Advertisment

କଂଗ୍ରେସକୁ ଝଟକା, ପଶ୍ଚିମବଙ୍ଗରେ ସବୁ ଲୋକସଭା ଆସନରେ ପ୍ରାର୍ଥୀ ଦେବ ତୃଣମୂଳ କଂଗ୍ରେସ!

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପଶ୍ଚିମବଙ୍ଗରେ ୪୨ଟି ଆସନରୁ ୧୮ଟିରେ ବିଜୟୀ ହୋଇଥିଲା। କଂଗ୍ରେସ ଦୁଇଟି ଓ ତୃଣମୂଳ କଂଗ୍ରେସ ୨୨ଟି ଆସନରେ ଜିତିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Mamata

Mamata

ବିରୋଧୀଙ୍କ ମେଣ୍ଟ ଇଣ୍ଡି ବ୍ଲକ୍‌ରେ ଥିବା କଂଗ୍ରେସକୁ ଝଟକା। ପଶ୍ଚିମବଙ୍ଗରେ ସମସ୍ତ ୪୨ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇପାରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। ଏମିତିକି ରାଜ୍ୟ କଂଗ୍ରେସ ସଭାପତି ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବରହମପୁର ଆସନରେ ମଧ୍ୟ ପ୍ରାର୍ଥୀ ଦେବ ତୃଣମୂଳ କଂଗ୍ରେସ। ଦଳୀୟ ନେତୃତ୍ୱଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଥିରେ ମୁର୍ଶିଦାବାଦ ଜିଲ୍ଲାର ତୃଣମୂଳ କଂଗ୍ରେସ ନେତାମାନେ ଉପସ୍ଥିତ ରହିଥିଲେ।

Advertisment

ମୁର୍ଶିଦାବାଦ ଜିଲ୍ଲାରେ ୩ଟି ଲୋକସଭା ଆସନ ଅଛି। ସେଗୁଡ଼ିକ ହେଉଛି- ଜାଙ୍ଗିପୁର, ବରହମପୁର ଓ ମୁର୍ଶିଦାବାଦ। ୨୦୧୯ ନିର୍ବାଚନରେ କଂଗ୍ରେସ ମୁର୍ଶିଦାବାଦ ଆସନ ଜିତିଥିଲା। ବାକି ଦୁଇଟି ତୃଣମୂଳ କଂଗ୍ରେସ ଜିତିଥିଲା। ଅଧୀର ରଞ୍ଜନ ଚୌଧୁରୀ ୧୯୯୯ରୁ ଲଗାତାର ମୁର୍ଶିଦାବାଦ ଲୋକସଭା ଆସନରୁ ଜିତି ଆସୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ଲୋକସଭା ଓ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଦର୍ଶନ ଆଧାରରେ ଆସନ ଭାଗବଣ୍ଟା ସୂତ୍ର ପ୍ରସ୍ତୁତ କରିବାକୁ ଚାହୁଁଥିଲା ତୃଣମୂଳ କଂଗ୍ରେସ। କଂଗ୍ରେସ ୫%ରୁ କମ୍ ଭୋଟ୍ ପାଇଥିଲା ବୋଲି ଦେଖାଇଥିଲା ଦଳ। ତୃଣମୂଳ କଂଗ୍ରେସ ପ୍ରଥମେ କଂଗ୍ରେସକୁ ୨ଟି ଆସନ ଛାଡ଼ିବ ବୋଲି ବିଚାର କରିଥିଲା। କିନ୍ତୁ ପରେ ସମସ୍ତ ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି।

Advertisment

ଗତ ମାସରେ ଏକ ରାଲିରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ ସଙ୍କେତ ଦେଇଥିଲେ ଯେ ପଶ୍ଚିମବଙ୍ଗରେ କଂଗ୍ରେସ କିମ୍ବା ବାମ ଦଳଗୁଡ଼ିକ ସହିତ କୌଣସି ପ୍ରକାର ଆସନ ବୁଝାମଣା ହେବ ନାହିଁ।

ସେ କହିଥିଲେ, ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟରେ ତୃଣମୂଳ କଂଗ୍ରେସ ଏକାକୀ ଲଢ଼େଇ କରିବ। ଇଣ୍ଡି ବ୍ଲକ୍ ସାରା ଦେଶରେ ରହିବ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଲଢ଼ିବ ଓ ବିଜେପିକୁ ହରାଇବ। ମନେ ରଖନ୍ତୁ, ପଶ୍ଚିମବଙ୍ଗରେ କେବଳ ତୃଣମୂଳ କଂଗ୍ରେସ ହିଁ ବିଜେପିକୁ ଶିକ୍ଷା ଦେଇ ପାରିବ। ଆଉ କୌଣସି ଦଳ ଏହା କରିପାରିବେ ନାହିଁ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପଶ୍ଚିମବଙ୍ଗରେ ୪୨ଟି ଆସନରୁ ୧୮ଟିରେ ବିଜୟୀ ହୋଇଥିଲା। କଂଗ୍ରେସ ଦୁଇଟି ଓ ତୃଣମୂଳ କଂଗ୍ରେସ ୨୨ଟି ଆସନରେ ଜିତିଥିଲେ।

Congress Mamata Banerjee TMC