Advertisment

ମୋଦିଙ୍କ ବଡ଼ ଦାବି: କେନ୍ଦ୍ରର ଟଙ୍କା ଲୁଟ ପାଇଁ ନକଲି ମନରେଗା କାର୍ଡ କରିଛି ଟିଏମସି

ବେଙ୍ଗଲର ସିଲିଗୁଡ଼ିରେ ଆୟୋଜିତ ବିଶାଳ ରାଲିରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରି ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳକୁ ହରାଇବା ପାଇଁ ଆହ୍ୱାନ ଦେଇଛନ୍ତି।

PM Modi

PM Modi

Advertisment

ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଦଳଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ରମଣ ସେତିକି ଜୋରଦାର ହେଉଛି। ଦୁର୍ନୀତି ଓ ବଂଶବାଦ ରାଜନୀତିକୁ ପ୍ରସଙ୍ଗ କରି ଆଜି ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଉପରେ ମନଇଚ୍ଛା ବର୍ଷିଛନ୍ତି।

Advertisment

ଏଥିସହ କେନ୍ଦ୍ରର ଟଙ୍କା ଲୁଟ କରିବା ପାଇଁ ଟିଏମସି ନକଲି ମନରେଗା କାର୍ଡ ତିଆରି କରିଥିବା ମଧ୍ୟ ମୋଦି ଅଭିଯୋଗ କରିଛନ୍ତି। ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବା ଟିଏମସି ଓ କଂଗ୍ରେସ ଭଳି ଦଳ କେବଳ ସେମାନଙ୍କ ପରିବାର ଲୋକଙ୍କ ବିକାଶ କଥା ଚିନ୍ତା କରନ୍ତି ବୋଲି ମୋଦି କହିଛନ୍ତି।

ବେଙ୍ଗଲର ସିଲିଗୁଡ଼ିରେ ଆୟୋଜିତ ବିଶାଳ ରାଲିରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରି ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳକୁ ହରାଇବା ପାଇଁ ଆହ୍ୱାନ ଦେଇଛନ୍ତି।

Advertisment

ସେ କହିଛନ୍ତି, “ଦୁର୍ନୀତି ଗ୍ରସ୍ତ ଟିଏମସି ସରକାରକୁ ପଶ୍ଚିମବଙ୍ଗରୁ ହଟାଇବା ପାଇଁ ରାସ୍ତା ଲୋକସଭା ନିର୍ବାଚନରେ ଖୋଲିବ। ଦେଶର ମା’ମାନେ ଆବଶ୍ୟକ ଜିନିଷ ଓ ସୁବିଧା ପାଇବା ପାଇଁ ଅନେକ ସଂଘର୍ଷ କରୁଥିବା ମୁଁ ଦେଖିବାକୁ ପାଇଛି। ଏହି କାରଣ ପାଇଁ ମୁଁ ସାନିଟେସନ, ମାଗଣା ବିଜୁଳି, ବ୍ୟାଙ୍କ ଆକାଉଣ୍ଟ ଓ ଟ୍ୟାପ ପାଣି ଉପରେ ଗୁରୁତ୍ୱ ଦେଉଛି।

ଏହାଦ୍ୱାରା ଆମ ମା’ ଓ ଭଉଣୀମାନଙ୍କର ଜୀବନ ଅଧିକ ସହଜ ହୋଇପାରିବ। କିନ୍ତୁ ଏଠାରେ ପ୍ରଥମେ ବାମପନ୍ଥୀ ଓ ପରେ ଟିଏମସି ସରକାର ରାଜ୍ୟବାସୀଙ୍କ ମୌଳିକ ଆବଶ୍ୟକତାକୁ ଅଣଦେଖା କରି ଚାଲିଛନ୍ତି। ଟିଏମସି ରାଜ୍ୟକୁ ଲୁଟ କରି ଚାଲିଛି। ମନରେଗା ଅଧୀନରେ ଥିବା କେନ୍ଦ୍ରୀୟ ପାଣ୍ଠିକୁ ଲୁଟ କରିବା ପାଇଁ ଟିଏମସି ନକଲି ନିଯୁକ୍ତି କାର୍ଡ ତିଆରି କରିଛି।”

ବଂଶବାଦ ରାଜନୀତିକୁ ପ୍ରସଙ୍ଗ କରି ମୋଦି ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଟିଏମସି କେବଳ ନିଜ ପୁତୁରା କଥା ଚିନ୍ତା କରୁଛି। ସେହିପରି କଂଗ୍ରେସ କେବଳ ନିଜ ରାଜ ପରିବାର କଥା ଭାବୁଛି ବୋଲି ମୋଦି ଅଭିଯୋଗ କରିଛନ୍ତି।

Mamata Banerjee West Bengal PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe