Advertisment

ବିଜେଡିକୁ ମହଙ୍ଗା ପଡ଼ିବ କି ଚେହେରା ପରିବର୍ତ୍ତନ? ଉଠିଲାଣି ପ୍ରତିବାଦର ସ୍ୱର

ଫେଲ୍ ମାରିବ କି ବିଜେଡିର ନେତାଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ରଣନୀତି? ବୁମେରାଂ ହେବନି ତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଚେହେରା ପରିବର୍ତ୍ତନ?

BJD

BJD

Advertisment

ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟର କ୍ଷମତାସୀନ ବିଜେଡି ଅନେକ ସ୍ଥାନରେ ଚେହେରା ଅଦବଦଳ କରିଛି। ଗୋଟିଏ ଜାଗାରୁ ଜଣେ ନେତାଙ୍କୁ ଆଣି ଅନ୍ୟ ସ୍ଥାନରେ ଟିକେଟ ଦେଇ ଅଲଗା ପ୍ରକାରର ଏକ୍ସପେରିମେଣ୍ଟ କରୁଛି ବିଜେଡି। ବ୍ରହ୍ମଗିରି- ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ଭିତରେ ସିଟ ଅଦଳବଦଳ କରାଯାଇଛି।

Advertisment

ସେହିପରି ଭଦ୍ରକ ଆଉ ଭଣ୍ଡାରୀପୋଖରୀରେ ସଞ୍ଜୀବ ମଲ୍ଲିକ ଓ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟରେ ହୋଇଛି ସ୍ୱାପ୍। ତେଣେ ସାଲେପୁରରୁ ପ୍ରକାଶ ବେହେରାଙ୍କୁ ଆଣି କଟକ-ବାରବାଟୀରୁ ଦଳ ଦେଇଛି ଟିକେଟ୍। ହେଲେ ଏପରି ଚେହେରା ପରିବର୍ତ୍ତନର ଷ୍ଟ୍ରାଟେଜି ସଫଳ ହେବ ତ?

ଫେଲ୍ ମାରିବ କି ବିଜେଡିର ନେତାଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ରଣନୀତି? ବୁମେରାଂ ହେବନି ତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଚେହେରା ପରିବର୍ତ୍ତନ? କାହିଁକି ନା ନିର୍ବାଚନ ମଣ୍ଡଳୀ ବାହାରୁ ନେତାଙ୍କୁ ଗ୍ରହଣ କରିବାକୁ ନାରାଜ କର୍ମୀ। ଆଉ କେଉଁଠି ଆମଦାନୀ ନେତାଙ୍କୁ ଦଳକୁ ଆଣିଥିଲେ ବି ତାଙ୍କୁ ସମର୍ଥନ କରିବାକୁ ପଛଘୁଞ୍ଚା ଦେଉଛନ୍ତି ବିଜେଡି ସମର୍ଥକ।

Advertisment

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରକାଶ ବେହେରାଙ୍କ ସମର୍ଥକ ତାଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି। ନିକଟରେ ପ୍ରକାଶ ବେହେରାଙ୍କୁ ଦଳରେ ସାମିଲ କରି କଟକ-ବାରବାଟୀରୁ ବିଜେଡି ପ୍ରାର୍ଥୀ କରିଛି। ହେଲେ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ତାଙ୍କ ସମର୍ଥକ। ଯଦି ପ୍ରକାଶଙ୍କୁ ସାଲେପୁରରୁ ହିଁ ବିଜେଡି ପ୍ରାର୍ଥୀ କରିଥାନ୍ତା, ତାହେଲେ ଆମେ ବିଜେଡିରେ ସାମିଲ ହୋଇଥାନ୍ତୁ।

ହେଲେ ଦଳ ତାଙ୍କୁ ଅନ୍ୟ ନିର୍ବାଚନ ମଣ୍ଡଳୀକୁ ପଠାଇଥିବାରୁ ଆମେ ଆଉ ବିଜେଡିରେ ମିଶିବୁ ନାହିଁ। ଆମେ ବିଜେପିରେ ରହିଛୁ। ବିଜେପି ଏଠାରେ ଯାହାକୁ ବି ପ୍ରାର୍ଥୀ କରିବ, ଆମେ ତାଙ୍କୁ ଜିତାଇବୁ ବୋଲି ପ୍ରକାଶଙ୍କ ପୂର୍ବ ସମର୍ଥକ ରଶ୍ମୀରଂଜନ ଲେଙ୍କା କହିଛନ୍ତି।

ସମାନ ସ୍ଥିତି ବ୍ରହ୍ମଗିରି ଓ ସତ୍ୟବାଦୀରେ ମଧ୍ୟ ଦେଖିବାରକୁ ମିଳିଛି। ଏଠାରେ ସଞ୍ଜୟ ଓ ଉମାଙ୍କ ମଧ୍ୟରେ ହୋଇଥିବା ସିଟ୍ ଅଦଳବଦଳକୁ ଗ୍ରହଣ କରିପାରି ନାହାନ୍ତି ଉଭୟଙ୍କ ସମର୍ଥକ। ବିଜେଡି ସଞ୍ଜୟଙ୍କୁ ବ୍ରହ୍ମଗିରିରୁ ଆଣି ସତ୍ୟବାଦୀରେ ପ୍ରାର୍ଥୀ କରିବାକୁ ଏ ଯାଏ ମାନିବାକୁ ନାରାଜ ଉମା ସେନା। ଏମିତି କି ବ୍ରହ୍ମଗିରିରୁ ହାରିବା ଭୟରେ ସତ୍ୟବାଦୀକୁ ସଞ୍ଜୟ ଆସିଛନ୍ତି ବୋଲି ସେମାନେ କହିଛନ୍ତି।

କୁହାଯାଉଛି ବ୍ରହ୍ମଗିରିରେ ବି ଉମାକୁ ସେତେଟା ସହଯୋଗ କରୁନାହାନ୍ତି ସଞ୍ଜୟଙ୍କ ସମର୍ଥକ। କାହିଁକି ନା ସେଠି ଉମାଙ୍କ ଏକାଧିକ କାର୍ଯ୍ୟକ୍ରମରେ ସତ୍ୟବାଦୀ ଓ କଣାସର କର୍ମୀମାନଙ୍କୁ ଦେଖିବାକୁ ମିଳୁଛି। ଏମିତି ପରିସ୍ଥିତିରେ ଉଭୟ ନେତାଙ୍କ ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା।

ଖାଲି ବ୍ରହ୍ମଗିରି-ସତ୍ୟବାଦୀ ନୁହେଁ, ଭଦ୍ରକ ଆଉ ଭଣ୍ଡାରୀପୋଖରୀରେ ବି ସମାନ ରଣନୀତି ଆପଣାଇଛି ଦଳ। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଆଣି ଭଣ୍ଡାରୀପୋଖରୀରେ ଟିକେଟ ଦେଇଥିବା ବେଳେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରୁ ଛିଡ଼ା କରାଯାଇଛି।

ଚର୍ଚ୍ଚା ହେଉଛି ସେଠି ବି ଉଭୟ ସ୍ଥାନରେ କିଛି ପୁରୁଣା ଗୋଷ୍ଠୀ ନୂଆ ନେତାଙ୍କୁ ବିରୋଧ କରୁଛନ୍ତି। ଯଦିଓ ଗତକାଲି ଏକ ବିରୋଧୀ ଗୋଷ୍ଠୀ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମୁଖି ଦଲାବାଜି ହବିବଙ୍କୁ ଦଳରେ ମିଶାଇଛନ୍ତି। ହେଲେ ଏବେ ବି ପୂର୍ବତନ

ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ପ୍ରଫୁଲ୍ଲଙ୍କୁ ବିରୋଧ କରୁଛନ୍ତି। କୁହାଯାଉଛି ପ୍ରଫୁଲ୍ଲଙ୍କ ବିରୋଧରେ ଅସିତ ସ୍ୱାଧୀନ କିମ୍ବା କଂଗ୍ରେସରେ ମିଶି ପ୍ରାର୍ଥୀ ହୋଇପାରନ୍ତି।

ଏହାବାଦ ସେହିପରି କେନ୍ଦ୍ରାପଡ଼ାରେ କଂଗ୍ରେସରୁ ବିଜେଡିକୁ ଆସିଥିବା ଉଭୟ ଗଣେଶ୍ୱର ବେହେରା ଓ ଅଂଶୁମାନ ମହାନ୍ତିଙ୍କୁ ଏବେ ବି ଗ୍ରହଣ କରିବାକୁ ନାରାଜ ବିଜେଡି କର୍ମୀ।

ଅନ୍ୟପଟେ ଅଂଶୁମାନ ରାଜନଗରରୁ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଁଥିଲେ ବି ଦଳ ତାଙ୍କୁ ସାଂସଦ ଟିକେଟ ଦେଇଛି। ରାଜନଗରରେ ଏବେ ବି ଧ୍ରୁବଙ୍କ ଗୋଷ୍ଠୀ ସହ ଅଂଶୁମାନଙ୍କ ସମର୍ଥକଙ୍କ ମନ ମିଶି ପାରୁ ନାହିଁ। ଏମିତି ସ୍ଥିତିରେ ବିଜେଡିର ଚେହେରା ପରିବର୍ତ୍ତନ ଷ୍ଟ୍ରାଟେଜି କେତେ ସଫଳ ହେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।

Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe