Advertisment

ପଶ୍ଚିମବଙ୍ଗରେ NIA ଚଢାଉ; ତଦନ୍ତକାରୀ ସଂସ୍ଥା ସହ BJP ମେଣ୍ଟ କରିଛି କହିଲା TMC

ପଶ୍ଚିମବଙ୍ଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର କାର୍ଯ୍ୟାନୁଷ୍ଠାନ ରାଜନୈତିକ ଆକ୍ରୋଶର ରୂପ ନେଇଛି। ବିଜେପି ନିର୍ବାଚନୀ ଫଇଦା ପାଇଁ NIAକୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ଟିଏମସି।

author-image
Debibandita Barick
Attack Incident Image

Attack Incident Image

ପଶ୍ଚିମବଙ୍ଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି, NIA)ର କାର୍ଯ୍ୟାନୁଷ୍ଠାନ ରାଜନୈତିକ ଆକ୍ରୋଶର ରୂପ ନେଇଛି। ଏନଆଇଏ ସହ ବିଜେପିର ମେଣ୍ଟ ହୋଇଛି ବୋଲି ଟିଏମସ ଅଭିଯୋଗ କରିଛି।

Advertisment

ଦଳ କହିଛି ଯେ, ନିର୍ବାଚନ ସମୟରେ ବିଜେପି ଟିଏମସର ପୂର୍ବତନ କର୍ମମାନଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ବ୍ୟବହାର କରୁଛି। ବିଜେପି ଓ ଏନଆଇଏ ମଧ୍ୟରେ ମେଣ୍ଟ ହୋଇଛି। ଏସବୁ ଅଭିଯୋଗକୁ ଖଣ୍ଡନ କରି ତଦନ୍ତକାରୀ ସଂସ୍ଥା କହିଛି, ଏପ୍ରିଲ ୬ରେ ପଶ୍ଚିମବଙ୍ଗ ଭୁପତିନଗରରେ ତଦନ୍ତକାରୀ ଟିମ୍ ଉପରେ ବିନା କାରଣରେ ଆକ୍ରମଣ କରାଯାଇଛି।  

ପ୍ରକାଶ ଥାଉ କି, ୨୦୨୨ ଡିସେମ୍ବରେ ଏକ ବୋମା ବିସ୍ଫୋରଣ ମାମଲାକୁ ନେଇ ଏପ୍ରିଲ 6ରେ ଏନଆଇଏ ଭୁପତିନଗର ଅଞ୍ଚଳରେ ତଦନ୍ତ କରିଥିଲା। ମଧ୍ୟରାତ୍ରିରେ କିଛି ଲୋକଙ୍କ ଘରେ ପଶି ଚଢାଉ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା। ଗିରଫ କରି ଫେରିବା ସମୟରେ ଏନଆଇଏ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକ।

Advertisment

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନଆଇଏର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ୨୦୨୨ ମାମଲାକୁ ଏବେ ତଦନ୍ତ କରିବାର ଉଦ୍ଦେଶ୍ୟ କ'ଣ, ରାତି ଅଧରେ ତଦନ୍ତକାରୀ ସଂସ୍ଥା ମହିଳାମାନଙ୍କ ଘରକୁ କାହିଁକି ଯାଇଥିଲେ, କଣ ସେମାନେ ପୁଲିସର ଅନୁମତି ଆଣିଥିଲେ କି ବୋଲି ପ୍ରଶ୍ନ କରିଥିଲେ ମମତା। 

Bjp Mamata Banerjee West Bengal TMC Nia