Advertisment

୬ରେ ଇଣ୍ତିଆ ମେଣ୍ଟର ବୈଠକ, ଖବର ନଥିବା କହିଲା ଟିଏମସି

ଟିଏମସିର କହିବା କଥା ଯେ ଦଳ ଗଣମାଧ୍ୟମରୁ ବୈଠକ ସମ୍ପର୍କରେ ଖବର ପାଇଛି। ଇଣ୍ଡିଆ ମେଣ୍ଟର ବୈଠକ ବୁଧବାର ଅନୁଷ୍ଠିତ ହେବ ବୋଲି କେହି ବି ଟିଏମସିକୁ ଜଣାଇ ନଥିବା ଦଳ ଆଜି ସୂଚନା ଦେଇଛି।

author-image
Hemant Lenka
Congress

Congress

ବିଜେପିକୁ ଚେକ ଦେବାକୁ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ଗଠନ କରିଥିବା ଇଣ୍ଡିଆ ମେଣ୍ଟରେ ଏବେ କିଛି ବି ଠିକଠାକ ଚାଲି ନାହିଁ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି।

Advertisment

ଏସବୁ ଭିତରେ କଂଗ୍ରେସ ଡିସେମ୍ବର ୬ ତାରିଖରେ ଇଣ୍ଡିଆ ମେଣ୍ଟର ବୈଠକ ଡାକିଛି। ହେଲେ ୬ ତାରିଖର ବୈଠକ ସମ୍ପର୍କରେ ମମତା ବାନାର୍ଜୀଙ୍କ ଟିଏମସି ପାଖରେ କୌଣସି ଖବର ନାହିଁ। ତେଣୁ ୬ ତାରିଖ ବୈଠକରେ ଟିଏମସି ସାମିଲ ହେବ କି ନାହିଁ, ତା’କୁ ନେଇ ସସପେନ୍ସ ସୃଷ୍ଟି ହୋଇଛି।

ଟିଏମସିର କହିବା କଥା ଯେ ଦଳ ଗଣମାଧ୍ୟମରୁ ବୈଠକ ସମ୍ପର୍କରେ ଖବର ପାଇଛି। ଇଣ୍ଡିଆ ମେଣ୍ଟର ବୈଠକ ବୁଧବାର ଅନୁଷ୍ଠିତ ହେବ ବୋଲି କେହି ବି ଟିଏମସିକୁ ଜଣାଇ ନଥିବା ଦଳ ଆଜି ସୂଚନା ଦେଇଛି।

Advertisment

ସୂତ୍ର ଅନୁସାରେ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇପାରିବେ ନାହିଁ। କାରଣ ବୁଧବାର ପାଇଁ ମମତାଙ୍କ କାର୍ଯ୍ୟ ସୂଚୀ ପ୍ରସ୍ତୁତ ହୋଇ ସାରିଛି। ତେଣୁ ସେ ଦିଲ୍ଲୀ ଆସିପାରିବେ ନାହିଁ। ସେହିପରି ଟିଏମସିକୁ ଏଯାଏ ବୈଠକ ସମ୍ପର୍କରେ ବିଧିବଦ୍ଧ ଡକରା ମିଳି ନଥିବାରୁ ଦଳର କୌଣସି ନେତା ମଧ୍ୟ ସାମିଲ ହେବାର ଆଶା କ୍ଷୀଣ ରହିଛି।

ରବିବାର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ଏକପ୍ରକାରର ହାରିବା ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯାଇଥିଲା। ଏସବୁ ଭିତରେ ହିଁ କଂଗ୍ରେସ ପକ୍ଷରୁ ଆସନ୍ତା ୬ରେ ଇଣ୍ଡିଆ ମେଣ୍ଟର ବୈଠକ ବସିବ ବୋଲି ସୂଚନା ଦିଆଯାଇଥିଲା।

Congress Opposition