Advertisment

TMC ସାଂସଦ ସୌଗତ ରୟଙ୍କୁ ହତ୍ୟା ଧମକ

ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ଜୟନ୍ତ ସିଂହଙ୍କୁ ମୁକୁଳାଇବା ପାଇଁ ଧମକ ଦେଉଛନ୍ତି ଦୁର୍ବୃତ୍ତ।

author-image
Debibandita Barick
Sougata Roy

Sougata Roy

ବରିଷ୍ଠ ତୃଣମୂଳ କଂଗ୍ରେସ (TMC) ନେତା ତଥା ସାଂସଦ ସୌଗତ ରୟଙ୍କୁ ହତ୍ୟା ଧମକ। ଦଳର ଟାଣୁଆ ନେତା ଜୟନ୍ତ ସିଂହଙ୍କୁ ଗିରଫ କରାଯିବା ପରେ ତାଙ୍କୁ ହତ୍ୟା ଧମକ ମିଳିଥିବା ସେ କହିଛନ୍ତି।

Advertisment

ରଏ କହିଛନ୍ତି ଯେ, ଯଦି ଟିଏମସି ବିଧାୟକ ମଦନ ମିତ୍ରଙ୍କ ଘନିଷ୍ଠ କୁହାଯାଉଥିବା ଜୟନ୍ତ ସିଂହଙ୍କୁ ମୁକ୍ତ କରାନଯାଏ ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି। ଫୋନ୍ କଲ୍ ମାଧ୍ୟମରେ ଏପରି ଧମକ ମିଳିଥିବା ସୌଗତ ରୟ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, "ମୁଁ ବିଳମ୍ବିତ ରାତି ପ୍ରାୟ 3ଟା ସମୟରେ କଲ ପାଇଥିଲି। କଲରେ ମୋତେ ଧମକ ଦିଆ ଯାଇଛି। ଜୟନ୍ତ ସିଂହଙ୍କୁ ମୁକ୍ତ କରିବା ପାଇଁ ମୋତେ ପଦକ୍ଷେପ ନେବାକୁ ପଡିବ ବୋଲି କଲ୍ କରିଥିବା ବ୍ୟକ୍ତି କହିଛନ୍ତି। ନଚେତ୍ ସେମାନେ ମୋତେ ଗୁଳି କରିବେ ବୋଲି କହିଛନ୍ତି। ଯାହା ତୁମକୁ ଠିକ୍ ଲାଗୁଛି ତାହା କର ବୋଲି ସେମାନଙ୍କୁ କହିଥିଲି। ସେମାନେ ମୋତେ ଅରିଆଡାହ ନ ଯିବାକୁ କହିଛନ୍ତି।"

Advertisment

ଏନେଇ ସୌଗତ ରାୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ କଲ୍ ଆସିଥିବା ନଂକୁ ପୁଲିସକୁ ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ପ୍ରକାଶ ଥାଉକି, ସୌଗତ ରୟ ଦମ୍ ଦମ୍ ଲୋକସଭା ନିର୍ବାଚନମଣ୍ଡଳୀ ସାଂସଦ। ଆଉ ଏହି ନିର୍ବାଚନମଣ୍ଡଳୀ ଅଧିନରେ ଅରିଆଡାହ ଆସୁଛି। 

ଜୟନ୍ତ ସିଂହ ଟିଏମସି ବିଧାୟକ ମଦନ ମିତ୍ରଙ୍କ ଖୁବ୍ ଘନିଷ୍ଠ ଲୋକ। ନିକଟରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ଜୟନ୍ତ ସିଂହ ଜଣେ ମହିଳାଙ୍କୁ ବାଡାଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଘଟଣା ଅରିଆଡାହ ଅଞ୍ଚଳର ବୋଲି କୁହାଯାଉଛି। 

TMC MP Death Threats Sougata Roy