ନିର୍ବାଚନକୁ ଦେଖି ମନେପଡ଼ିଲେ ଆଦିବାସୀ: ୫ବର୍ଷ ପରେ ବସିଲା ଆଦିବାସୀ ଉପଦେଷ୍ଟା ବୈଠକ

ଶେଷଥର ପାଇଁ ରାଜ୍ୟ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ ୨୦୧୮ ଜୁନ୍ ୨୮ତାରିଖରେ ବସିଥିଲା ଓ ସେବେଠୁ ଏହି ଗୁରୁତ୍ୱପୂର୍ଣ୍ଣ ଟିଏସିକୁୁ ପଙ୍ଗୁ କରି ପକାଇ ରଖିଥିବା ରାଜ୍ୟ ସରକାର ବହୁ ସମାଲୋଚନା ପରେ ୨୦୨୨ ଅଗଷ୍ଟ ୨ତାରିଖରେ ଏହି ପରିଷଦର ପୁନର୍ଗଠନ କରିଥିଲେ ।

CM PhotoTwitter

ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକରେ

Ordigital Desk
  • Published: Tuesday, 11 July 2023
  • Updated: 11 July 2023, 09:23 PM IST

ଦୀର୍ଘ ୫ବର୍ଷ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଆଦିବାସୀ ଉପଦେଷ୍ଟା ପରିଷଦ(ଟିଏସି)ର ବୈଠକ ଆଜି ପ୍ରାୟ ଦୀର୍ଘ ୫ବର୍ଷ ପରେ ଅନୁଷ୍ଠିତ ହୋଇଛି । ଶେଷଥର ପାଇଁ ରାଜ୍ୟ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ ୨୦୧୮ ଜୁନ୍ ୨୮ତାରିଖରେ ବସିଥିଲା ଓ ସେବେଠୁ ଏହି ଗୁରୁତ୍ୱପୂର୍ଣ୍ଣ ଟିଏସିକୁୁ ପଙ୍ଗୁ କରି ପକାଇ ରଖିଥିବା ରାଜ୍ୟ ସରକାର ବହୁ ସମାଲୋଚନା ପରେ ୨୦୨୨ ଅଗଷ୍ଟ ୨ତାରିଖରେ ଏହି ପରିଷଦର ପୁନର୍ଗଠନ କରିଥିଲେ ।

ସୂଚନା ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଚଳିତ ବର୍ଷରୁ ରାଜ୍ୟର ଯେକୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ସାଧାରଣ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଗରିବ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଏକକାଳୀନ ୫୦ହଜାର ଟଙ୍କାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ‘ହୋ’, ‘ସଉରା’ ଓ ‘କୁଇ’ ଭାଷାକୁ ଅନ୍ତର୍ଭୁକ୍ତ କରିବା ଏବଂ ଭାରତ ସରକାରଙ୍କର ଅନୁସୂଚିତ ଜନଜାତି ତାଲିକାରେ ଓଡ଼ିଶାର ରାଣା/ରୋଣା, ବୋଣ୍ଡୋ, ପିଭିଟିଜି, ମାଲି ଓ କୁଲି ସଂପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକରେ ସୁପାରିଶ କରାଯାଇଛି । ସେହିପରି ଓଡ଼ିଶା ଅନୁସୂଚିତ ଜନଜାତି ତାଲିକାର-୪୯ରେ ଥିବା ‘ମିର୍ଦ୍ଧାସ’ ସହ ‘ମିର୍ଦ୍ଧା’ଙ୍କୁ ଅନ୍ତର୍ଭୁକ୍ତ ପାଇଁ ସୁପାରିଶ କରାଯାଇଛି ।

ଏହାବ୍ୟତୀତ ଜନଜାତି ବର୍ଗର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅନୁଚ୍ଛେଦ ଅଂଚଳରେ ୧୯୫୬ ରେଗୁଲେସନ୍ ୨ର ଧାରା ୩(୧)ରେ ସଂଶୋଧନ ପାଇଁ ଉପଦେଷ୍ଟା ପରିଷଦ ସୁପାରିଶ କରିଛନ୍ତି । ଫଳରେ ଉପଜିଲ୍ଲାପାଳଙ୍କ ଲିଖିତ ଅନୁମତିରେ ସିଡ୍ୟୁଲ ଏରିଆରେ ଆଦିବାସୀମାନେ କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ସ୍ୱନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ଆର୍ଥିକ ପ୍ରତିଷ୍ଠାନରେ ନିଜର ଜମିକୁ ବନ୍ଧକ ରଖି ଅବା ଲିଜ୍ ସୂତ୍ରରେ ଋଣ ନେଇପାରିବେ । ଉପଜିଲ୍ଲାପାଳ ଅନୁମତି ନଦେଲେ ସମ୍ପୃକ୍ତ ବ୍ୟକ୍ତି ୬ମାସ ମଧ୍ୟରେ ଜିଲ୍ଲାପାଳଙ୍କ ପାଖରେ ଆବେଦନ କରିପାରିବେ ବୋଲି ସରକାରୀ ପ୍ରେସ୍ ରିଲିଜରେ ଦର୍ଶାଯାଇଛି ।

Also Read

ସେହିପରି ଜଙ୍ଗଲ ଅଧିକାର ଆଇନ ବଳରେ ୨୦୨୩ ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟର ୪.୬୪ଲକ୍ଷ ଜଣଙ୍କୁ ୧୦.୪୨ଲକ୍ଷ ହେକ୍ଟର ଜଙ୍ଗଲ ଜମିର ଜମି ପଟ୍ଟା ଅଧିକାର ପ୍ରଦାନ କରାଯାଇଥିବା ନେଇ ଉପଦେଷ୍ଟା ପରିଷଦକୁ ଅବଗତ କରାଯାଇଥିଲା । ରାଜ୍ୟରେ ଚଳିତବର୍ଷରୁ ନୂଆ ଯୋଜନା ‘ମୋ ଜଙ୍ଗଲ ଜମି ଯୋଜନା’ କାର୍ଯ୍ୟକାରୀ କରି ଯୋଗ୍ୟ ଅନୁସୂଚିତ ଜନଜାତି ବାସିନ୍ଦାଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ ସୁନିଶ୍ଚିତ କରାଉଛନ୍ତି । ମୁଖ୍ୟମନ୍ତ୍ରୀ ଜୀବିକା ମିଶନରେ ୧.୫ଲକ୍ଷ ଆଦିବାସୀ ପରିବାରକୁ ଜୀବିକା ନିର୍ବାହ ନିମନ୍ତେ ୫୦୦କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଦିମ ଜନଜାତି ବସବାସ କରୁଥିବା ୧୧୩୮ ଗୋଟି ନୂତନ ଭାବେ ଚିହ୍ନଟ ହୋଇଥିବା ବସତିକୁ ପିଭିଟିଜି ଗ୍ରାମ ଭାବେ ଘୋଷଣା କରାଯାଇଛି । ୧୧୩୮ ଗୋଟି ଗ୍ରାମ ମଧ୍ୟରୁ ୮୮୮ଟି ଗ୍ରାମ ୧୫ଟି ଅଣୁପ୍ରକଳ୍ପରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଅଣୁପ୍ରକଳ୍ପ ଅଂଚଳ ବାହାରେ ରହିଥିବା ୨୫୦ ଗୋଟି ଗ୍ରାମକୁ ପିଭିଟିଜି ଗ୍ରାମ ଭାବେ ଘୋଷଣା କରାଯାଇଅଛି ଏବଂ ତିନିଗୋଟି ଅଣୁପ୍ରକଳ୍ପ ପ୍ରତିଷ୍ଠା ହୋଇଛି । ଯାଜପୁର ଜିଲ୍ଲାର ବିରହୋର ଓ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ଢେଙ୍କାନାଳ ଜିଲ୍ଲାର ଜୁଆଙ୍ଗ ଉନ୍ନୟନ ସଂସ୍ଥା, ପ୍ରାଚୀନ ଜନଜାତି ବସବାସ କରୁଥିବା କେଉଁଝର ଜିଲ୍ଲାର ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥାରେ ଅଣୁପ୍ରକଳ୍ପ ପ୍ରତିଷ୍ଠା ହୋଇଛି ।

ଆଜିର ଏହି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ୧୫ ଜଣ ବିଧାୟକ, ଦୁଇ ଜଣ ସାଂସଦ ଓ ଅନ୍ୟ ସଦସ୍ୟଙ୍କ ସମେତ ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ତୃତୀୟ ପାଳିରେ ୨୦୦୯-୧୪ ମସିହା ମଧ୍ୟରେ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ ମୋଟ ୪ଥର ବସିଥିବା ବେଳେ ଚତୁର୍ଥ ପାଳି ସରକାରରେ ୨୦୧୪-୧୯ ମଧ୍ୟରେ ୨ଥର ବୈଠକ ଅନୁଷ୍ଠିତ ହୋଇଥିଲା । ଶେଷଥର ପାଇଁ ପରିଷଦ ବୈଠକ ୨୦୧୮ ଜୁନ୍ ୨୮ରେ ହୋଇଥିବାବେଳେ ପଂଚମ ପାଳି ସରକାରରେ ଆଜି ପ୍ରଥମଥର ପାଇଁ ବୈଠକ ବସିଛି । ୨୦୧୯ ମସିହାରେ ବିଧାନସଭା ଭଙ୍ଗ ହେବା ସହ ଆଦିବାସୀ ଉପଦେଷ୍ଟା ପରିଷଦର କାର୍ଯ୍ୟକାଳ ସମାପ୍ତ ହୋଇଥିଲା ଓ ବହୁ ସମାଲୋଚନା ପରେ ୨୦୨୨ ଅଗଷ୍ଟ ୨ତାରିଖରେ ରାଜ୍ୟ ସରକାର ଏହି ପରିଷଦର ପୁନର୍ଗଠନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story