Advertisment

ମନ୍ତ୍ରୀ ଟୁକୁନି ସାହୁଙ୍କ ପାଇଁ ଅଟକିଛି ‘ପଦ୍ମପୁର’ ଜିଲ୍ଲା ମାନ୍ୟତା!

ଟିଟିଲାଗଡ଼ରେ ଆୟୋଜିତ ବରିଷ୍ଠ ନାଗରିକ ସମ୍ୱର୍ଦ୍ଧନା ସଭାରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଯେଉଁମାନେ କହୁଛନ୍ତି, ଟୁକୁନି ସାହୁ ଜିଲ୍ଲା କରିପାରିଲେ ନାହିଁ, ମୁଁ ସେମାନଙ୍କୁ ଗୋଟିଏ କଥା ପଚାରୁଛି, ଓଡ଼ିଶାରେ ଜିଲ୍ଲା ଯଦି ହୋଇଥାଆନ୍ତା, ବୋଧହୁଏ ସେଦିନ ଇସ୍ତଫା ଦେଇଥାଆନ୍ତି।

ଅଦ୍ୟତନ ହୋଇଛି
undefined

Tukuni Sahu

Advertisment

ପଦ୍ମପୁର କାହିଁକି ଜିଲ୍ଲା ହେଲାନାହିଁ? ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ସତ୍ତ୍ୱେ କାହିଁକି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିଲାନି? ଏସବୁ ନାନା ଚର୍ଚ୍ଚା ଭିତରେ ନିର୍ବାଚନୀ ସଭାରେ କହୁ କହୁ ସାଙ୍ଘାତିକ କଥା କହିଦେଲେ ମନ୍ତ୍ରୀ ଟୁକୁନି ସାହୁ। ଜିଲ୍ଲା ଘୋଷଣାକୁ ସେ ଅଟକାଇ ଥିଲେ ବୋଲି କହିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି।

Advertisment

ଭାଇରାଲ୍‌ ହେଉଥିବା ଭିଡିଓଟି ଦୁଇ ଦିନ ତଳର। ଟିଟିଲାଗଡ଼ରେ ଆୟୋଜିତ ବରିଷ୍ଠ ନାଗରିକ ସମ୍ୱର୍ଦ୍ଧନା ସଭାରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଯେଉଁମାନେ କହୁଛନ୍ତି, ଟୁକୁନି ସାହୁ ଜିଲ୍ଲା କରିପାରିଲେ ନାହିଁ, ମୁଁ ସେମାନଙ୍କୁ ଗୋଟିଏ କଥା ପଚାରୁଛି, ଓଡ଼ିଶାରେ ଜିଲ୍ଲା ଯଦି ହୋଇଥାଆନ୍ତା, ବୋଧହୁଏ ସେଦିନ ଇସ୍ତଫା ଦେଇଥାଆନ୍ତି। ସେ ଭାବନା ମୋ’ ମନ ଭିତରେ ଥିଲା। ମୁଁ ଭାବିଥିଲି ଯଦି ପଦ୍ମପୁର ଜିଲ୍ଲା ହେବ, ଆଉ ଟିଟିଲାଗଡ଼ ଜିଲ୍ଲା ଘୋଷଣା ନହେବ, ତାହାହେଲେ ମୁଁ ସିଧା ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଇସ୍ତଫା ଦେଇଦେବି। କିନ୍ତୁ ସେ କଥା ମୁଖ୍ୟମନ୍ତ୍ରୀ କରିବାକୁ ଦେଲେନି। ଟିଟିଲାଗଡ଼ ଜିଲ୍ଲା ହେଲେ ଆଗଧାଡ଼ିରେ ନାଁ ରହିବ। ଏକଥା ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପନ କରୁଛି ବୋଲି ଟୁକୁନି ସାହୁ କହିଛନ୍ତି।

ସୂଚନାରୁ ପ୍ରକାଶ, ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ୨୦୦୯ ମସିହାରୁ ଦାବି ହୋଇଆସୁଛି। ସେହି ଅଞ୍ଚଳର ବୁଦ୍ଧିଜୀବୀ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେହି ଦାବି ପୂରଣ ହୋଇପାରୁ ନାହିଁ। ସେପରି ସ୍ଥିତିରେ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ପଦ୍ମପୁରକୁ ଜିଲ୍ଲା କରାଯିବ ବୋଲି ଘୋଷଣା କରିଆସିଥିଲେ। ହେଲେ ପରବର୍ତ୍ତୀ ସମୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିଲା ନାହିଁ। ଯାହାକୁ ନେଇ ପଦ୍ମପୁର ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲେ। ଏପରି ସ୍ଥିତିରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଭିଡିଓ ଏବେ ପଦ୍ମପୁରୁବାସୀଙ୍କ କଟା ଘାଆରେ ଚୂନ ସଦୃଶ ହୋଇଛି। ଏହାର ଜବାବ ପଦ୍ମପୁର ବିଧାୟକ ବର୍ଷା ସିଂ ବରିହାଙ୍କୁ ଦେବାକୁ ପଡ଼ିବ। ନିର୍ବାଚନ ସମୟରେ ଏ ବିଷୟରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ନିଶ୍ଚିତ ପ୍ରଶ୍ନ କରିବେ। କାରଣ ତାଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ମାନ୍ୟତାର ପ୍ରତିଶ୍ରୁତି ଦେଇଥିଲେ।

Advertisment

ମନ୍ତ୍ରୀ ଟୁକୁନି ସାହୁଙ୍କୁ ଭିଡିଓ ନେଇ ବିଜେଡିର ପ୍ରତିଶ୍ରୁତି ମିଳିପାରି ନାହିଁ।

BjD Tukuni Sahoo Padampur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe