Advertisment

ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ନୋଟିସ୍

ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ଡିସେମ୍ବର ୮ରେ ସଂସଦରୁ ବହିଷ୍କୃତ ହୋଇଥିଲେ ଟିଏମସି ସାଂସଦ ମହୁଆ ମୈତ୍ର।

author-image
Debibandita Barick
Mahua Moitra

Mahua Moitra

ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା ଖାଲି କରିବେ ଟିଏସମି ସାଂସଦ ମହୁଆ ମୈତ୍ର। ତୁରନ୍ତ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ନୋଟିସ୍ ଜାରି କରାଯାଇଛି। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ଡିସେମ୍ବର ୮ରେ ମହୁଆଙ୍କୁ ଏଥିକ୍ସ କମିଟି ବହିଷ୍କାର କରିଥିଲା।

Advertisment

ଅଭିଯୋଗ ଅନୁସାରେ, ବ୍ୟବସାୟୀ ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିଲେ। ଏଥିପାଇଁ ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଶେଆର୍ କରିଥିଲେ। ଏହା ସହ ତାଙ୍କଠାରୁ ନଗଦ ଟଙ୍କା ଏବଂ ଦାମୀ ଗିଫ୍ଟ ଆଣିଥିବା ଅଭିଯୋଗ ହୋଇଥିଲା। 

ଏହି ଅଭିଯୋଗ ପରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା ପାଇଁ ନୋଟିସ୍ ପଠାଇଥିଲା। କିନ୍ତୁ ସେ ଏଥିକ୍ସ କମିଟିକୁ ସହଯୋଗ ନ କରିବାରୁ ୬ ଜଣ ସଦସ୍ୟ ମହୁଆଙ୍କୁ ବହିଷ୍କାର କରିବାକୁ ସୁପାରିସ କରିଥିଲେ। ଶେଷରେ ଡିସେମ୍ବର ୮ରେ ମହୁଆଙ୍କ କାର୍ଯ୍ୟକଳାପକୁ ଅତ୍ୟନ୍ତ ଆପତ୍ତିଜନକ ଓ ଅନୈତିକ ଦର୍ଶାଇ ସଂସଦରୁ ବହିଷ୍କୃତ କରାଯାଇଥିଲା।

Advertisment

ଏଥିକ୍ସ କମିଟିର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ମହୁଆ। କମିଟି ପାଖରେ ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥିବା କହିବା ସହ ଏହାକୁ ରାଜନୈତିକ ପ୍ରଣୋଦିତ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତକାଲି ସେ ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। 

Mahua Moitra TMC MP Mahua Moitra Expelled