Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ଭାରତୀୟ ବଂଶୋଦ୍ଭବ ଆଶାୟୀଙ୍କୁ ଟ୍ରମ୍ପଙ୍କ ପ୍ରଶଂସା

ଆମେରିକା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଭାରତୀୟ ବଂଶୋଦ୍ଭବ। ବିବେକ ରାମସ୍ୱାମୀଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା।

author-image
Debibandita Barick
ଅଦ୍ୟତନ ହୋଇଛି
Donald Trump & Vivek Ramaswamy

Donald Trump & Vivek Ramaswamy

ଆମେରିକା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଭାରତୀୟ ବଂଶୋଦ୍ଭବ। ବିବେକ ରାମସ୍ୱାମୀ ଆସନ୍ତା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଖବର ପ୍ରସାର ପରେ ଚର୍ଚ୍ଚା ଜୋର୍ ଧରିଛି। ଏହାରି ମଧ୍ୟରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାମସ୍ୱାମୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ସେ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଖୁବ୍ ଭଲ ହେବେ ବୋଲି କହିଛନ୍ତି ଟ୍ରମ୍ପ୍।

Advertisment

ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଟ୍ରମ୍ପ୍ କହିଛନ୍ତି, ‘ତାଙ୍କ ରିପବ୍ଲିକାନ୍ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ରାମସ୍ୱାମୀ ଉପଯୁକ୍ତ ହେବେ। ବାସ୍ତବରେ ସେ ଜଣେ ଖୁବ୍ ଭଲ ଲୋକ ଏବଂ ତାଙ୍କ ପାଖରେ ସକାରାତ୍ମକ ଶକ୍ତି ମଧ୍ୟ ଅଛି। ତା' ସାଙ୍ଗକୁ ବିବେକ ଜଣେ ସ୍ମାର୍ଟ ଯୁବକ। ସେ ଅନେକ ପ୍ରତିଭାର ଅଧିକାରୀ ମଧ୍ୟ। ମୋତେ ଲାଗେ ସେ ଅନ୍ୟମାନଙ୍କଠାରୁ ନିଜକୁ ଟିକେ ଭିନ୍ନ କରି ଗଢିଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସେ ଖୁବ୍ ଭଲ ହେବେ।’

ଟ୍ରମ୍ପ୍ ଆହୁରି କହିଛନ୍ତି, ‘ଯିଏ ବି ମତେ ଏକ ପିଢିର ଶ୍ରେଷ୍ଠ ରାଷ୍ଟ୍ରପତି ବୋଲି କହିଛନ୍ତି... ସେଥିପାଇଁ ମତେ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ବାଛିବାକୁ ପଡ଼ିବ।’ ସମ୍ପ୍ରତି ରିପବ୍ଲିକାନ୍ ପ୍ରେସିଡେଣ୍ଟ ବିତର୍କରେ ରାମସ୍ୱାମୀ ଟ୍ରମ୍ପଙ୍କୁ ‘ଏକବିଂଶ ଶତାବ୍ଦୀର ସର୍ବୋତ୍ତମ ରାଷ୍ଟ୍ରପତି’ ବୋଲି କହିଥିଲେ। ଏହାର ଜବାବରେ ଟ୍ରମ୍ପ ତାଙ୍କ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରି ବିବେକଙ୍କୁ ଧନ୍ୟବାଦ ଜଣାଇଥିଲେ।

Advertisment

କିଛି ଦିନ ତଳେ ୩୮ ବର୍ଷିୟ ରାମସ୍ୱାମୀଙ୍କ ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ହେଉଥିଲା। ଏନେଇ ରାମସ୍ୱାମୀ ମଧ୍ୟ ନିଜେ ସଙ୍କେତ ଦେଇଥିଲେ। କିନ୍ତୁ ସେ ପୂର୍ବରୁ କହିଥିଲେ, ଯଦି ନିର୍ବାଚନ ଲଢିବେ କେବଳ ରାଷ୍ଟ୍ରପତି ପଦ ପାଇଁ ଲଢ଼ିବେ। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ଏକ ସାକ୍ଷାତକାରରେ କହିଥିଲେ ଯେ, ଦେଶକୁ ପୁଣି ଥରେ ମଜବୁତ କରିବା ପାଇଁ ହ୍ୱାଇଟ୍ ହାଉସର କୌଣସି ଶୀର୍ଷ ପଦ ଆବଶ୍ୟକ। ବର୍ତ୍ତମାନ ଟ୍ରମ୍ପଙ୍କ ତାଙ୍କୁ ଏକ ପ୍ରକାର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବାଛି ସାରିଥିବା ତାଙ୍କ ପ୍ରଶଂସାରୁ ଅନୁମାନ କରାଯାଉଛି।

ଯଦି ରାମସ୍ୱାମୀ ୨୦୨୪ ନିର୍ବାଚନ ଲଢ଼ନ୍ତି, ତେବେ ତାଙ୍କ ସହ ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଟକ୍କର ହୋଇପାରେ। କାରଣ ବର୍ତ୍ତମାନର ଶାସକ ଡେମୋକ୍ରାଟିକ୍ ପାର୍ଟିର କମଲା ହାରିଶ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି। ଯଦି ଦଳ ଆସନ୍ତା ବର୍ଷ ତାଙ୍କୁ ପୁନର୍ବାର ଟିକେଟ୍ ଦିଏ ତେବେ ଏକ ଘମାଘୋଟ ଲଢେଇ ଦେଖିବାକୁ ମିଳିବ, ଯାହା ଉପରେ କେବଳ ଆମେରିକା କି ଭାରତ ନୁହେଁ ପୂରା ବିଶ୍ୱର ନଜର ରହିବ। 

Vivek Ramaswamy Donald Trump Republican Party US President Election