Advertisment

ଭୁଶୁଡ଼ିବ କି ପଞ୍ଜାବର ଆପ୍‌ ସରକାର!

କଂଗ୍ରେସ ନେତା ପ୍ରତାପ ଦାବି କରିଛନ୍ତି ଯେ ଆପ ଶାସନ ବେଳେ ହାୱାଲା ଚ୍ୟାନେଲ ଦ୍ୱାରା ପଞ୍ଜାବରୁ କୋଟି କୋଟି ଟଙ୍କା ଅଷ୍ଟ୍ରେଲିଆ ଓ ଅନ୍ୟ ରାଜ୍ୟଗୁଡ଼ିକୁ ଯାଉଛି। ମଦ ଓ ଜମି କିସମ ପରିବର୍ତ୍ତନ ଯୋଗୁ ଏପରି ଟଙ୍କା ଆସିଥିଲା।

Punjab

Punjab

Advertisment

ଦିଲ୍ଲୀରେ ହାରିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ର ଶେଷ ଓ ଏକମାତ୍ର ଗଡ଼ ହେଉଛି ପଞ୍ଜାବ। କିନ୍ତୁ ପଞ୍ଜାବରେ କ୍ଷମତାସୀନ ଆପ୍‌ରେ କିଛି ବି ଠିକ ଚାଲି ନାହିଁ। ଆପ୍‌ର ଅନେକ ବିଧାୟକ ଉଭୟ କଂଗ୍ରେସ ଓ ବିଜେପି ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। ଯଦି ଏହି ଚର୍ଚ୍ଚାରେ ସତ୍ୟତା ଥାଏ, ତା’ହେଲେ ପଞ୍ଜାବରେ ଆପ୍‌ ସରକାର ଭୁଶୁଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ଦିଲ୍ଲୀରେ ଆପ୍‌ ହାରିବା ପରେ ସମସ୍ତଙ୍କ ଫୋକସ ପଞ୍ଜାବ ଉପରକୁ ଯାଇଥିଲା। ପୂର୍ବରୁ ପଞ୍ଜାବର ଆପ୍‌ ସରକାର ଦିଲ୍ଲୀ ରିମୋଟରୁ ପରିଚାଳିତ ହେଉଥିବା କୁହାଯାଉଥିଲା। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ଆଣ୍ଡ କୋ ହାରି ଯିବାରୁ ସେମାନେ ପଞ୍ଜାବର କାର୍ଯ୍ୟକଳାପ ଉପରେ ଅଧିକ ହସ୍ତକ୍ଷେପ କରିବେ ବୋଲି ଆପ୍‌ର କିଛି ବିଧାୟକ ଅନୁଭବ କରୁଛନ୍ତି। ସେହିପରି କେଜ୍ରିୱାଲ ଦିଲ୍ଲୀରେ ହାରିଥିବାରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ମଧ୍ୟ ପ୍ରୟାସ କରିପାରନ୍ତି ବୋଲି କୁହାଯାଉଛି। ଏହାକୁ ଦଳର ଅଧିକାଂଶ ପଞ୍ଜାବ ନେତା ଗ୍ରହଣ କରିପାରୁ ନାହାନ୍ତି। ତେଣୁ ସେମାନେ ଆପ୍‌ ଛାଡ଼ିବା ଉପରେ ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଅବଶ୍ୟ ଆପ୍‌ ଏହାକୁ ଭିତ୍ତିହୀନ ଓ ଅମୂଳ କହିବା ସହ ପ୍ରସଙ୍ଗକୁ ଗୁରୁତ୍ୱ ଦେଉ ନାହିଁ।

କିନ୍ତୁ ଏସବୁ ଭିତରେ ପଞ୍ଜାବର ବିରୋଧୀ ଦଳ ନେତା ତଥା କଂଗ୍ରେସର ପ୍ରତାପ ସିଂହ ବାଜୱା ସମସ୍ତଙ୍କୁ ଚକିତ କରିବା ଭଳି ଦାବି କରିଛନ୍ତି। ତାଙ୍କ କହିବା କଥା ଯେ ଶାସକ ଆପର ୩୨ରୁ ଅଧିକ ବିଧାୟକ ତାଙ୍କ ଯୋଗାଯୋଗରେ ରହିଛନ୍ତି। ସେହିପରି ଆଉ କିଛି ବିଧାୟକ ବିଜେପି ଯୋଗାଯୋଗରେ ମଧ୍ୟ ରହିଥାଇ ପାରନ୍ତି। ତେଣୁ ଭଗବନ୍ତ ସିଂହ ମାନଙ୍କ ସରକାର ଭୁଶୁଡ଼ିବା ଦିଗରେ ଯାଉଥିବା ପ୍ରତାପ ସିଂହ ବାଜୱା ସଙ୍କେତ ଦେଇଛନ୍ତି।

Advertisment

ତେବେ ସେ କହିଛନ୍ତି ଯେ ଯଦି ସରକାର ଭାଙ୍ଗି ଯାଏ, ତା’ହେଲେ ଏଥିପାଇଁ କଂଗ୍ରେସ ଦାୟୀ ରହିବ ନାହିଁ। ଏଥିପାଇଁ ବିଜେପି ଦାୟୀ ରହିବ ବୋଲି ମଧ୍ୟ ପ୍ରତାପ କହିଛନ୍ତି। ସେ କହିଛନ୍ତି, “କେବଳ ବିଧାୟକ ନୁହନ୍ତି, ବରଂ ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଯୋଗାଯୋଗରେ ରହିଛନ୍ତି। କିନ୍ତୁ ଆମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ କଂଗ୍ରେସ କୌଣସି ବି ପରିସ୍ଥିତିରେ ସରକାରଙ୍କୁ ଅସ୍ଥିର କରିବ ନାହିଁ। ବିଜେପି ହିଁ ଏପରି କରିବ। କଂଗ୍ରେସ ଚାହୁଁଛି ଯେ ଆପ୍‌ ସରକାର ପୂରା ୫ ବର୍ଷ କାମ କରୁ। ଏହାଦ୍ୱାରା ଲୋକମାନେ ଜାଣିପାରିବେ ଯେ ସେମାନେ କେଉଁ ଧରଣର ସରକାରକୁ ଭୋଟ ଦେଇଥିଲେ।”

କଂଗ୍ରେସ ନେତା ପ୍ରତାପ ଦାବି କରିଛନ୍ତି ଯେ ଆପ ଶାସନ ବେଳେ ହାୱାଲା ଚ୍ୟାନେଲ ଦ୍ୱାରା ପଞ୍ଜାବରୁ କୋଟି କୋଟି ଟଙ୍କା ଅଷ୍ଟ୍ରେଲିଆ ଓ ଅନ୍ୟ ରାଜ୍ୟଗୁଡ଼ିକୁ ଯାଉଛି। ମଦ ଓ ଜମି କିସମ ପରିବର୍ତ୍ତନ ଯୋଗୁ ଏପରି ଟଙ୍କା ଆସିଥିଲା। ଏହି ଟଙ୍କାଗୁଡ଼ିକୁ ଅନ୍ୟତ୍ର ପଠା ଯାଉଥିବାରୁ ଆପ୍‌ର ନେତାମାନେ ଦଳୀୟ ନେତୃବୃନ୍ଦଙ୍କ ଉପରେ ଖପ୍ପା ହୋଇଛନ୍ତି। ଆପ୍‌ର ଦିଲ୍ଲୀ ମଡେଲ ହେଉଛି କେବଳ ଲୁଟ କରିବା ପାଇଁ ବୋଲି ସେ କହିଛନ୍ତି।

ପ୍ରତାପ ସିଂହ ବାଜୱାଙ୍କ ଦାବିକୁ ଜୋରଦାର ଢଙ୍ଗରେ ଖଣ୍ଡନ କରିଛି ଆପ୍‌। ଦଳର ନେତା ନୀଲ ଗର୍ଗ କହିଛନ୍ତି, “ପ୍ରତାପ ବାଜୱା ବିଜେପିରୁ ତାଙ୍କୁ ଟିକେଟ ପାଇ ସାରିଛନ୍ତି। ସେ ବେଙ୍ଗାଲୁରୁ ଯାଇ ସେଠାରେ ବରିଷ୍ଠ ବିଜେପି ନେତାଙ୍କୁ ଭେଟିଥିଲେ। ରାହୁଲ ଗାନ୍ଧି ଏବେ ପ୍ରତାପ ବାଜୱାଙ୍କ ଉପରେ ନଜର ରଖିବା ଦରକାର।”

ଅନ୍ୟପକ୍ଷରେ ପଞ୍ଜାବର ଆପ୍‌ ସରକାର ହଠାତ୍‌ ଏବେ ଆକ୍ସନ ମୋଡକୁ ଚାଲି ଆସିଛି। ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଆପ୍‌ ସରକାର ରାଜ୍ୟର ୫୨ ଜଣ ଦୁର୍ନୀତିଗ୍ରସ୍ତ ପୁଲିସ୍‌ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି। ଏହା ମଧ୍ୟ କନଷ୍ଟେବଲଙ୍କ ଠାରୁ ଇନସପେକ୍ଟର ରହିଛନ୍ତି।

Bhagwant Mann Punjab Politics Punjab AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe