Advertisment

ଜାତିଭିତ୍ତିକ ସର୍ଭେ: ମୋଦି କହିଲେ-ଦେଶକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି ବିରୋଧୀ

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

PM Modi

PM Modi

Advertisment

ଜାତି ନାଁରେ ବିରୋଧୀ ଦେଶକୁ ଭାଗ ଭାଗ କରିବାକୁ ଚାହୁଁଥିବା ଆଜି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାର ସରକାର ଆଜି ଜାତିଭିତ୍ତିକ ଜନଗଣନା ରିପୋର୍ଟ ସାର୍ବଜନୀନ କରିଥିଲେ। ସରକାରଙ୍କ ରିପୋର୍ଟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ସାମ୍ନାକୁ ଆସିଛି। ଅବଶ୍ୟ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦିଷ୍ଟ ଭାବେ ଜାତିଭିତ୍ତିକ ଜନଗଣନା ରିପୋର୍ଟ କଥା ଉଲ୍ଲେଖ କରି ନାହାନ୍ତି।

Advertisment

କିନ୍ତୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କ୍ଷମତାରେ ଥିବା ବେଳେ ବିରୋଧୀ ଦଳଗୁଡ଼ିକ ବିକାଶ କରି ନଥିଲେ ଓ ସେମାନେ ଗିରବଙ୍କ ଭାବାନା ସହ ଖେଳୁଥିବା ମୋଦି କହିଛନ୍ତି।

ଗ୍ୱାଲିୟରରେ ମୋଦି କହିଛନ୍ତି, “ସେମାନେ(ବିରୋଧୀ) ଗିରବଙ୍କ ଭାବନା ସହ ଖେଳିଥିଲେ। ଏବେ ବି ସେମାନେ ସମାନ ଖେଳ ଖେଳୁଛନ୍ତି। ପୂର୍ବରୁ ସେମାନେ ଜାତି ନାଁରେ ଦେଶକୁ ଭାଗଭାଗ କରିଥିଲେ ଓ ଏବେ ବି ସେମାନେ ସମାନ କାମ ଆରମ୍ଭ କରିଛନ୍ତି।

Advertisment

ପୂର୍ବରୁ ସେମାନେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ଏବେ ସେମାନେ ଆହୁରି ଦୁର୍ନୀତିଗ୍ରସ୍ତ ହୋଇଗଲେଣି। ଜାତି ଆଧାରରେ କୌଣସି ଭେଦଭାବ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବା କେବଳ ପାପ।”

ବିହାରରେ ଜେଡିୟୁ ଜାତିଭିତ୍ତିକ ଜନଗଣନା ଶେଷ କରିଛି। କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ଜାତିଭିତ୍ତିକ ଜନଗଣନା କରିବ ବୋଲି ପ୍ରତିଶ୍ରୁତି ଦେଇଛି। ତେଣୁ ଏହାକୁ ଟାର୍ଗେଟ କରି ମୋଦି ଜୋରଦାର ବର୍ଷିଛନ୍ତି।

Congress PM Modi Madhya Pradesh Caste
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe