Advertisment

ସର୍ଭେ ରିପୋର୍ଟ: ବେଙ୍ଗଲରେ ଟିଏମସି, ପଞ୍ଜାବରେ ଜଲୱା ଦେଖାଇବେ ଆପ ଓ କଂଗ୍ରେସ

ବିହାରରେ ବିଜେପି ସହ ଜେଡିୟୁ ହାତ ମିଳାଇଛି। ନୀତୀଶ କୁମାରଙ୍କ ସହ ମିଶି ବିଜେପି ବିହାରର ସମସ୍ତ ୪୦ଟି ଆସନରେ ନିର୍ବାଚନ ଲଢ଼ିବ। କିନ୍ତୁ ୨୦୧୯ ତୁଳନାରେ ୨୦୨୪ରେ ଏନଡିଏର ଆସନ ସଂଖ୍ୟା ହ୍ରାସ ପାଇବ।

author-image
Hemant Lenka
INDIA

INDIA

ଆସନ୍ତା ଲୋକସଭା ନିର୍ବାଚନ ଓ ଫଳାପଳ ପୂର୍ବରୁ କିଛି ଜାତୀୟ ଗଣମାଧ୍ୟମ ସେମାନଙ୍କ ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ଲାଗିଛନ୍ତି। ବିଶାଳ ଜନସଂଖ୍ୟା ମଧ୍ୟରୁ ମାତ୍ର କିଛି ହଜାର ଲୋକଙ୍କୁ ସର୍ଭେ ସାମିଲ କରି ଗଣମାଧ୍ୟମ ଗୁଡ଼ିକ ରିପୋର୍ଟ ପ୍ରକାଶ କରୁଛନ୍ତି। ଏହିକ୍ରମରେ ଇଣ୍ଡିଆ ଟୁଡେ ପକ୍ଷରୁ ମୁଡ ଅଫ ନେଶନ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି।

Advertisment

ଏହି ରିପୋର୍ଟ ଅନୁସାରେ, ସବୁ ପ୍ରକାରର ପ୍ରଚେଷ୍ଟା ସତ୍ତ୍ୱେ ବିଜେପି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଲୋକସଭା ନିର୍ବାଚନରେ ମାତ ଦେଇ ପାରିବ ନାହିଁ। ସେହିପରି ପଞ୍ଜାବରେ ବିଜେପି ୨ରୁ ଅଧିକ ଆସନ ଜିତି ପାରିବ ନାହିଁ। ସର୍ଭେରେ କୁହାଯାଇଛି ଯେ ପଶ୍ଚିମବଙ୍ଗର ମୋଟ ୪୨ ଲୋକସଭା ଆସନରୁ ଦିଦିଙ୍କ ଟିଏମସି ଏକାକୀ ୨୨ଟି ଆସନ ଜିତିବ। ବିଜେପି ୧୯ଟି ଆସନରେ ସୀମିତ ରହିବ।

୨୦୧୯ ଭଳି ୨୦୨୪ରେ ମଧ୍ୟ ବେଙ୍ଗଲରେ ବିଜେପିର ଭୋଟ ଭାଗ ୪୦% ରହିବ। ମମତା ବାନାର୍ଜୀଙ୍କ ଟିଏମସିର ଭୋଟ ଭାଗ ୨୦୧୯ ତୁଳନାରେ ୪% ହ୍ରାସ ପାଇ ୫୩%ରେ ପହଞ୍ଚି।

Advertisment

୨୦୧୯ ଭଳି ଏଥର ମଧ୍ୟ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହେବ। ୫ ବର୍ଷ ତଳେ ବିଜେପି ୧୮ଟି ଆସନ ଓ ଟିଏମସି ୨୨ଟି ଲୋକସଭା ଆସନ ଜିତିଥିଲା। ୨୦୧୯ ତୁଳନାରେ ବିଜେପି ୨୦୨୪ରେ ଅଧିକ ଗୋଟିଏ ଆସନ ପାଇବ।

ମୁଡ ଅଫ ନେଶନ ସର୍ଭେ ୨୦୨୩ ଡିସେମ୍ବର ୧୫ରୁ ୨୦୨୪ ଜାନୁଆରୀ ୨୮ ମଧ୍ୟରେ ହୋଇଥିଲା। ସର୍ଭେ ରିପୋର୍ଟ ହାସଲ କରିବା ପାଇଁ ଦେଶର ୧୪୦ କୋଟି ଲୋକଙ୍କ ମଧ୍ୟରୁ କେବଳ ୩୫,୮୦୧ ଜଣଙ୍କ ମତାମତ ନିଆଯାଇଥିଲା।

ଅନ୍ୟପକ୍ଷରେ ପଞ୍ଜାବରେ ମଧ୍ୟ ବିଜେପି ଅତି ବେଶୀରେ ୨ଟି ଆସନ ଜିତିବାର ସମ୍ଭାବନା ଥିବା ମୁଡ ଅଫ ନେଶନ ସର୍ଭେରେ କୁହାଯାଇଛି। ପଞ୍ଜାବର ୧୩ଟି ଲୋକସଭା ଆସନରୁ ଆପ୍‌ ଓ କଂଗ୍ରେସ ୫ଟି ଲେଖାଏ ଜିତିବେ। ସେହିପରି ବିଜେପି ୨ଟି ଓ ଅକାଳୀ ଦଳ ଗୋଟିଏ ଆସନ ଜିତିପାରେ।

ଆପ୍‌ର ଭୋଟ ଭାଗ ୨୭%, କଂଗ୍ରେସ ୩୮%, ବିଜେପି ୧୭%, ଅକାଳୀ ଦଳ ୧୪% ଓ ଅନ୍ୟାନ୍ୟ ଦଳର ଭୋଟ ଭାଗ ୪% ରହିବ। ୨୦୧୯ରେ ବିଜେପିର ଭୋଟ ଭାଗ ୧୦%, ଆପର ୭%, କଂଗ୍ରେସ ୪୦%, ଅକାଳୀ ଦଳ ୨୮% ଓ ଅନ୍ୟାନ୍ୟ ଦଳର ଭୋଟ ଭାଗ ୧୫% ରହିଥିଲା। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨ଟି, ଆପ ଗୋଟିଏ, କଂଗ୍ରେସ ୮ଟି ଓ ଅକାଳୀ ଦଳ ଗୋଟିଏ ଆସନ ଜିତିଥିଲା।

ବିହାରରେ ବିଜେପି ସହ ଜେଡିୟୁ ହାତ ମିଳାଇଛି। ନୀତୀଶ କୁମାରଙ୍କ ସହ ମିଶି ବିଜେପି ବିହାରର ସମସ୍ତ ୪୦ଟି ଆସନରେ ନିର୍ବାଚନ ଲଢ଼ିବ। କିନ୍ତୁ ୨୦୧୯ ତୁଳନାରେ ୨୦୨୪ରେ ଏନଡିଏର ଆସନ ସଂଖ୍ୟା ହ୍ରାସ ପାଇବ। ଏନଡିଏ ୩୨ଟି ଲୋକସଭା ଆସନରେ ଜିତିବ ବୋଲି ମୁଡ ଅଫ ନେଶନ ଓପିନିଅନ ପୁଲରେ ଦାବି କରାଯାଇଛି।

ବିଜେପି ଓ ଜେଡିୟୁର ଆସନ ସଂଖ୍ୟା କମିବାକୁ ଥିବା ବେଳେ ବିହାରରେ ଇଣ୍ଡିଆ ମେଣ୍ଟ ୨୦୧୯ ଅପେକ୍ଷା ଏଥର ଅଧିକ ଆସନ ଜିତିବ। କଂଗ୍ରେସ, ଲାଲୁ ପ୍ରସାଦ ଯାଦବ ଓ ବାମପନ୍ଥୀ ଦଳ ମିଳିତ ଭାବେ ୮ଟି ଆସନ ଜିତିବେ।

୨୦୧୯ରେ ବିଜେପି, ଜେଡିୟୁ ଓ ଅବିଭାଜିତ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ମିଳିତ ଭାବେ ବିହାରରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ୪୦ଟି ଆସନରୁ ଏନଡିଏ ଖାତାକୁ ୩୯ଟି ଆସନ ଯାଇଥିଲା। ବିଜେପି ୧୭, ଜେଡିୟୁ ୧୬ ଓ ଏଲଜେପି ୬ଟି ଆସନ ଜିତିଥିଲା। କଂଗ୍ରେସ ଗୋଟିଏ ଓ ଆରଜେଡି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା।

ଭୋଟ ଭାଗ ବିଚାରକୁ ନେଲେ ଏନଡିଏର ଭୋଟ ଭାଗ ୨୦୨୪ରେ ୫୨% ରହିବ। ୨୦୧୯ରେ ଏନଡିଏ ସପକ୍ଷରେ ୫୩% ଭୋଟ ଯାଇଥିଲା। ଇଣ୍ଡିଆ ମେଣ୍ଟର ଭୋଟ ଭାଗ ୭% ବୃଦ୍ଧି ପାଇ ୩୮%ରେ ପହଞ୍ଚିବ।

Opposition Survey Report Nda