Advertisment

୬୦ ହଜାର ଭୋଟ୍ ଆଗରେ TMCର ମହୁଆ ମୋଇତ୍ର

ବିଜେପିର ଅମ୍ରିତା ରାୟଙ୍କୁ ପଛରେ ପକାଇ ଲିଡ୍ କରୁଛନ୍ତି ମହୁଆ।

Mahua Moitra

Mahua Moitra

Advertisment

ପଶ୍ଚିମବଙ୍ଗର କୃଷ୍ଣନଗର ଆସନରେ ଆଗେଇ ଚାଲିଛନ୍ତି ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ର। ବିଜେପିର ଅମ୍ରିତା ରାୟଙ୍କୁ ପଛରେ ପକାଇ ଲିଡ୍ କରୁଛନ୍ତି ମହୁଆ।

Advertisment

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ୬୦ ହଜାର ଭୋଟ୍ ଆଗରେ ଅଛନ୍ତି ମହୁଆ। ତାଙ୍କୁ ୨,୯୮,୮୨୧ ଭୋଟ୍ ମିଳିଥିବା ବେଳେ ଅମ୍ରିତା ରୟଙ୍କୁ ୨,୩୮,୨୯୪ ଭୋଟ୍ ମିଳିଛି। 

ମଧ୍ୟାହ୍ନ ୧.୩5 ସୁଦ୍ଧା ଏହି ରିପୋର୍ଟ ପ୍ରକାଶ ପାଇଛି। ନିର୍ବାଚନ ଆୟୋଗଙ୍କ ଟ୍ରେଣ୍ଡ ଅନୁସାରେ ୪୨ଟି ଲୋକସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ବିଜେପି ୩୧ଟି ସିଟରେ ଆଗୁଆ ଥିବାବେଳେ ବିଜେପି ୧୦ଟି ସିଟରେ ଆଗରେ ଅଛି। 

Advertisment

ପ୍ରକାଶ ଥାଉକି, ସଂସଦରୁ ବହିଷ୍କୃତ ହୋଇଥିଲେ ମହୁଆ ମୋଇତ୍ର। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ପରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତଥାପି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ୍ ଦେଇଥିଲେ। 

TMC Mahua Moitra Mahua Moitra Leading WB Lok Sabha Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe