତାରିଖରେ ସ୍ଥାନୀୟ ଆଦିବାସୀ ପଡ଼ିଆରେ ଏକ ମେଗା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି) ଜିଲ୍ଲା ସଂଖ୍ୟା ୯ରୁ ୨୪କୁ ବୃଦ୍ଧି ପାଇବ ବୋଲି ଘୋଷଣା କରିବେ । କେବଳ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାକୁ ବାଦ୍ ଦେଇ ବାକି ୧୫ଟି ଜିଲ୍ଲାରେ ଏହି ଏସଡିସି ଗଠନ ହେବ । ପୂର୍ବରୁ ୯ ଓ ଏବେ ୧୫ଟି ଜିଲ୍ଲାକୁ ମିଶାଇ ମୋଟ ୨୪ଟି ଜିଲ୍ଲାରେ ଏସଡିସି ଗଠନ ହେବ ।

Also Read

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆଦିବାସୀ ଭୋଟ୍ ହାତେଇବା ପାଇଁ ରାଜ୍ୟ ସରକାର ଯେଉଁ ୯ଟି ଜିଲ୍ଲାରେ ଏସଡିସି ଗଠନ କରିଥିଲେ ସେସବୁ ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ଆଦିବାସୀ ରହୁଛନ୍ତି । ଆଦିବାସୀଙ୍କ କଳାସଂସ୍କୃତି,ପରମ୍ପରା, ପରିଧାନ, ଐତିହ୍ୟ, ଭାଷାର ସୁରକ୍ଷା ଓ ପ୍ରୋତ୍ସାହନ ନିମନ୍ତେ ଏହି ଏସଡିସି କାର୍ଯ୍ୟ କରିବ ବୋଲି ସେତେବେଳେ ସରକାର ଗାଇଡଲାଇନ୍ ଜାରି ହୋଇଥିଲା । ଏପରିକି ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ୯ଟି ଜିଲ୍ଲା ଯଥା- ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର,କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ମୋଟ ୧୧୭ଟି ବ୍ଲକର ୨୦୨୨ଟି ପଂଚାୟତର ୧୮୬୮୭ଟି ଗାଁର ୧୪ଲକ୍ଷ ଆଦିବାସୀ ପରିବାରକୁ ଟାର୍ଗେଟ୍ କରିଥିଲେ । ଏସବୁ ଜିଲ୍ଲାରେ ଆଦିବାସୀମାନଙ୍କ ପ୍ରାଚୀନ ପୂଜାସ୍ଥଳୀର ନିର୍ମାଣ ସହ ସେମାନଙ୍କ କଳାସଂସ୍କୃତିକୁ ସୁରକ୍ଷା ଦେବାକୁ ମଧ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ୨୦୧୭-୧୮ ଓ ୨୦୧୮-୧୯ ମସିହାରେ ଜାରି କରିଥିଲେ । ଆଉ ତା’ପରଠୁ ଚୁପଚାପ୍ ବସିଯାଇଥିଲେ ଓ ଏସବୁ ଜିଲ୍ଲାରେ ଏସଡିସିଗୁଡ଼ିକ ମଧ୍ୟ ପଙ୍ଗୁ ହୋଇଯାଇଥିଲା ।

ତେବେ ୨୦୨୨ ନଭେମ୍ବରରେ ରାଜ୍ୟ ଏସଡିସି ଉପଦେଷ୍ଟା ଭାବେ ପ୍ରଦୀପ ମାଝୀଙ୍କୁ ଦାୟିତ୍ୱ ଦେବା ସହ ବିଭିନ୍ନ ଏସଡିସି ଜିଲ୍ଲାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ତଥା ସଦସ୍ୟ ପଦବୀ ପୂରଣ କରିଥିଲେ । କିନ୍ତୁ ୬ମାସ ବିତିଯାଇଥିଲେ ବି ଏହି ଏସଡିସିଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିନି । ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଆଦିବାସୀ ଭୋଟରଙ୍କ ତୁଷ୍ଟୀକରଣ ପାଇଁ ଏହି ଏସଡିସି ଜିଲ୍ଲା ସଂଖ୍ୟାକୁ ୯ରୁ ୨୪କୁ ବୃଦ୍ଧି ଅର୍ଥାତ୍ ଆଉ ୧୫ଟି ଜିଲ୍ଲାରେ ଏସଡିସି ଗଠନ ହେବ । କିନ୍ତୁ ଏସବୁ ଜିଲ୍ଲା କେଉଁ ମାନଦଣ୍ଡରେ ନିର୍ଦ୍ଧାରଣ କରାଯାଇଛି ଓ ବାକି ୬ଟି ଜିଲ୍ଲାକୁ କାହିଁକି ବାଦ୍ ଦିଆଗଲା ତାହା ଜଣାପଡ଼ିନି।

ଯଦିଓ ଏସଡିସି ଜିଲ୍ଲା ଭାବେ ଖୋର୍ଦ୍ଧା, ନୟାଗଡ଼, ଯାଜପୁର ଓ ସୋନପୁରକୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି କିନ୍ତୁ ଉକ୍ତ ୪ଟି ଜିଲ୍ଲାରେ ଆଦିବାସୀ ଜନସଂଖ୍ୟା ୫%ରୁ ୯ ପ୍ରତିଶତ ମଧ୍ୟରେ ରହିଛି । ତଥାପି ରାଜନୀତିକ କାରଣ ଓ ଭୋଟବ୍ୟାଙ୍କ ହାତେଇବା ପାଇଁ ସରକାର ଏହି ଜିଲ୍ଲାଗୁଡ଼ିକରେ ବି ଏସଡିସି ଗଠନ କରିବେ । ଆଉ ବିଜେଡି ସମର୍ଥିତ ଦଳୀୟ ନେତାମାନଙ୍କୁ ଏହି ଏସଡିସିରେ ଥଇଥାନ କରି ଆଦିବାସୀମାନଙ୍କ ଭୋଟ ହାତେଇବାକୁ ଉଦ୍ୟମ କରିବେ ବୋଲି ଜଣାପଡ଼ିଛି ।

ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ୧୪ତାରିଖରେ ଆଦିବାସୀ ପଡ଼ିଆରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଡିସି ଜିଲ୍ଲା ସଂଖ୍ୟା ୯ରୁ ୨୪କୁ ବୃଦ୍ଧି ଘୋଷଣା କରିବେ । ଆଦିବାସୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । ଏସଡିସି ଗଠନ ଦ୍ୱାରା ଏହା ଅଧିକ ତ୍ୱରାନ୍ୱିତ ହୋଇପାରିବ ।

ସୂଚନାଯୋଗ୍ୟ, ଭୋଟବ୍ୟାଙ୍କ ପାଇଁ ଆଦିବାସୀଙ୍କୁ ଉପଯୋଗ କରୁଥିବା ରାଜ୍ୟ ସରକାର ୨୦୧୮ ମସିହାରୁ ରାଜ୍ୟ ଆଦିବାସୀ ଉପଦେଷ୍ଟା ପରିଷଦ(ଟିଏସି)ର ଗୋଟିଏ ବି ବୈଠକ ଡାକିନାହାନ୍ତି । ଆଉ ରାଜ୍ୟରେ ପେସା ରୁଲସ ପ୍ରଣୟନ କରିବାରେ ବି ଦୀର୍ଘ ୨୭ବର୍ଷ ଧରି ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ଆଦିବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ସରକାରର ଏଭଳି ଉଦ୍ଦେଶ୍ୟମୂଳକ ଅବହେଳା ଯୋଗୁ ୨୦୨୪ ସାଧାରଣ ନିର୍ବାଚନରେ ଆଦିବାସୀ ଭୋଟ୍ ହାତଛଡ଼ା ହେବା ଭୟରେ ଏହି ଏସଡିସି ଜିଲ୍ଲା ସଂଖ୍ୟା ୨୪କୁ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ରାଜ୍ୟ ସରକାର ଗତ ୨୦୨୨ ଅଗଷ୍ଟ ୨ତାରିଖରେ ଆଦିବାସୀ ଉପଦେଷ୍ଟା ପରିଷଦ ଗଠନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତା’ର ବୈଠକ ଡାକିନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story