Advertisment

ଅପରେସନ ସିନ୍ଦୂର: ୟୁସୁଫ ପଠାନଙ୍କ ସ୍ଥାନରେ ଅଭିଷେକ ବାନାର୍ଜୀଙ୍କ ନାଁ ଦେଲା ଟିଏମସି

କେନ୍ଦ୍ର ସରକାର ଗଠନ କରିଥିବା ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ମୋଟ ୫୧ ଜଣ ରାଜନୀତିକ ନେତା, ସାଂସଦ ଓ ପୂର୍ବତନ ମନ୍ତ୍ରୀ ବିଭିନ୍ନ ଦଳରୁ ରହିଛନ୍ତି।

Mamata

Mamata

Advertisment

ଆତଙ୍କବାଦ ବିରୋଧରେ ଭାରତର ଶୂନ ସହନଶୀଳତା ଓ ‘ଅପରେସନ ସିନ୍ଦୂର’ ସଂପର୍କରେ ସାରା ବିଶ୍ୱକୁ ବାର୍ତ୍ତା ଦେବା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା  ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ପାଇଁ ଟିଏମସି ପକ୍ଷରୁ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଚୟନ କରାଯାଇଛି। ବାସ୍ତବରେ କେନ୍ଦ୍ର ସରକାର ଏହି ପ୍ରତିନିଧି ମଣ୍ଡଳୀରେ ପ୍ରଥମେ ଟିଏମସିର ବହରମପୁର ସାଂସଦ ୟୁସୁଫ ପଠାନଙ୍କୁ ସ୍ଥାନ ଦେଇଥିଲେ।

Advertisment

ହେଲେ ସେ ପ୍ରତିନିଧି ମଣ୍ଡଳୀ ସହ ବିଦେଶ ଗସ୍ତ କରିବାକୁ ଉପଲବ୍ଧ ରହିବେ ନାହିଁ କହିଥିଲେ। ପ୍ରଥମେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ହେଲେ ଆଜି ଟିଏମସି ନିଜର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନାଁ ଘୋଷଣା କରିଛି। ଏ ସମ୍ପର୍କରେ ଟିଏମସି ଏକ୍ସରେ ପୋଷ୍ଟ କରି କହିଛି ଯେ “ଆମେ ବେଶ ଉତ୍ସାହର ସହ କହିବାକୁ ଚାହୁଁଛୁ ଯେ ଆମ ଅଧ୍ୟକ୍ଷ ମମତା ବାନାର୍ଜୀ ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳରେ ଟିଏମସିର ପ୍ରତିନିଧିତ୍ୱ କରିବାକୁ ମନୋନୀତ କରିଛନ୍ତି।

ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ବିଶ୍ୱସ୍ତରରେ ପହଞ୍ଚାଇବାକୁ ହୋଇଥିବା ଯୋଜନାରେ ଅଭିଷେକ ବାନାର୍ଜୀ ସାମିଲ ହେବେ। ଆତଙ୍କବାଦ ପକ୍ଷରୁ ବଢ଼ୁଥିବା ବିପଦ ବିରୋଧରେ ପୂରା ବିଶ୍ୱକୁ ଏକାଠି ହେବାର ସମୟ ଆସି ଯାଇଥିବା ବେଳେ ଅଭିଷେକ ବାନାର୍ଜୀଙ୍କ ଯୋଗଦାନ ନିଶ୍ଚିତ ଏ କ୍ଷେତ୍ରରେ ଫାଇଦା ଦେବ।”

Advertisment

କେନ୍ଦ୍ର ସରକାର ଗଠନ କରିଥିବା ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ମୋଟ ୫୧ ଜଣ ରାଜନୀତିକ ନେତା, ସାଂସଦ ଓ ପୂର୍ବତନ ମନ୍ତ୍ରୀ ବିଭିନ୍ନ ଦଳରୁ ରହିଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏର ୩୧ ଜଣ ନେତା ଥିବା ବେଳେ ଆଉ ୨୦ ଜଣ ଅନ୍ୟ ଦଳର। ସେମାନଙ୍କ ସହିତ ସରକାର ୮ ଜଣ ପୂର୍ବତନ କୂଟନୀତିଜ୍ଞଙ୍କୁ ମଧ୍ୟ ପ୍ରତିନିଧି ମଣ୍ଡଳୀରେ ସାମିଲ କରିଛନ୍ତି।

ତେବେ ଟିମରେ ସଦସ୍ୟ ସାମିଲ କରିବା ପୂର୍ବରୁ କେନ୍ଦ୍ର ସରକାର ଟିଏମସି ସହ କଥା ହୋଇ ନଥିବାରୁ ଦଳ ଅସନ୍ତୋଷ ପ୍ରକାଶ କରିଥିଲା। ଟିଏମସି ମୁଖ୍ୟ ତଥା ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଥିଲେ ଯେ ପ୍ରତିନିଧି ମଣ୍ଡଳୀରେ ସାମିଲ ପାଇଁ କାହାର ନାଁ ଆମକୁ ମଗା ଯାଇ ନଥିଲା।

ସେ କହିଥିଲେ, “କେନ୍ଦ୍ର ନିଜ ଆଡ଼କୁ ସଦସ୍ୟ ଚୟନ କରିପାରିବ ନାହିଁ। ଯଦି ସେମାନେ ଦଳଗୁଡ଼ିକୁ ଅନୁରୋଧ କରିଥାଆନ୍ତେ, ତା’ହେଲେ ସେମାନେ ନେତାଙ୍କ ନାଁ ଚୟନ କରିଥାଆନ୍ତେ। ଏହା ଗୋଟିଏ ପରମ୍ପରା ଓ ବ୍ୟବସ୍ଥା। ବୈଦେଶିକ ବ୍ୟାପର ନୀତିରେ ଆମେ କେନ୍ଦ୍ର ସହ ରହିଛୁ। ଆମେ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ କରୁଛୁ।”

ଟିଏମସି ନେତା ଅଭିଷେକ ବାନାର୍ଜୀ ମଧ୍ୟ କହିଥିଲେ ଯେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଟିଏମସି ସରକାରଙ୍କୁ ସମର୍ଥନ କରୁଛି। କିନ୍ତୁ ଟିଏମସିକୁ କିଏ ପ୍ରତିନିଧିତ୍ୱ କରିବ, ସେକଥା କେନ୍ଦ୍ର ସରକାର ନିଜ ଆଡ଼ୁ ସ୍ଥିର କରିପାରିବେ ନାହିଁ।

ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ମଣ୍ଡଳୀରେ ୟୁସୁଫ ପଠାନଙ୍କ ନାଁ ଥିଲା। ଏହି ପ୍ରତିନିଧି ମଣ୍ଡଳୀ ଇଣ୍ଡୋନେସିଆ, ମାଲେସିୟା, କୋରିଆ, ଜାପାନ ଓ ସିଙ୍ଗାପୁର ଯିବ। ହେଲେ ୟୁସୁଫ ପଠାନ ପ୍ରତିନିଧି ମଣ୍ଡଳୀ ସହ ବିଦେଶ ଯିବାକୁ ଉପଲବ୍ଧ ହେବେ ନାହିଁ ବୋଲି ସୋମବାର କହିଥିଲେ।

Mamata Banerjee TMC Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe