Advertisment

ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ

ମହାୟୁତି ମହାମେଣ୍ଟର ବୈଠକ ବାତିଲ୍।

ଅଦ୍ୟତନ ହୋଇଛି
Eknath Shinde

Eknath Shinde

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ମହାବିଜୟ ପରେ ସରକାର ଗଠନ ନେଇ ଲାଗି ରହିଛି ଅନିଶ୍ଚିତତା। ଏହାରି ମଧ୍ୟରେ ଆଉ ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ମନ୍ତ୍ରୀପଦ ବଣ୍ଟନ ନେଇ ଆଜି ମହାୟୁତି ମହାମେଣ୍ଟର ଜରୁରୀ ବୈଠକ ବସିବାର ଥିଲା, ମାତ୍ର ଏହା ପୂର୍ବରୁ ଗାଁକୁ ପଳାଇଛନ୍ତି ଏକନାଥ ସିନ୍ଦେ।

Advertisment

ଗତକାଲି ତିନି ଦଳର ପ୍ରମୁଖ ନେତା ବିଜେପିର ଦେବେନ୍ଦ୍ର ଫଡନାଭିସ୍, ଶିବସେନାର ଏକନାଥ ସିନ୍ଦେ ଏବଂ ଏନସିପିର ଅଜିତ ପାୱାର ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ମୁମ୍ବାଇ ଫେରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବଣ୍ଟନ ନେଇ ଆଲୋଚନା ହୋଇଥିଲା।

ଆଜି ମୁମ୍ବାଇରେ ମନ୍ତ୍ରୀ ପଦ ବଣ୍ଟନ ନେଇ ମେଣ୍ଟ ଦଳର ଜରୁରୀ ବୈଠକ ବସିବାର ଥିଲା। ମାତ୍ର ଏହାପୂର୍ବରୁ ଅଚାନକ ସତରା ଜିଲ୍ଲାର ନିଜ ଗାଁକୁ ପଳାଇଛନ୍ତି ଏକନାଥ ସିନ୍ଦେ। ଫଳରେ ମହାୟୁତି ବୈଠକ ବାତିଲ୍ ହୋଇଯାଇଛି।

Advertisment

ପୂର୍ବ ସରକାରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିଜେପି ଅଧିକ ଆସନ ପାଇଥିବାରୁ ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି। ମାତ୍ର ଏପର୍ଯ୍ୟନ୍ତ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। 

ପ୍ରକାଶ ଥାଉକି, ମହାରାଷ୍ଟ୍ରର ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ୨୩୦ଟି ଆସନ ସହ ବିଜୟୀ ହୋଇଛି। ଏଥିରେ ବିଜେପି ଏକାକୀ ୧୩୨ଟି ଆସନ ଜିତି ଥିବାବେଳେ ଶିବସେନା ୫୭ ଏବଂ ଏନସିପି ୪୧ଟିରେ ବିଜୟୀ ହୋଇଛି।

Devendra Fadnavis Maharashtra Ajit Pawar Eknath Shinde Maharashtra Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe