Advertisment

ସନ୍ଦେଶଖାଲି ମାମଲା: ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁ ଗିରଫ

୫୫ ଦିନର ଲୁଚକାଳି ଖେଳ ପରେ ଶେଷରେ ଗିରଫ ହେଲେ ଟିଏମସି ନେତା ଶେଖ ଶାହଜାହାଁ।

ଅଦ୍ୟତନ ହୋଇଛି
Sheikh Shahjahan

Sheikh Shahjahan

Advertisment

ଗିରଫ ହେଲେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁ। ୫୫ ଦିନର ଲୁଚକାଳି ଖେଳ ମଧ୍ୟରେ ଶେଷର ତୃଣ ମୂଳ କଂଗ୍ରେସର ଏହି ନେତାଙ୍କୁ ଗିରଫ କରିଛି ପୁଲିସ। ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଜାତନା ଏବଂ ସେମାନଙ୍କ ଜମି ହଡ଼ପ ମାମଲାରେ ଶାହଜାହାଁଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।

Advertisment

ପୁଲିସ ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରିରେ ଉତ୍ତର ୨୪ ପରଗଣା ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି। ବେଙ୍ଗଲର ଏକ ସ୍ପେଶାଲ ପୁଲିସ ଟିମ୍ ତାଙ୍କୁ ଗିରଫ କରିଛି। ୫୫ ଦିନ ଧରି ପୁଲିସ ସହ ଛକାପଞ୍ଝା ଖେଳ ଖେଳୁଥିଲେ ଶେଖ ଶାହଜାହଁ। ପୁଲିସ ତାଙ୍କ ଉପରେ କଡା ନଜର ରଖି ଶେଷରେ ଗିରଫ କରିଛି। 

ନିକଟରେ ଶାହଜାହାଁଙ୍କ ଗିରଫଦାରୀକୁ ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।ଫେବ୍ରୁଆରୀ ୨୬ରେ ସନ୍ଦେଶଖାଲି ମାମଲା ଉପରେ ବିଚାର କରି ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଥିଲେ କୋର୍ଟ। କୋର୍ଟ କହିଥିଲେ, ଦୀର୍ଘ ଚାରି ବର୍ଷ ହେବ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକାଧିକ ମାମଲା ଥାଇ ମଧ୍ୟ ପୁଲିସ କାହିଁକି ତାଙ୍କୁ ଗିରଫ କରୁନି। ତାଙ୍କର ଗିରଫଦାରୀକୁ ନେଇ ତ ସେମିତି କିଛି ରହିତାଦେଶ ନାହିଁ। ପୁଲିସ ତୁରନ୍ତ ତାଙ୍କୁ ଗିରଫ କରିବା ଉଚିତ୍ ବୋଲି ହାଇକୋର୍ଟ କହିଥିଲେ।

Advertisment

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଗତ ତିନି ଦିନ ଧରି ଶେଖ ଶାହଜାହାଁଙ୍କ ଉପରେ ନଜର ରଖିଥିଲା ବେଙ୍ଗଲର ଏକ ସ୍ପେଶାଲ ପୁଲିସ ଟିମ୍। ଶେଷରେ ଗତକାଲି ମଧ୍ୟରାତ୍ରିରେ ତାଙ୍କୁ ଗିରଫ କରିଛି। 

ପଶ୍ଚିମବଙ୍ଗରେ ସନ୍ଦେଶଖାଲି ମାମଲାକୁ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଛି। ଉତ୍ତର ୨୪ ପରଗାନା ଜିଲ୍ଲାର ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ସହ ସେମାନଙ୍କ ଜମି ହଡ଼ପ ହୋଇଥିବା ଅଭିଯୋଗ ହୋଇଆସୁଛି। ଟିଏମସି ନେତା ଶାହଜାହାଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ତାଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ ହେବା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଉନଥିବାରୁ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା। ନିକଟରେ ସନ୍ଦେଶଖାଲିରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ପରେ ୧୪୪ ଧାରା ଲାଗୁ କରାଯାଇଥିଲା। 

TMC Sandeshkhali Case Sheikh Shahjahan Sheikh Shahjahan Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe