Advertisment

ଅଭିଷେକଙ୍କ ବିରୋଧରେ ପ୍ରାର୍ଥୀ ହେବେ କି ଶୁଭେନ୍ଦୁ ଅଧିକାରୀ? ଚ୍ୟାଲେଞ୍ଜ ଦେଲା ଟିଏମସି

୩୬ ବର୍ଷୀୟ ଅଭିଷେକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଅଭିଷେକ ଏଠାରୁ ଜିତିଥିଲେ।

BJP

BJP

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ମୁଖପାତ୍ର କୁନାଲ ଘୋଷ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଡାଇମଣ୍ଡ ହାର୍ବର ନିର୍ବାଚନୀ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଦେବାରେ ବିଳମ୍ବ କରୁଥିବାରୁ ଟିଏମସି ପକ୍ଷରୁ ଚ୍ୟାଲେଞ୍ଜ ଦିଆଯାଇଛି।

Advertisment

ଏଠାରେ ଟିଏମସି ଅଭିଷେକ ବାନାର୍ଜୀଙ୍କୁ ତୃତୀୟ ଥର ପାଇଁ ପ୍ରାର୍ଥୀ କରିଛି। ତେଣୁ ଡାଇମଣ୍ଡ ହାର୍ବରରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିବାର ସାହାସ ରଖିଛି କି ବୋଲି କୁନାଲ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ମୁଁ ଶୁଭେନ୍ଦୁ ଅଧିକାରୀଙ୍କୁ ଗୋଟିଏ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି। ଖୋଲା ଚ୍ୟାଲେଞ୍ଜ ଦେଇ କହିବାକୁ ଚାହୁଁଛି ଯେ ଆପଣଙ୍କର ଯଦି ସାହାସ ଅଛି, ତା’ହେଲେ ଅଭିଷେକଙ୍କ ବିରୋଧରେ ଲଢ଼େଇ କରନ୍ତୁ। ଯଦି ଦମ ଅଛି, ତା’ହେଲେ ମୋ ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତୁ।”

Advertisment

ଟିଏମସି ମୁଖପାତ୍ର କୁନାଲ ଅଭିଯୋଗ କରିଛନ୍ତି ଯେ ବେଙ୍ଗଲରେ ପ୍ରାର୍ଥୀ ଦେବାକୁ ବିଜେପି ଲୋକ ପାଉନାହିଁ। ଏଥିପାଇଁ ଦଳ ପ୍ରାର୍ଥୀ ତାଲିକା ଜାରି କରିବାରେ ବିଳମ୍ବ କରୁଛି। ସେ କହିଛନ୍ତି, “ସେମାନେ(ବିଜେପି) ଏଯାଏ ଡାଇମଣ୍ଡ ହାର୍ବର ଓ ଅନ୍ୟ ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ପାରୁ ନାହାନ୍ତି। ସେମାନେ ଲୋକମାନଙ୍କୁ ଏହି ସବୁ ଆସନରେ ପ୍ରାର୍ଥୀ ହେବେ କି ବୋଲି ପଚାରୁଛନ୍ତି।”

ଦିନକ ତଳେ ବିଜେପି ୫ମ ପର୍ଯ୍ୟାୟରେ ୧୧୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହା ମଧ୍ୟରେ ବେଙ୍ଗଲର ୧୯ଟି ଆସନ ରହିଛି। ଏହାକୁ ମିଶାଇ ବିଜେପି ଏଯାଏ ବେଙ୍ଗଲର ୪୨ ଆସନ ମଧ୍ୟରୁ ୩୮ଟି ସ୍ଥାନ ପାଇଁ ପ୍ରାର୍ଥୀ ଘୋଷଣା କଲାଣି। କିନ୍ତୁ ଡାଇମଣ୍ଡ ହାର୍ବରରେ ବିଜେପି ପ୍ରାର୍ଥୀ କିଏ ହେବେ, ସେକଥା ଦଳ ଘୋଷଣା କରି ନାହିଁ।

୩୬ ବର୍ଷୀୟ ଅଭିଷେକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଅଭିଷେକ ଏଠାରୁ ଜିତିଥିଲେ। ୨୦୧୯ରେ ସେ ବିଜେପିର ନିରଞ୍ଜନ ରୟଙ୍କୁ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

Bjp West Bengal TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe