Advertisment

ଡିସେମ୍ବର ୧ରେ କଂଗ୍ରେସ କରିବ ‘ତୁଳସୀ ଯାତ୍ରା’

ଡିସେମ୍ବର ୧ରେ କଂଗ୍ରେସ ସାରା ରାଜ୍ୟରେ କରିବ ‘ତୁଳସୀ ଯାତ୍ରା’ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଦାବିରେ ସବୁ ପଞ୍ଚାୟତରୁ ତୁଳସୀ ଆସି ପୁରୀ ବଡଦାଣ୍ଡରେ ପହଞ୍ଚିବ ।

PCC President

PCC President

Advertisment

ଡିସେମ୍ବର ୧ରେ କଂଗ୍ରେସ ସାରା ରାଜ୍ୟରେ କରିବ ‘ତୁଳସୀ ଯାତ୍ରା’ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଦାବିରେ ସବୁ ପଞ୍ଚାୟତରୁ ତୁଳସୀ ଆସି ପୁରୀ ବଡଦାଣ୍ଡରେ ପହଞ୍ଚିବ । ଏନେଇ ପ୍ରେସମିଟରେ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

Advertisment

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବା, ରତ୍ନଭଣ୍ଡାରର ମରାମତି ଓ ରତ୍ନ ଅଳଙ୍କାର ଗଣନା, ଅମୃତମଣୋହୀ ଜମି ଫେରସ୍ତ ଆଣିବା ଆଦି ଦାବିରେ ଆସନ୍ତା ୧ ତାରିଖରେ କଂଗ୍ରେସ ‘ତୁଳସୀ ଯାତ୍ରା’ ଆରମ୍ଭ କରିବ । ପ୍ରତ୍ୟେକ ଗାଁ ଓ ପଂଚାୟତରୁ କର୍ମୀମାନେ ତୁଳସୀ ସଂଗ୍ରହ କରିବେ । ରାଜ୍ୟର ୩୧୪ ବ୍ଲକ୍‌ରୁ ତୁଳସୀ ପତ୍ର ସଂଗ୍ରହ କରାଯିବ।

ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ସାଧାରଣ ଲୋକ, ଜଗନ୍ନାଥ ପ୍ରେମୀ, ଯୁବକ ଯୁବତୀ, ଛାତ୍ରଛାତ୍ରୀ, ହବିଷ୍ୟାଳି, ଭକ୍ତ ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ତ୍ୱାବଧାନରେ ନଗର,ବ୍ଲକ ସଭାପତିମାନେ ବୁଥ, ୱାର୍ଡ ଓ ପଞ୍ଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ ।

Advertisment

ପ୍ରତି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯିବ । ସାରା ରାଜ୍ୟରୁ ସଂଗୃହୀତ ତୁଳସୀ ସହ ସଜ ତୁଳସୀ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ୱରେ ଦଳର କର୍ମୀ ଓ ନେତାମାନେ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିବେ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଠାକୁର ଓ ଭକ୍ତଙ୍କ ମଧ୍ୟରେ ବିଜେଡି ପାଚେରି ପରି ଛିଡ଼ା ହୋଇଛି। ତାକୁ ହଟାଇବାକୁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ତୁଳସୀ ଯାତ୍ରା ପାଇଁ ଆହ୍ୱାନ ଦିଆଯାଇଛି। ତେଣୁ ଡିସେମ୍ବର ୧ରେ ହେବାକୁ ଥିବା ତୁଳସୀ ଯାତ୍ରାରେ ଜଗନ୍ନାଥ ପ୍ରେମୀଙ୍କ ସମେତ ସମସ୍ତ ରାଜ୍ୟବାସୀ, ଆବାଳ ବୃଦ୍ଧବନିତା ପ୍ରମୁଖ ସାମିଲ ହେବେ ବୋଲି ଆଶା ରଖିଛୁ।

ଏନେଇ କଂଗ୍ରେସ ଦଳର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି, ସରକାର କାନ, ଆଖି ବନ୍ଦ କରି ରଖିଛନ୍ତି। ସଂକିର୍ତ୍ତନ ପ୍ରଭାବ ପକାଇବ ବୋଲି ଆଶା କରିଥିଲୁ। କିନ୍ତୁ ପ୍ରଭାବ ପକାଇଲାନି। କିନ୍ତୁ ତୁଳସୀ ଯାତ୍ରା ଏବେ ସରକାରଙ୍କ ଉପରେ ଆପେଆପେ ପ୍ରଭାବ ପକାଇବ ବୋଲି ଭାବିଛୁ। ନଚେତ ସାରା ରାଜ୍ୟର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଜନଜାଗରଣ ହେବେ। ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିବାକୁ ତାହାର ମରାମତି କରିବାକୁ ସରକାର ବାଧ୍ୟ ହେବେ।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe