Advertisment

ଟ୍ରମ୍ପ କହିଲେ, ‘ମୋ ବନ୍ଧୁ ପିଏମ ମୋଦି’ଙ୍କ ପାଖକୁ ଯାଇଛି ୨୧ ନିୟୁତ ଡଲାର

ଆଜି ଟ୍ରମ୍ପ ସିଧାସଳଖ ୨୧ ନିୟୁତ ଡଲାର ‘ମୋ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦି’ଙ୍କ ପାଖକୁ ଯାଇଥିବା କହିବାରୁ ବିବାଦ ଆହୁରି ତୀବ୍ର ହୋଇଛି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଭାରତର ଭୋଟ ହାରରେ ଉନ୍ନତି ଆଣିବା ପାଇଁ ଆମେରିକା ପକ୍ଷରୁ ୟୁଏସଏଆଇଡି ଜରିଆରେ ୨୧ ନିୟୁତ ଡଲାର ଦିଆଯାଇଥିବା ପ୍ରସଙ୍ଗକୁ କ୍ରମାଗତ ୪ର୍ଥ ଦିନ ପାଇଁ ଉଠାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଏହି ପ୍ରସଙ୍ଗ ଉଠାଇବା ବେଳେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ନେଇଛନ୍ତି। ପୂର୍ବରୁ ୨୧ ନିୟୁତ ଡଲାର ଅନୁଦାନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ଚାଲିଥିଲା।

Advertisment

ଆଜି ଟ୍ରମ୍ପ ସିଧାସଳଖ ୨୧ ନିୟୁତ ଡଲାର ‘ମୋ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦି’ଙ୍କ ପାଖକୁ ଯାଇଥିବା କହିବାରୁ ବିବାଦ ଆହୁରି ତୀବ୍ର ହୋଇଛି। ସେହିପରି ୟୁଏସଏଆଇଡି ପାଣ୍ଠି ସ୍ୱତନ୍ତ୍ର ଭାବେ ଭାରତ ଓ ବାଂଲାଦେଶକୁ ଦିଆଯାଇଥିବା କଥା କହି ଟ୍ରମ୍ପ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ରିପୋର୍ଟକୁ ଭୁଲ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ଖବର ପ୍ରକାଶ ପାଇଥିଲା ଯେ ଟ୍ରମ୍ପ ଯେଉଁ ୨୧ ନିୟୁତ ଡଲାରର ଅନୁଦାନ କଥା କହୁଛନ୍ତି, ସେଇଟା ଭାରତ ନୁହେଁ, ବରଂ ବାଂଲାଦେଶକୁ ଯାଇଥିଲା।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ସଙ୍କେତ ଦେଇଥିଲେ ଯେ ସମ୍ଭବତଃ ୨୦୨୪ ଲୋକସଭା ନିର୍ବାଚନରେ ହସ୍ତକ୍ଷେପ କରିବା ପାଇଁ ଉକ୍ତ ପାଣ୍ଠିର ବ୍ୟବହାର ହୋଇଛି। ସେ ଏହାର କୌଣସି ପ୍ରମାଣ ଦେଇ ନଥିଲେ ହେଁ ଆଜି ବୟାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନେବା ସମସ୍ତଙ୍କୁ ଚକିତ କରିଛି। ତେବେ, ତାଙ୍କର ସମୁଦାୟ ବକ୍ତବ୍ୟକୁ ଅନୁଧ୍ୟାନ କଲେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନେଇଥିଲେ ବି ଏହି ଅର୍ଥ ଭାରତକୁ ଯାଇଛି ବୋଲି ବୁଝିଛନ୍ତି।

Advertisment

ଗଭର୍ଣ୍ଣର୍ସ ୱାର୍କିଂ ସେସନରେ ଟ୍ରମ୍ପ କହିଛନ୍ତି ଯେ “୨୧ ନିୟୁତ ଡଲାର ଭାରତରେ ଭୋଟ ହାର ଉନ୍ନତି ପାଇଁ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଯାଇଛି। ଆମେ ୨୧ ନିୟୁତ ଡଲାର ଭାରତର ଭୋଟ ହାର ବୃଦ୍ଧି ପାଇଁ ଦେଉଛେ। କିନ୍ତୁ ଆମ କଥା କ’ଣ? ମୁଁ ମଧ୍ୟ ଭୋଟ ହାରରେ ଉନ୍ନତି ଚାହୁଁଛି। ସେହିପରି ସ୍ୱତନ୍ତ୍ର ଭାବେ ୨୯ ନିୟୁତ ଡଲାର ବାଂଲାଦେଶର ରାଜନୀତିକ ପୃଷ୍ଠଭୂମିକୁ ସୁଦୃଢ଼ କରିବାକୁ ଦିଆଯାଇଛି।

କେହି ଶୁଣି ନଥିବା ଗୋଟିଏ ଘରୋଇ ସଂସ୍ଥାକୁ ୨୯ ନିୟୁତ ବାଂଲାଦେଶରେ ପାଇବା ଆଶ୍ଚର୍ଯ୍ୟଜନକ। ସେମାନେ ଚେକ ପାଇଛନ୍ତି। ଆପଣ ଭାବି ପାରୁଛନ୍ତି ତ? ଆମ ପାଖରେ ଗୋଟିଏ ଛୋଟିଆ ସଂସ୍ଥା ରହିଛି। ଏହାପରେ ସେମାନଙ୍କୁ ଆମେରିକାରୁ ୨୯ ନିୟୁତ ଡଲାର ମିଳି ଯାଉଛି। ସେଠାରେ ୨ ଜଣ ଲୋକ କାମ ରୁଛନ୍ତି। ସେମାନେ ବହୁତ ଖୁସି। ସେମାନେ ବଡ଼ ଲୋକ ହେବାରେ ଲାଗିଛନ୍ତି।”

ଟ୍ରମ୍ପଙ୍କ ଏହି ବୟାନ ପରେ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟକୁ କଟାକ୍ଷ କରିଛି ବିଜେପି। ଉକ୍ତ ରିପୋର୍ଟ ଆଧାରରେ କଂଗ୍ରେସ ଶାସକ ବିଜେପିକୁ ଟାର୍ଗେଟ କରୁଥିଲା। ହେଲେ ଏବେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କଂଗ୍ରେସ ଓ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟକୁ ତାଚ୍ଛଲ୍ୟ କରିଛନ୍ତି। ସେ କହିଛନ୍ତି, “କ୍ରମାଗତ ତୃତୀୟ ଦିନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁଏସଏଆଇଡି ପାଣ୍ଠିକୁ ନିଜର ବୟାନ ଜାରି ରଖିଛନ୍ତି। ଭାରତରେ ଭୋଟ ହାର ବୃଦ୍ଧି ପାଇଁ ଏହି ପାଣ୍ଠି ଦିଆଯାଇଥିଲା ବୋଲି ସେ କହୁଛନ୍ତି। କିନ୍ତୁ କୁହାଯାଉଛି ଯେ ଟ୍ରମ୍ପ ନିଜ ଦେଶର ପାଣ୍ଠି ଯୋଗାଣ ସମ୍ପର୍କରେ କୁଆଡ଼େ ଜାଣି ନାହାନ୍ତି? ଇଣ୍ଡିଆନ ଏକ୍ସପ୍ରେସ ଓ ବିକ୍ଷିପ୍ତ ବାମପନ୍ଥୀମାନେ ଭାବୁଛନ୍ତି ଟ୍ରମ୍ପଙ୍କ ଠାରୁ ସେମାନେ ଅଧିକ ଜାଣିଛନ୍ତି।”

ଶୁକ୍ରବାର ଇଣ୍ଡିଆନ ଏକ୍ସପ୍ରେସରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ୨୦୦୮ ପରଠାରୁ ୟୁଏସଏଆଇଡି ଠାରୁ ଭାରତକୁ କୌଣସି ନିର୍ବାଚନ ପ୍ରକଳ୍ପ ପାଇଁ ପାଣ୍ଠି ଦିଆଯାଇ ନାହିଁ। ୨୦୨୨ରେ ୟୁଏସଏଆଇଡି ବାଂଲାଦେଶର ଭୋଟ ହାର ବୃଦ୍ଧି ପାଇଁ ୨୧ ମିଲିୟନ ଡଲାର ଦେଇଥିଲା। ଏହାକୁ ଆଧାର କରି କଂଗ୍ରେସ କାଲି ଠାରୁ ବିଜେପିକୁ ଟାର୍ଗେଟ କରି ଚାଲିଥିଲା।

ୟୁଏସଏଆଇଡି ବିବାଦ ଫେବୃଆରୀ ୧୯ରୁ ଆରମ୍ଭ ହୋଇଛି। ଟ୍ରମ୍ପ ୧୯ ତାରିଖରେ କହିଥିଲେ ଯେ ଭାରତରେ ଭୋଟ ବୃଦ୍ଧି କରିବା ପାଇଁ ୨୧ ନିୟୁତ ଡଲାର ୟୁଏସଏଆଇଡି ଦେଇଛି। ଭାରତରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଟଙ୍କା ଦିଆଯାଇଥିଲା ବୋଲି ସେ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା। ବିଜେପିର କହିବା କଥା ଯେ ମୋଦିଙ୍କୁ ଶାସନରୁ ହଟାଇବା ପାଇଁ ବିଦେଶରୁ ପାଣ୍ଠି ଆଣିଥିଲା। ହେଲେ କଂଗ୍ରେସ ଏହାକୁ କାଉଣ୍ଟର କରିବାରେ ଲାଗିଛି।

PM Modi Donald Trump USAID
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe