Advertisment

EVMକୁ ନେଇ ବଢ଼ିଲା ଇଣ୍ଡିଆ ବ୍ଲକରେ ଫାଟ: ଏଥର କଂଗ୍ରେସକୁ ଘେରିଲା TMC

ଇଭିଏମ ହ୍ୟାକ କରି ବିଜେପି ନିର୍ବାଚନରେ ଜିତୁଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଛି। ହେଲେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ତିଆ ବ୍ଲକରେ ଥିବା ଗୋଟିଏ ପରେ ଗୋଟିଏ ଦଳ ଏହା ବିରୋଧରେ ମତ ରଖିବାରେ ଲାଗିଛନ୍ତି।

TMC

TMC

Advertisment

ଇଭିଏମ ପ୍ରସଙ୍ଗରେ ଏବେ ବିରୋଧୀ ମେଣ୍ଟ ଇଣ୍ଡିଆରେ ‍ଫାଟ ମେଲିବାରେ ଲାଗିଛି। ଇଭିଏମ ହ୍ୟାକ କରି ବିଜେପି ନିର୍ବାଚନରେ ଜିତୁଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଛି। ହେଲେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ତିଆ ବ୍ଲକରେ ଥିବା ଗୋଟିଏ ପରେ ଗୋଟିଏ ଦଳ ଏହା ବିରୋଧରେ ମତ ରଖିବାରେ ଲାଗିଛନ୍ତି।

Advertisment

ପ୍ରଥମେ ଇଭିଏମ ହ୍ୟାକ ପ୍ରସଙ୍ଗରେ କଂଗ୍ରେସର ଜମ୍ମୁ-କଶ୍ମୀର ସହଯୋଗୀ ନ୍ୟାଶନାଲ କନଫରେନ୍ସ ଆପତ୍ତି ଉଠାଇଥିଲା। ଏଥିରେ କଂଗ୍ରେସ ତାଳି ପକାଇବାକୁ ଚେଷ୍ଟା କରୁଥିବା ବେଳେ ମମତା ବାନାର୍ଜୀଙ୍କ ଟିଏମସି ମଧ୍ୟ ଇଭିଏମ ପ୍ରସଙ୍ଗରେ ବଡ଼ ମତ ରଖିଛି। ପରୋକ୍ଷରେ ଟିଏମସି ଇଭିଏମ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛି।

ଟିଏମସି ସାଂସଦ ତଥା ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ଯେ “ଯେଉଁ ଲୋକମାନେ ଇଭିଏମ ଉପରେ ପ୍ରଶ୍ନ ଉଠାଉନ୍ତି, ଯଦି ସେମାନଙ୍କ ପାଖରେ କିଛି ଅଛି, ତା’ହେଲେ ସେମାନେ ନିର୍ବାଚନ କମିଶନଙ୍କ ପାଖରେ ଏହାର ଡେମୋ ଦେଖାନ୍ତୁ। ଯଦି ଇଭିଏମ ଚୟନ ବେଳେ ସବୁ କାମ ଠିକ ଭାବେ ହେଉଛି, ମକ ପୋଲ ବେଳେ ଓ କାଉଣ୍ଟିଂ ବେଳେ ଯଦି ଲୋକମାନେ ଠିକ ଭାବେ କାମ କରୁଛନ୍ତି, ତା’ହେଲେ ମୁଁ ଭାବୁ ନାହିଁ ଯେ ଆସିଥିବା ଅଭିଯୋଗରେ କୌଣସି ସତ୍ୟତା ରହିଛି।

Advertisment

ଯଦି କେହି ଭାବୁଛନ୍ତି ଇଭିଏମକୁ ହ୍ୟାକ କରାଯାଇପାରିବ, ତା’ହେଲେ ସେମାନେ ନିର୍ବାଚନ କମିଶନଙ୍କୁ ଭେଟନ୍ତୁ ଓ ଇଭିଏମ କେମିତି ହ୍ୟାକ ହୁଏ, ତାଙ୍କୁ ଦେଖାନ୍ତୁ। କେବଳ ଏମିତି ବୟାନ ଦେଲେ କିଛି ଲାଭ ନାହିଁ।”

ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଏପରି ବୟାନ ପରେ କଂଗ୍ରେସ ଓ ଇଣ୍ଡିଆ ବ୍ଲକକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ। ସେ କହିଛନ୍ତି, “ନିକଟରେ ୨ଟି ନିର୍ବାଚନ ଶେଷ ହୋଇଛି। ଜମ୍ମୁ-କଶ୍ମୀର ଓ ଝାରଖଣ୍ଡ ନିର୍ବାଚନ କଥା ବିଚାରକୁ ନିଅନ୍ତୁ।

ଇଣ୍ଡିଆ ବ୍ଲକରେ ଥିବା ଗୋଟିଏ ଦଳ ଜମ୍ମୁ-କଶ୍ମୀରରେ ନିର୍ବାଚନ ଜିତିଛି। ସେଠାରେ ଇଭିଏମକୁ ନେଇ କୌଣସି ପ୍ରକାରର ପ୍ରଶ୍ନ ଉଠିନାହିଁ। ଝାରଖଣ୍ଡରେ ଇଣ୍ଡିଆ ବ୍ଲକ ଜିତିଲା। ସେଠାରେ ମଧ୍ୟ କୌଣସି ଅଭିଯୋଗ ନାହିଁ।

ଗୋଟିଏ ମେଣ୍ଟ ମିଛର ସାହାରରେ ରହିପାରିବ ନାହିଁ। ଅଭିଷେକ ବାନାର୍ଜୀ ସମ୍ଭବତଃ ବିଳମ୍ବରେ ଏହାକୁ ହୃଦୟଙ୍ଗମ କରିଛନ୍ତି। କିନ୍ତୁ ସେ ବିଳମ୍ବରେ ହେଉ ପଛରେ ସତ୍ୟକୁ ବୁଝି ପାରିଛନ୍ତି।”

Congress TMC Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe