Advertisment

ଟିଏମସିର ଦାବି: ଯୋଗାଯୋଗରେ ଅଛନ୍ତି ବିଜେପିର ୩ ସାଂସଦ, ମନା କଲା ଦଳ

୭ଟି ପର୍ଯ୍ୟାୟରେ ଭୋଟ ଦେଇଥିବା ବେଙ୍ଗଲରେ ବିଜେପି ୨୦୧୯ ତୁଳନାରେ ଅଧିକ ଆସନ ପାଇବ ବୋଲି ଆଶା କରାଯାଉଥିଲା। ନରେନ୍ଦ୍ର ମୋଦି ଓ ଅମିତ ଶାହ ଏକାଧିକ ରାଲି ବେଙ୍ଗଲରେ ମଧ୍ୟ କରିଥିଲେ।

author-image
Hemant Lenka
TMC

TMC

ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଦାବି କରିଛି ଯେ ବିଜେପିର ୩ ଜଣ ସାଂସଦ ଦଳର ଯୋଗାଯୋଗରେ ରହିଛି। ଟିଏମସି ଲୋକସଭା ନିର୍ବାଚନରେ ୨୯ଟି ଓ ବିଜେପି ୧୨ଟି ଆସନ ଜିତିବା ପରେ ଏପରି ଖବର ସାମ୍ନାକୁ ଆସିଛି। କିନ୍ତୁ ଟିଏମସର ଏପରି ଦାବିକୁ ବିଜେପି ଖଣ୍ଡନ କରିଛି। ଦାବିରେ କୌଣସି ସତ୍ୟତା ନଥିବା ବିଜେପି କହିଛି।

Advertisment

୭ଟି ପର୍ଯ୍ୟାୟରେ ଭୋଟ ଦେଇଥିବା ବେଙ୍ଗଲରେ ବିଜେପି ୨୦୧୯ ତୁଳନାରେ ଅଧିକ ଆସନ ପାଇବ ବୋଲି ଆଶା କରାଯାଉଥିଲା। ନରେନ୍ଦ୍ର ମୋଦି ଓ ଅମିତ ଶାହ ଏକାଧିକ ରାଲି ବେଙ୍ଗଲରେ ମଧ୍ୟ କରିଥିଲେ।

ସେମାନେ ଦାବି କରିଥିଲେ ଯେ ବିଜେପି ରାଜ୍ୟରେ ୩୫ଟି ସିଟ ଜିତିବାକୁ ଯାଉଛି। ଏକାଧିକ ଏକଜିଟ ପୋଲରେ ମଧ୍ୟ ବେଙ୍ଗଲରେ ବିଜେପି ୨୬ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରିଥିଲେ।

Advertisment

ତେବେ ଏକଜିଟ ପୋଲର ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି ଦିଦି। ଟିଏମସି ୨୦୧୯ ଠାରୁ ୨୦୨୪ରେ ଅଧିକ ଆସନ ଜିତିଛି। ଟିଏମସି ୨୦୧୯ରେ ୨୨ଟି ଆସନ ଜିତିଥିଲା। ହେଲେ ଏଥର ଦଳ ୨୯ଟି ହାସଲ କରିଛି। ବିଜେପି ୧୮ରୁ ଖସି ୧୨ରେ ପହଞ୍ଚିଛି।

ଲକେଟ ଚାଟାର୍ଜୀ, ଅଗ୍ନିମିତ୍ର ପଲ, ନିଶିତ ପରମାଣିକ ଓ ଦିଲୀପ ଘୋଷଙ୍କ ଭଳି ବିଜେପି ହେଭିୱେଟଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ସନ୍ଦେଶଖାଲି ପୀଡ଼ୀତା ତଥା ବିଜେପି ପ୍ରାର୍ଥୀ ରେଖା ପାତ୍ରଙ୍କୁ ଟିଏମସିର ନୁରୁଲ ଇସଲାମ ବସିରହାଟରେ ପରାସ୍ତ କରିଛନ୍ତି।

ତେବେ କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗାଙ୍ଗୁଲି ବିଜେପି ଟିକେଟରେ ତାମଲୁକରୁ ବିଜୟୀ ହୋଇଛନ୍ତି।

Bjp TMC Lok Sabha Election Results