ବିଜେଡିର ଆଜି ତା’ର ୨୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଦୁଇ ଜଣ ବ୍ଲକ୍ ଅଧ୍ୟକ୍ଷ। ସେମାନେ ହେଉଛନ୍ତି ଭଞ୍ଜନଗର ବ୍ଲକ୍ ଅଧ୍ୟକ୍ଷ ନରିସଭା ନାଇକ ଓ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଆଚାରୀ। ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ପ୍ରଧାନ ବି ବିଜେପିରେ ମିଶିଛନ୍ତି।
ଭଞ୍ଜନଗର ଫରେଷ୍ଟ ବଙ୍ଗଳାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷ ନରିସଭା ନାଇକଙ୍କ ସହିତ କୁଲାଡ଼, ବାରୁଡ଼ା, ବଡ଼ କୋଦଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ବିଜେପିରେ ସାମିଲ ହୋଇଛନ୍ତି।
Also Read
ବିଜେପିରେ ଯୋଗ ଦେବା ପରେ ଭଞ୍ଜନଗର ବ୍ଲକ୍ ଅଧ୍ୟକ୍ଷ ନରିସଭା ନାଇକ କହିଛନ୍ତି, ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ସରକାର ଯେଉଁ ପ୍ରକାର କାର୍ଯ୍ୟ କରୁଛି, ସେଥିରେ ଅନୁପ୍ରାଣିତ ହୋଇ ମୁଁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛି। ଭଞ୍ଜନଗର ପଞ୍ଚାୟତ ସମିତିକୁ ଏକ ବିକଶିତ ଅଞ୍ଚଳରେ ପରିଣତ କରିବା ଦିଗରେ ମୁଁ କାର୍ଯ୍ୟ କରିବି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଏଣିକି ମନ୍ତ୍ରୀ ବୁଝିବେ ଜିଲ୍ଲା କଥା: ମୁଖ୍ୟମନ୍ତ୍ରୀ ବାଂଟିଲେ ‘ଜିଲ୍ଲା ପ୍ରଭାରୀ ମନ୍ତ୍ରୀ’ ଦାୟିତ୍ୱ
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବାବେଳେ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ମିଳିଛି ।
Politics
ମୁରବୀବିହୀନ ବିଜେଡି: ଶଙ୍ଖଭବନରେ ୨ ମହିଳା ପଦାଧିକାରୀ ଧସ୍ତାଧସ୍ତି,ମାରପିଟ୍
ଆଜିର ଏହି ଘଟଣାରୁ ଦଳ ଭିତରେ ନେତା ଓ ପଦାଧିକାରୀଙ୍କ ଉପରେ ନବୀନ ନିଜର ଲଗାମ ଓ ନିୟନ୍ତ୍ରଣ ହରାଇ ବସିଥିବାର ପ୍ରମାଣ ମିଳିଛି ।
Politics
‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍
ଆଜି ଟଙ୍କା ବାଣ୍ଟିବା ଅଭିଯୋଗ ଆଣି ସଞ୍ଜୟ ସିଂହ ଇଡି ଅଫିସରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଦିନକ ତଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ନେତା ପରଭେଶ ବର୍ମା ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଥିଲେ।
Politics
DMK ଶାସନର ଅନ୍ତ ନ ହେବା ଯାଏ ଚପଲ ପିନ୍ଧିବେନି ଆନ୍ନାମଲାଇ: କହିଲେ- ୬ଥର ଜାବୁକ ମାରିହେବି
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରୁ ଡିଏମକେ ସରକାର ବିପର୍ଯ୍ୟସ୍ତ କରି ଦେଇଥିବା ଅଭିଯୋଗ କରି ଆନ୍ନାମଲାଇ ବଡ଼ ଘୋଷଣା କରିଛନ୍ତି।
Politics
କାହିଁକି ହାରିଲା ବିଜେଡି; ପ୍ରତିଷ୍ଠା ଦିବସରେ କାରଣ କହିଲେ ନବୀନ
ନବୀନ କହିଛନ୍ତି, ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ ବୃଦ୍ଧି। ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ ଓ ପନିପରିବା ଆଦି ସବୁ ଦର ଆଜି ଆକାଶ ଛୁଆଁ।